ପ୍ରଧାନମନ୍ତ୍ରୀ ଓଡିଶା କୁ ୫୦୦ କୋଟି ସହାୟତା ଘୋଷଣା ।

ପ୍ରଧାନମନ୍ତ୍ରୀ ଓଡିଶା କୁ ୫୦୦ କୋଟି ସହାୟତା ଘୋଷଣା, PM Narendra Modi announced 500 crore for Odisha Amphan affected, Odisha, PM, CM Naveen Pattnaik, Nitidina

ପ୍ରଧାନମନ୍ତ୍ରୀ ଓଡିଶା କୁ ୫୦୦ କୋଟି ସହାୟତା ଘୋଷଣା ।

ଓଡିଶା ପାଇଁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ଜନିତ କ୍ଷତି ପାଇଁ ସହାୟତା ଘୋଷଣା କଲେ । ଅଗ୍ରମୀ ସହାୟତା ରାଶି ଭାବେ ୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ପାରେ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ମିଳିବ ବୋଲି କହିଛନ୍ତି । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବେ । କେନ୍ଦ୍ରୀୟ ଟିମ୍ ଆସି ମଧ୍ୟ୍ୟ କ୍ଷୟକ୍ଷତି ଆକଳନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମ୍ପୂର୍ଣ୍ଣ ରିପୋର୍ଟ ମିଳିଲା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ ବୋଲି କହିଛନ୍ତି ମୋଦି ।

ରାଜ୍ୟ ସହ କେନ୍ଦ୍ର କାନ୍ଧ ମିଳାଇ ପୁନର୍ବିନ୍ୟାସ କାର୍ଯ୍ୟ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ଓଡିଶା କୁ ୫୦୦ କୋଟି ସହାୟତା ଘୋଷଣା ।
ପ୍ରଧାନମନ୍ତ୍ରୀ ଓଡିଶା କୁ ୫୦୦ କୋଟି ସହାୟତା ଘୋଷଣା ।

ରାଜ୍ୟବାସୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା କରିଛନ୍ତି । ସମୀକ୍ଷା ବୈଠକରେ ଓଡ଼ିଶାବାସୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ମୁକାବିଲା ନେଇ ପ୍ରଶଂସା କଲେ । କରୋନା ସଙ୍କଟ ବେଳେ ମହାବାତ୍ୟା ମାଡି ଆସିଥିଲା । ପଶ୍ଚିମବଙ୍ଗ ଯିବା ବେଳେ ଓଡିଶାରେ ବି କ୍ଷତି କରିବା ଆଶଙ୍କା ଥିଲା । ଏଠାରେ ଯେମିତି ବ୍ୟବସ୍ଥା ହୋଇଥିଲା, ତାହା ସହାୟକ ହେଲା । ଲୋକଙ୍କୁ ସଠିକ ସୂଚନା ମିଳିଥିବାରୁ ଏଠାରେ ଜୀବନ ରକ୍ଷା ହେଲା ବୋଲି କହିଛନ୍ତି । ସବୁ ଲୋକଙ୍କୁ ଜଣାଯାଇଥିଲା ଯେ, ସେମାନଙ୍କୁ କଣ କରିବାକୁ ପଡିବ । ଏଥିପାଇଁ ଓଡ଼ିଶାବାସୀ, ନବୀନ ବାବୁ ଏବଂ ତାଙ୍କ ଟିମ୍ କୁ ଅଭିନନ୍ଦନ କରିଛନ୍ତି ।

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଲା ପରେ ରାଜ୍ୟ ସରକାରଙ୍କ ସହିତ ବାତ୍ୟା କ୍ଷତି ସମୀକ୍ଷା କରିଥିଲେ । ଆକାଶ ମାର୍ଗରୁ ପରିଦର୍ଶନ କରି ଭୁବନେଶ୍ୱର ଫେରି ଥିଲେ ଏୟାରପୋର୍ଟ । ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ୍ୟ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ । ଫେରିବା ପରେ ଏୟାରପୋର୍ଟ କନଫରେନ୍ସ ହଲରେ କରିଥିଲେ ସମୀକ୍ଷା । ସମୀକ୍ଷା ମିଟିଂରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *