ଦେଶରେ ଲକଡାଉନ୍ ହେବା ପରେ ସମସ୍ତ ପ୍ରବାସୀ ଶ୍ରମିକ ନିଜ ନିଜର ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ଏହି ଶ୍ରମିକ ମାନଙ୍କର ନିକଟରେ ରୋଜଗାର ସଙ୍କଟ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗରିବ କଲ୍ୟାଣ ଯୋଜନା ଲଞ୍ଚ କରିଛନ୍ତି ।
ଗରିବ କଲ୍ୟାଣ ଯୋଜନା ଅଭିଯାନକୁ ଭିଡିଓ କନଫେରେଂଶିଂ ଜରିଆରେ ବିହାରରେ ଲଞ୍ଚ କରାଯାଇଛି । ଏହି ଯୋଜନାର ଡିଜିଟାଲ ଶୁଭାରମ୍ଭ ପାଇଁ ଅନ୍ୟ ପାଞ୍ଚ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଭାଗ ନେବେ ।

ବିହାର, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ଓଡ଼ିଶା ର ପାଖାପାଖି ୧୧୬ ଜିଲ୍ଲାର ୨୫୦୦୦ ରୁ ଅଧିକ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଯେଉଁଥିରେ ୨୭ ଟି ଜିଲ୍ଲା ସାମିଲ କରାଯାଇଛି । ଏଥିରେ ଦୁଇ ତୃତୀୟାଂଶ ପ୍ରବାସୀ ଶ୍ରମିକଙ୍କୁ ସାମିଲ୍ କରାଯିବ ।
ଛଅ ରାଜ୍ୟରେ ୧୧୬ ଟି ଗାଁ ରେ କୋଭିଡ-୧୯ ର ନିୟମାବଳୀ ମାନିବା ସହିତ ଏହି ରୋଜଗାରର ନିୟମ ପାଳନ କରାଯିବ ।ଏହା ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଆରମ୍ଭ କରାଯିବ ।
ଏହି ଅଭିଯାନ ୧୨୫ ଦିନର ରହିବ ଯେଉଁଥିରେ ପ୍ରବାସୀ ଶ୍ରମିକ ମାନଙ୍କୁ ରୋଜଗାରର ବୃଦ୍ଧି ଓ ଦେଶକୁ ଗ୍ରାମୀଣ କ୍ଷେତ୍ରରେ ବୃଦ୍ଧି କରିବାର ଲକ୍ଷ୍ୟ ରଖି ଅନ୍ୟ ୨୫ ପ୍ରକାର କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି । ଏହି ଯୋଜନାର ସମନ୍ୱୟ ୧୨ ଟି ଅଲଗା ଅଲଗା ମନ୍ତ୍ରାଳୟ କରିବ ।

ସାମୁଦାୟିକ ସ୍ବଚ୍ଛତା ପରିସର:
ଗ୍ରାମ ପଞ୍ଚାୟତ ଭବନ
ଅର୍ଥ ଆୟୋଗ ପାଣ୍ଠି ଅଧୀନରେ କରାଯାଉଥିବା କାମ
ଜାତୀୟ ରାଜପଥ କାମ
ଜଳ ସଂରକ୍ଷଣ ଏବଂ ଜଳ ସଞ୍ଚୟର କାମ
କୂଅ ନିର୍ମାଣ
ବୃକ୍ଷରୋପଣ କାମ
ବଗିଚା କାମ
ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟ
ପ୍ରଧାନ ମନ୍ତ୍ର ଗ୍ରାମିନ ଅବାସୀ ଯୋଜନାର କାର୍ଯ୍ୟ
ଗ୍ରାମୀଣ ସଡକ ଏବଂ ସୀମା ରାସ୍ତା କାମ
ଭାରତୀୟ ରେଳ ଅଧୀନରେ କାମ

ଶ୍ୟାମା ପ୍ରସାଦ ମୁଖାର୍ଜୀ ଅର୍ବନ୍ ମିଶନ
ଭରତ ନେଟ ଅଧୀନରେ ଫାଇବର ଅପ୍ଟିକାଲ କ୍ୟାବଲିଂ କାମ
ପ୍ରଧାନମନ୍ତ୍ରୀ କୁସୁମ ଯୋଜନା
ଜଳ ଜୀବନ ମିଶନ ଅଧୀନରେ କରାଯାଉଥିବା କାମ
ପ୍ରଧାନ ମନ୍ତ୍ର ଉର୍ଜା ଗଙ୍ଗା ପ୍ରକଳ୍ପ
କୃଷି ବିଜ୍ଞାନ କେନ୍ଦ୍ର ଅଧୀନରେ ଜୀବିକା ପ୍ରଶିକ୍ଷଣ
ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ କାର୍ଯ୍ୟ
କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ
ଫାର୍ମ ପୋଖରୀ ଯୋଜନା
ପଶୁ ଗୁହାଳ ନିର୍ମାଣ
ମେଣ୍ଢା/ଛେଳି ପାଇଁ ଗୁହାଳ ନିର୍ମାଣ
କୁକୁଡ଼ା ପାଇଁ ଘର ନିର୍ମାଣ
କେଞ୍ଚୁଆ କମ୍ପୋଷ୍ଟିଂ ୟୁନିଟ୍ ପ୍ରସ୍ତୁତି
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।