ଗିରଫ ହେବେ ଯୁବରାଜ ! ଚହଲଙ୍କ ପ୍ରତି ଦେଇଥିଲେ ଜାତିଆଣ ମନ୍ତବ୍ୟ !

ଗିରଫ ହେବେ ଯୁବରାଜ ! ଚହଲଙ୍କ ପ୍ରତି ଦେଇଥିଲେ ଜାତିଆଣ ମନ୍ତବ୍ୟ !, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଭାରତୀୟ କ୍ରିକେଟର ୟୁବରାଜ ସିଂ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି । ଏହି ମନ୍ତବ୍ୟ ଯୁବରାଜଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯୁବରାଜ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ସହ ଭିଡିଓ ଚାଟ୍ ବେଳେ ଚହଲଙ୍କ ପ୍ରତି ଜାତିଆଣ ଶବ୍ଦ ବ୍ୟବହାର କରିଥିଲେ ।

ଏହାପରେ ଦଳିତ କାର୍ଯ୍ୟକର୍ତ୍ତା ଓ ଆଇନଜୀବୀ ରଜତ କସଲମ୍ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ହରିୟାଣା ହିସାରରେ ସେ ଏହି ମାମଲା ଦାୟର କରିଛନ୍ତି । ତେବେ ରୋହିତଙ୍କ ସହ ଏହି ଚାଟ୍ ପୁରୁଣା ହେଲେ ମଧ୍ୟ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

Yuvraj Singh maafi maango' trends on Twitter for making casteist ...
Google
ଲାଇଭ୍ ଚାଟରେ ରୋହିତ ଓ ଯୁବରାଜ ଆଲୋଚନା କରୁଥିଲେ ।

ସୂଚନାନୁସାରେ, ଲାଇଭ୍ ଚାଟରେ ରୋହିତ ଓ ଯୁବରାଜ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ । କୂଳଦୀପ ଚହଲ ଓ ଚହଲ କେତେ ସମୟ ଲାଇଭ୍ ରୁହନ୍ତି ବୋଲି ଚର୍ଚ୍ଚା ହେଉଥିଲା ।ଯୁବରାଜ ଏହି ଦୁଇ ଖେଳାଳିଙ୍କ ପ୍ରତି ଜାତିଆଣ ଶବ୍ଦ ବ୍ୟବହାର କରିଥିଲେ । ସୋସିଆଲ ମିଡିଆରେ ୟୁଜରମାନେ ଏହାକୁ ବିରୋଧ କରିବା ପରେ ଯୁବରାଜ କ୍ଷମା ମାଗିଥିଲେ ।

ତେବେ ଆଇନଜୀବୀ ରଜତ କହିଛନ୍ତି ଯେ, ରୋହିତ ମଧ୍ୟ ଜଣେ ଅଭିଯୁକ୍ତ । କାରଣ ସେ ଯୁବରାଜଙ୍କ କଥା ଶୁଣି ହସୁଥିଲେ । ଏପରିକି ଯୁବରାଜଙ୍କୁ ଗିରଫ କରିବାକୁ ରଜତ ଦାବି କରିଛନ୍ତି । ପୋଲିସ ଅଧିକାରୀ ଲୋକେନ୍ଦ୍ର ସିଂଙ୍କ କହିବାନୁସାରେ,ସେ ଅଭିଯୋଗ ପାଇଛନ୍ତି । ଏହାକୁ ଡିଏସପି ସ୍ତରରେ ତଦନ୍ତ କରାଯାଉଛି । ଯଦି ଯୁବରାଜଙ୍କ ବିରୋଧରେ ପର୍ଯ୍ୟାପ୍ତ ମିଳେ ତେବେ ସେ ଅସୁବିଧାରେ ପଡିପାରନ୍ତି ।

ଅଭିଯୋଗ ଦାଖଲ କରିବା ପରେ କଲସନ ରୋହିତ ଶର୍ମାଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଯୁବରାଜଙ୍କ ମନ୍ତବ୍ୟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିନାହାଁନ୍ତି । କ୍ରିକେଟରଙ୍କୁ ଗିରଫ କରିବାକୁ ମଧ୍ୟ କଲସନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ କାଶ୍ମୀର ଉପରେ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଯୁବରାଜ ପାକିସ୍ତାନ କ୍ରିକେଟର ସହିଦ ଆଫ୍ରିଦିଙ୍କୁ ଡାକିଥିଲେ ।

ଗିରଫ ହେବେ ଯୁବରାଜ ! ଚହଲଙ୍କ ପ୍ରତି ଦେଇଥିଲେ ଜାତିଆଣ ମନ୍ତବ୍ୟ !
Google

“ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଉପରେ ଆଫ୍ରିଦିଙ୍କ ମନ୍ତବ୍ୟ ରେ ପ୍ରକୃତରେ ମୁ ବହୁତ ନିରାଶ ହୋଇଛି । ଦେଶ ପାଇଁ ଖେଳିଥିବା ଜଣେ ଦାଇତ୍ୱବାନ ଭାରତୀୟ ଭାବରେ ମୁଁ କଦାପି ଏପରି ଶବ୍ଦ ଗ୍ରହଣ କରିବି ନାହିଁ । ମୁଁ ମାନବିକତା ପାଇଁ ଆପଣଙ୍କ ଆଦେଶ ଉପରେ ଏକ ଆବେଦନ କଲି । କିନ୍ତୁ କେବେ ନୁହେଁ ପୁନର୍ବାର ସେ କହିଛନ୍ତି ।

ଯୁବରାଜ ଶେଷ ଥର ପାଇଁ ୨୦୧୭ ରେ ଭାରତ ପାଇଁ ଖେଳିଥିଲେ। ପ୍ରାୟ ୧୭ ବର୍ଷ ଧରି ଚାଲିଥିବା କ୍ୟାରିୟରରେ ସେ ଦେଶ ପାଇଁ ୩୦୪ ଟି ODI ରେ ଖେଳିଥିଲେ । ଏଥିରେ ସେ ୮୭୦୨ ରନ୍ ସଂଗ୍ରହ କରି ୧୧୧ ୱିକେଟ୍ ନେଇଥିଲେ । ତାଙ୍କର ସବୁଠାରୁ ସ୍ମରଣୀୟ ଟୁର୍ନାମେଣ୍ଟ ହେଉଛି ୨୦୧୧ ବିଶ୍ୱକପ୍, ଯେଉଁଠାରେ ତାଙ୍କର ସର୍ବଦଳୀୟ ଅବଦାନ ଯୋଗୁଁ ଭାରତ ଟ୍ରଫି ଉଠାଇବାରେ ସଫଳ ହୋଇଥିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *