ପୁନମଙ୍କ ସ୍ୱାମୀ ରାଜେଶ ନାୟର କହିଛନ୍ତିକି ପୂର୍ଵରୁ ମେଡ଼ିକାଲରେ ପ୍ରସ୍ତୁତ କରାଯାଇଥିବା କାଗଜପତ୍ରରେ ପୁନମ ସୁସ୍ଥ ଥିଲେ। ଯେବେ ମେଡ଼ିକାଲକୁ ଜଣାପଡିଲା କି ସେ କିଛି ଭୁଲ କରୁଛନ୍ତି ସେ ମେଡ଼ିକାଲ କାଗଜପତ୍ରରେ କିଛି ଗଡ଼ବଡ଼ କରିଦେଲେ।

ପାଖାପାଖି ୫ ବର୍ଷ ପୂର୍ବେ ପେଟ ଦରଜ ପାଇଁ ମେଡ଼ିକାଲରେ ପହଁଚିଥିବା ପୁନମକୁ ଆଜି ପର୍ଯ୍ୟନ୍ତ ମେଡିକାଲରୁ ଛୁଟି ମିଳିପାରିନାହିଁ। ସେ ମେଡ଼ିକାଲରେ ରହିବା ୧୯୨୧ ଦିନ ହୋଇଗଲାଣି କିନ୍ତୁ ତାଙ୍କର ଠିକ ହେବା ବା ମେଡ଼ିକାଲରୁ ଡିସଚାର୍ଜ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ।ଏହା ଭାରତର ସବୁଠୁ ଅଧିକ ସମୟ ମେଡ଼ିକାଲରେ ରହିବା ମଧ୍ୟରୁ ଗୋଟିଏ ଅଟେ। ତାଙ୍କ ଚିକିତ୍ସାର ବିଲ ୬ କୋଟି ପାର ହୋଇଯାଇଛି। ଏବେ ପ୍ରଶ୍ନ ଏହା ଉଠୁଛି କି ଏପରି କଣ ହେଲା ଯାହା ଦ୍ୱାରା ପୁନମ ଏବେ ପର୍ଯ୍ୟନ୍ତ ମେଡ଼ିକାଲରୁ ଘରକୁ ଯାଇପାରିଲେ ନାହିଁ? ପରିବାର ଲୋକ ମେଡ଼ିକାଲ ଉପରେ ଖରାପ ଚିକିତ୍ସାର ଅଭିଯୋଗ କରୁଛନ୍ତି।
ସବୁବେଳେ ଖୁସିରେ ରହୁଥିବା ୩୩ ବର୍ଷୀୟ ପୁନମ କେବେ ଏକ୍ସଚେଙ୍କ କମ୍ପାନୀ ସହିତ ବିଜନେସ ରିପୋଟିଙ୍ଗ ଏନାଲିଷ୍ଟ ରୂପରେ କାର୍ଯ୍ୟ କରୁଥିଲେ। ଆଜି ସେ ବହୁତ କଷ୍ଟରେ ହଲି ପାରୁଛନ୍ତି ଓ କଥା କହୁଛନ୍ତି। ଡ଼ାକ୍ତର କଥିତ ରୂପରେ ପାଞ୍ଚ ବର୍ଷ ପୂର୍ବେ ଶରୀରକୁ ଘରକୁ ନେଇଯିବା ପାଇଁ କହିଥିଲେ।ପରିବାର ଲୋକଙ୍କୁ ଆଶା ଅଛିକି ଯଦି ସଠିକ ରୂପରେ ଚିକିତ୍ସା କରାଯାଏ ତେବେ ପୁନମ ଘରକୁ ଫେରିପାରନ୍ତି।ପରିବାର ଲୋକ ଅଭିଯୋଗ କରିଛନ୍ତିକି ପୋଲିସ ଓ ସରକାରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କିଛି ପ୍ରକାରର ଫାଇଦା ମିଳିନାହିଁ।

ପୁନମଙ୍କ ସ୍ୱାମୀ ରାଜେଶ ନାୟର ପୁନମଙ୍କ ଦେଖାଶୁଣା ପାଇଁ ଆଇଏମବି ଓ ଆଇକ୍ରୋସପଟର ଚାକିରୀ ଛାଡିଚାଲିଛନ୍ତି।ପରିବାର ଲୋକ କୌଣସି ପ୍ରକାର ଚିକିତ୍ସା ପାଇଁ ୧.୩୪ କୋଟି ଦେଇଛନ୍ତି। ପୂର୍ବ ୫ ବର୍ଷର ଦୁଃଖ ମନେ ପକାଇ ନାୟର କହିଛନ୍ତି ପୁନମ ପୁରା ସୁସ୍ଥ ଥିଲେ। ଯିଏକି ମନିପାଲ ମେଡ଼ିକାଲକୁ କେବଳ ଅଳ୍ପ ପେଟର ଯନ୍ତ୍ରଣା ନେଇ ଆସିଥିଲେ। ସେ କହିଛନ୍ତି ସର୍ଜରିରେ ହୋଇଥିବା ଭୁଲ ପାଇଁ ସେ କୋମାକୁ ଚାଲିଯାଇଥିଲେ ଓ ବେଡ଼ରେ ଅଛନ୍ତି।
ସେ କହିଛନ୍ତି ପୂର୍ଵରୁ ମେଡ଼ିକାଲରେ ପ୍ରସ୍ତୁତ କରାଯାଇଥିବା କାଗଜପତ୍ରରେ ପୁନମ ସୁସ୍ଥ ଥିଲେ। ଯେବେ ମେଡ଼ିକାଲକୁ ଜଣାପଡିଲା କି ସେ କିଛି ଭୁଲ କରୁଛନ୍ତି ସେ ମେଡ଼ିକାଲ କାଗଜପତ୍ରରେ କିଛି ଗଡ଼ବଡ଼ କରିଦେଲେ। କାଗଜପତ୍ରରେ ଗଡ଼ବଡ଼ କରି କୁହାଯାଇଛିକି ଯେବେ ପୁନମ ମେଡ଼ିକାଲ ଆସିଲେ ତାଙ୍କ ଅବସ୍ଥା ଗମ୍ଭୀର ଥିଲା। ନାୟର କହିଛନ୍ତି ଅକ୍ଟୋବର ୨୦୧୫ରେ ମେଡିକାଲ ଵାଲା କହୁଥିଲେ ପୁନମ ୩ ମାସରୁ ଅଧିକ ଦିନ ବଞ୍ଚିପାରିବନାହିଁ। ପୁନମର ବଞ୍ଚିବାର ଆଶା ପାଇଁ ଅନେକ ଥର ମେଡ଼ିକାଲ ଭୁଲ ସାବ୍ୟସ୍ତ ହୋଉଛି ଓ ଅନେକ ଥର ପୁନମ କୋମାରୁ ବାହାରକୁ ଆସିଛି।
ନାୟର କହିଛନ୍ତି ପୁନମଙ୍କ ଭଲ ପାଇଁ ମେଡ଼ିକାଲ କୌଣସି ଭଲ ଚିକିତ୍ସା କରୁନାହାଁନ୍ତି। ଏହି ସହରର ପ୍ରମୁଖ ଡାକ୍ତର ମାନଙ୍କ ସହ କଥା ହେବା ଦ୍ଵାରା ସେମାନେ ଗୋପନୀୟ ଭାବେ କହିଛନ୍ତିକି ଏହା ଏକ ରେୟାର କେସ।
ଜଣେ ଚିକିତ୍ସକ କହିଛନ୍ତିକି,”କୌଣସିବି ୨୦-୪୦ ବୟସ୍କ ବ୍ୟକ୍ତି ଯଦି କୌଣସି ବି ପେଟ ସମସ୍ୟାରେ ଆକ୍ରାନ୍ତ ହୁଏ ତେବେ ସେ ଅତିବେସିରେ ୩ ମାସ ଭିତରେ ଠିକ ହୋଇଯାଇଥାଏ। ଏଥିରେ ୫ ବର୍ଷର ସମୟ ଲାଗିଛି ଏହା ଆମେ ୨୮ ବର୍ଷୀୟ ମହିଳାଙ୍କ କଥା କହୁଛୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।