ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରସଂଶା କଲେ, କହିଲେ ଅଭିନନ୍ଦନର ପାତ୍ର ହେଉଛନ୍ତି ଶ୍ରୀମାନ ନବୀନ ବାବୁ ।
ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ହୋଇଥିବା ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ କରିବା ନିମନ୍ତେ ମାତ୍ର ୩ ଘଣ୍ଟା ପାଇଁ ଓଡିଶା ଗସ୍ତରେ ଆସି ଓଡିଶାବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆକାଶ ମାର୍ଗରୁ ବାତ୍ୟା ‘ଅମ୍ଫାନ’ ପ୍ରଭାବିତ କରିଥିବା ଅଞ୍ଚଳର ପରିଦର୍ଶନ କରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଏହି ଅବସରରେ ସେ କହିଥିଲେ ମହାବାତ୍ୟା ‘ଅମ୍ଫାନ’ ପଶ୍ଚିମବଙ୍ଗ ଯାଉ ଯାଉ ଓଡିଶାକୁ ଛୁଇଁ ଯାଇଥିଲେ ବି ବହୁତ କ୍ଷୟକ୍ଷତି କରିଛି । କିନ୍ତୁ ପ୍ରଶାସନର ସଚେତନ ଅଭିଯାନ ଫଳରେ ସମ୍ପତ୍ତି ନଷ୍ଟ ହୋଇଥିଲେ ବି ଜୀବନ ବଞ୍ଚି ଯାଇଛି । ଏଥିପାଇଁ ଓଡିଶାବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଟିମ ଅଭିନନ୍ଦନର ପାତ୍ର ଅଟନ୍ତି ।
ମହାବାତ୍ୟା ପୂର୍ବରୁ ଲୋକମାନଙ୍କୁ ଯେଭଳି ଭାବେ ସ୍ଥାନାନ୍ତର କରାଗଲା ଓ ସୁବ୍ୟବସ୍ଥିତ ପରିକଳ୍ପନା ହେଲା ସେ ସପଂର୍କରେ ଅବଗତ ହେବା ପରେ ସନ୍ତୋଷ ପ୍ରକାଶ କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିସହ ସୂଚନା ଦେଇଥିଲେ, ଜୀବନ ବଞ୍ଚାଇବା ପାଇଁ ଆଜି ମଧ୍ୟ ପୃଥିବୀ ଯୁଦ୍ଧ ଲଢ଼ୁଥିବା ବେଳେ ସୁପର ସାଇକ୍ଲୋନ ଭଳି ସଂକଟ ପହଁଚିଗଲା । ଏହା ବଡ଼ ଚିନ୍ତାର ବିଷୟ ମଧ୍ୟ୍ୟ ଥିଲା । କିନ୍ତୁ ଏଠାରେ ଯେଉଁଭଳି ଭାବେ ପରିକଳ୍ପନା କରାଯାଇ ଜୀବନ ବଞ୍ଚାଗଲା ତାହା ଏକ ବଡ଼ ସଫଳତା ଅଟେ ।
ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ବଡ଼ କ୍ଷତି ହୋଇ ନାହିଁ ସତ କିନ୍ତୁ ବିଭିନ୍ନ କ୍ଷେତ୍ରରେ କ୍ଷତି ହୋଇଛି ମହାବାତ୍ୟା ‘ଅମ୍ଫାନ’ ପାଇଁ । ପରିସ୍ଥିତିର ମୁଁ ପୁରା ସମୀକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଓଡିଶା କୁ ୫୦୦ କୋଟି ସହାୟତା ଘୋଷଣା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ର କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ସହାୟତା ର ଘୋଷଣା କରିଛନ୍ତି।

ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ୨ କେନ୍ଦ୍ରମନ୍ତ୍ରୀ ଧ୍ରାମେନ୍ଦ୍ର ପ୍ରଧାନ ଆଉ ପ୍ରତାପ ଷଡ଼ଙ୍ଗୀଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସିବେ ବାତ୍ୟା ଅଞ୍ଚଳର ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ଆକଳନ କରିବେ ।
କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ ବୋଲି କହିଛନ୍ତି । ଏଥିସହ ସେ କହିଥିଲେ, କୋଭିଡ-୧୯ ଭଳି ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନେକ ଧନ୍ୟବାଦର ପାତ୍ର ଅଟନ୍ତି ।
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।