ପିଏମ ମୋଦିଙ୍କର ବକ୍ତବ୍ୟ: କହିଲେ ଲକଡାଉନ ଚାଲିଗଲା ସିନା ହେଲେ ଭାଇରସ ଏବେ ଯାଏ ଯାଇନି ।

PM Modi's address to the country said lockdown may have gone but the virus is not yet gone, PM Narendra Modi, Nitidina

ଦେଶରେ କୋରୋନା ଭାଇରସ ପ୍ରକୋପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭-ଥର ଦେଶକୁ ସମ୍ବୋଧନ କଲେ।ପ୍ରଧାନମନ୍ତ୍ରୀ କହିଲେ ଯଦି ତୁମେ ସତର୍କ ନ ରହୁଛ,ବିନା ମାସ୍କରେ ବହାରକୁ ଆସୁଛ, ତାହାଲେ ଆପଣ ନିଜେ ନିଜକୁ,ନିଜ ପରିବାରକୁ,ନିଜ ପରିବାର ଛୁଆକୁ,ବଡ ଲୋକଙ୍କୁ ସେତିକି ବଡ ସଂକଟରେ ପକାଉଛ।

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ର ନାମରେ ସନ୍ଦେଶ ଦେଲେ। ଦେଶରେ କୋରୋନା ଭାଇରସ ପ୍ରକୋପ ପରେ ପିଏମ ମୋଦି ସାତ ଥର ଦେଶକୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି-“ଜନତା କର୍ଫ୍ୟୁ ଠାରୁ ଆରମ୍ଭ କରି ଆଜି ଯାଏ ଆମେ ବହୁତ ପଥ ଅତିକ୍ରମ କରିଛୁ।”ସମୟ ଅନୁସାରେ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସୁଛି।ଆମ ମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ନିଜ କର୍ତ୍ତବ୍ୟକୁ ଲିଭେଇବା ପାଇଁ, ପୁଣି ଜୀବନକୁ ଗତି ଦେବା ପାଇଁ,ସବୁବେଳେ ଘରୁ ବାହାରକୁ ଯାଉଛନ୍ତି। ପର୍ବ ପର୍ବାଣୀର ଏହି ସମୟରେ ବଜାରରେ ମଧ୍ୟ ଚମକ ଆସି ଯାଇଛି। ପିଏମ ମୋଦି କହିଲେ-“ହେଲେ ଆମକୁ ଭୁଲିବାକୁ ହେବ ନାହିଁ କି ଲକଡାଉନ ଚାଲିଗଲା ଭାଇରସ ଯାଇନି। ଗତ ୭-୮ମାସ ହେବ ପ୍ରତ୍ୟେକ ଭାରତୀୟଙ୍କ ପ୍ରୟାସରେ ଭାରତ ଏବେ ଯେଉଁ ସ୍ଥିତିରେ ଅଛି ଆମେ ତାକୁ ବିଗାଡିବାକୁ ଦେବା ନାହିଁ।

ପିଏମ ମୋଦି କହିଛନ୍ତି ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ କମ କେସ ଆସିଛି।ସେ କହିଲେ କି ଆଜି ଦେଶରେ ସୁସ୍ଥ ସଂଖ୍ୟା ବହୁତ। ମୃତ୍ୟୁ ସଂଖ୍ୟା କମ। ଦେଶର ଅନ୍ୟ ଦେଶ ତୁଳନାରେ ଭାରତର ତାର ଅଧିକରୁ ଅଧିକ ରୋଗୀମାନଙ୍କୁ ବଞ୍ଚେଇବାରେ ସଫଳ ହୋଇଛି। ମୋଦି କହିଛନ୍ତି କି କୋଭିଡ ମହମାରୀରେ ବଢୁଥିବା ଟେଷ୍ଟ ସଂଖ୍ୟା ଆମର ଏକ ବଡ଼ ଶକ୍ତି ଅଟେ।

ଅଯତ୍ନଶୀଳ ହେବାର ସମୟ ନାହିଁ:

ପି ଏମ ମୋଦି କହିଛନ୍ତି “ସେବା ପରମ ଧର୍ମ”ମନ୍ତ୍ରରେ ଚାଲି ଆମର ଡାକ୍ତର,ନର୍ସ, ସ୍ବେଚ୍ଛାସେବୀ,ଏତେ ବଡ ଦେଶର ସେବା କରୁଛନ୍ତି। ଏହି ସବୁ ପ୍ରୟାସ ମଧ୍ୟରେ ଅଯତ୍ନଶୀଳ ହେବା ଉଚିତ ନୁହେଁ। ଏବେ ଏହା ମନା ଯିବନି କି କୋରୋନା ଚାଲିଗଲା ଆଉ କିଛି ଚିନ୍ତା ନାହିଁ ବୋଲି।

Google

ପ୍ରଧାନମନ୍ତ୍ରୀ କହିଛନ୍ତି-“ଯଦି ତୁମେ ସତର୍କ ରହୁନ,ବିନା ମାସ୍କରେ ବାହାରକୁ ଯାଉଛ,ନିଜେ ନିଜକୁ,ନିଜ ପରିବାର ତଥା ବଡ ଲୋକଙ୍କୁ ସଙ୍କଟରେ ପକାଉଛ। ଆପଣ ଧ୍ୟାନ ରଖନ୍ତୁ ଆଜି ଆମେରିକା ହଉ କିମ୍ବା ୟୁରୋପର ଅନ୍ୟ ଦେଶ ଏହି ଦେଶରେ କୋରୋନା କମ ରହିଥିଲେ ହେଲେ ଅଚାନକ ବଢିଗଲା।”

ଭାକ୍ସିନ ଆସିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବା:

ପ୍ରଧାନମନ୍ତ୍ରୀ କବିରଙ୍କ ଉଦାହରଣ ଦେଇ କହିଛନ୍ତି,ଯେବେ ପର୍ଯ୍ୟନ୍ତ ସଫଳତା ମିଳି ନାହିଁ,ସେ ପର୍ଯ୍ୟନ୍ତ ଅଯତ୍ନଶୀଳ ହେବା ଉଚିତ ନୁହେଁ। ଯେ ପର୍ଯ୍ୟନ୍ତ ଏହି ମହମାରୀର ଭାକ୍ସିନ ଆସିନାହିଁ, ସେ ପର୍ଯ୍ୟନ୍ତ ଆମେ ଆମର ଲଢ଼େଇକୁ ଜାରି ରଖିବାର ଅଛି।

ନିକଟରେ ଆମେ ବହୁତ ଫୋଟୋ ଓ ଭିଡ଼ିଓରେ ଦେଖିଛୁ କି ବହୁତ ଲୋକ ଆଉ ସାବଧାନ ହୋଇ ରାହୁନାହାନ୍ତି। ଏହା ନୁହେଁ।

Google

ମୋଦି କହିଛନ୍ତି କି ରାମ ଚରିତ ମାନସ ବହୁତ ଶିଖିବାର କଥା ଅଛି। ଏହିଥିରୁ ଗୋଟିଏ ହେଉଛି- “ରିପୁ,ରୁଜ,ପାବକ ପାପ,ପ୍ରଭୁ ଅହି ଗଣିଅ ନ ଛୋଟ କରି।”

ମାନେ ଶତ୍ରୁ,ଅଗ୍ନି,ରୋଗ,ପାପ, ସ୍ୱାମୀ ଓ ସାପକୁ ଛୋଟ ଭାବିବା ନାହିଁ। ମୋଦି କହିଛନ୍ତି କି ସାବଧାନତା ବଜାୟ ରଖିବାକୁ ହେବ। ଯେବେ ପର୍ଯ୍ୟନ୍ତ ଔଷଧ ଆସିନାହିଁ।

ମୋଦି ସର୍ବପ୍ରଥମେ ୧୯ ମର୍ଚ୍ଚରେ ଦେଶକୁ ସଂଵୋଧନ କରିଥିଲେ। ଏହାପରେ ସେ ୩୦ ଜୁନରେ ଦେଶକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ ଗରିବଙ୍କୁ ମୁକ୍ତ ଚାଉଳ ଦେବାର ବ୍ୟବସ୍ଥାକୁ ନଭେମ୍ବର ପର୍ଯ୍ୟନ୍ତ ବଢ଼େଇବାକୁ ଯୋଜନା କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *