ରୋହିତ ଶର୍ମା ଇଣ୍ଟରଭିୟୁ ବେଳେ ଏହା ମଧ୍ୟ କହିଥିଲେ କି ତାଙ୍କ କ୍ୟାରିୟରର କାହାଣୀ ବହୁତ କିଛି ସଚିନ ତେନ୍ଦୁଲକରଙ୍କ ସହ ଖାପ ଖୁଆଏ। ଆର୍ଥିକ ଅଭାବ କାରଣରୁ ରୋହିତ ଶର୍ମା ପିଲାଦିନେ ନିଜ ମାତା ପିତାଙ୍କ ଜାଗାରେ ଜେଜେବାପା-ଜେଜେବାପାଙ୍କ ଘରେ ରହି ବଡ଼ ହୋଇଛନ୍ତି।

ରୋହିତ ଶର୍ମା ଯେବେ ଛୋଟ ଥିଲେ ତେବେ ଥରେ ତାଙ୍କୁ ପୋଲିସ ଜେଲରେ ପୁରେଇବାର ଧମକ ଦେଇଥିଲେ।ଏହି କଥାର ଖୁଲାସା ରୋହିତ ଶର୍ମା ଗୌରବ କପୂରଙ୍କର ୟୁଟ୍ୟୁବ ଶୋ ‘ବ୍ରେକଫାଷ୍ଟ ଉଇଥ ଚାମ୍ପିୟନ୍ସ’ପାଇଁ ଦେଇଥିବା ଇଣ୍ଟରଭିୟୁରେ କରିଥିଲେ। ରୋହିତ ଶୋରେ ଏହା ମଧ୍ୟ କହିଥିଲେ କି ତାଙ୍କ କ୍ୟାରିୟରର କାହାଣୀ ବହୁତ କିଛି ସଚିନ ତେନ୍ଦୁଲକରଙ୍କ ସହ ଖାପ ଖୁଆଏ।
ରୋହିତ ଶର୍ମା କହିଲେ କି ଯେପରି ସଚିନ ତେନ୍ଦୁଲକର ସମ୍ପର୍କୀୟ ଘରେ ରହି ପଢୁଥିଲେ। ସେ ମଧ୍ୟ ସେହିପରି ତାଙ୍କର ବାପା ମା ଙ୍କ ପାଖରେ ନ ରହି ଆଇ ଅଜାଙ୍କ ପାଖରେ ରହିଲେ। ଶୋରେ ରୋହିତ ଗୌରବଙ୍କୁ କହିଲେ କି,”କ୍ରିକେଟ ଆମ ଫ୍ୟାମିଲିରେ ଥିଲା। ଲୋକ ପସନ୍ଦ କରୁଥିଲେ,କ୍ରିକେଟ ଖେଳିବା,ଦେଖିବା। ୨୪ ଘଂଟା ନୁହେଁ କିନ୍ତୁ ୧୬ ଘଣ୍ଟା ଦେଖନ୍ତି। ମୋର ୬ ଦାଦା ଓ ୨ ପିଉସୀ ଅଛନ୍ତି। “ଗୌରବ ମଝିରେ ଅଟକାଇ କହିଲେ କି ପୁରା ଫ୍ୟାମିଲରେ କ୍ରିକେଟ ଅଛି। ରୋହିତ କହିଲେ,”ନିଶ୍ଚୟ ସବୁ ଦାଦା କେବେ ନା କେବେ କ୍ରିକେଟ ଖେଳ ଦେଖିଛନ୍ତି। ସ୍କୁଲ ଓ କଲେଜରେ ନା କି ବହୁତ ଉପର ଭାଗରେ।”
ଗୌରବ ପଚାରିଲେ କଣ ସେ କେବେ ଆପଣଙ୍କ ଖେଳରେ ରୁଚି ଦେଖାଇଛନ୍ତି? ରୋହିତ କହିଲେ ହଁ ନିଶ୍ଚୟ ମୁଁ ଯେତେବେଳେ ଗଲିରେ ଖେଳେ ଓ ଦାଦା ଛାତ ଉପରୁ ଦେଖନ୍ତି ମତେ କି କେମିତି ଖେଳୁଛି କେମିତି ବ୍ୟାଟିଂ କରୁଛି ମୁଁବ। ବିଲ୍ଡିଂରେ ବହୁତ କାଚ ଭାଙ୍ଗିଚୁ ଆମେ କ୍ରିକେଟ ଖେଳି।ରୋହିତ କହିଛନ୍ତି କି କାଚ ଭାଙ୍ଗିବା ପାଇଁ ପୁଲିସ କେସ ମଧ୍ୟ ହୋଇଥିଲା। ପୁଲିସ ବି ତାଙ୍କ ଘରକୁ ଆସିଥିଲା।

ଗୌରବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,”କାଚ ଭାଙ୍ଗିଲା ଉପରେ ପୁଲିସ କେସ?,ରୋହିତ କହିଲେ”ହଁ ହଁ କାହିଁକିନା ଏହା ଗୋଟିଏ ଦିନର ନ ଥିଲା। ଯେତେ ପଡୋଶୀ ଥିଲେ ସବୁ ଚିନ୍ତାରେ ଥିଲେ ଆମ ପାଇଁ। ଆମେ ୩-୪ ଜଣ ଥିଲୁ ପ୍ରତିଦିନ କ୍ରିକେଟ ଖେଳୁଥିଲୁ। ସେଥିପାଇଁ ପଡୋଶୀ ପୁଲିସରେ ଅଭିଯୋଗ ଦାଖଲ କରିଥଲେ।
ରୋହିତ କହିଲେ,”ପୁଲିସ ଆସି ଆମକୁ ଧମକ ଦେଇଗଲେ”। ଏହା ଶୁଣି ପୁଣି ଗୌରବ ଆଶ୍ଚର୍ଯ୍ୟ ହୋଇଗଲେ। ରୋହିତ ହସିକି କହିଲେ “ପୋଲିସ ଧମକ ଦେଇ କହିଲେ ଯଦି ଆଉଥରେ ଖେଳିବ,ତମକୁ ଜେଲରେ ରହିବାକୁ ପଡିବ। ତା ପରେ ଆମେ ଗ୍ରାଉଣ୍ଡରେ ଖେଳିବା ଆରମ୍ଭ କରିଦେଲୁ। ହେଲେ ଛୁଆଳିଆମୀ ତ ଯିବ ନାହିଁ। ଏଥିପାଇଁ ଆମେ କେବେ ନା କେବେ ବିଲ୍ଡିଂରେ ଖେଳୁ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।