ଲଘୁଚାପର ପ୍ରକୋପ: ୧୨ ଟି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଏହି ୪ଟି ଜିଲ୍ଲାରେ ଅଧିକ ବର୍ଷିବ ବର୍ଷା ।

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ଗତ କାଲିଠୁ ବର୍ଷା ବର୍ଷିବାରେ ଲାଗିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଅନୁସାରେ, ୪ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଅନ୍ୟ ୧୨ଟି ଜିଲ୍ଲାରେ ବର୍ଷା ଜୋରରେ ବର୍ଷିବାର ସମ୍ଭାବନା ରହିଅଛି । କନ୍ଧମାଳ, କଳାହାଣ୍ଡି, ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟପଟେ କଟକ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ରାୟଗଡା, କେନ୍ଦ୍ରାପଡା, ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର, ପୁରୀ, ବଲାଙ୍ଗୀର ଏବଂ ସୋନପୁର ଆଦି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଅଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ଯାହା ଭୁବନେଶ୍ୱରରେ ଅବସ୍ଥିତ ଅଟେ ।

ଏମିତି ପାଗ ଆହୁରି ୪ ଦିନ ପାଇଁ ଲାଗି ରହିବ ବୋଲି ସୂଚନା ଆସିଛି । ବର୍ଷାର ପରିମାଣ ଶନିବାରଠାରୁ ବଢ଼ିବ ଏବଂ ରାଜ୍ୟର ଅନ୍ୟ ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହି ଜିଲ୍ଲାଗୁଡ଼ିକ ହେଲା କଟକ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ରାୟଗଡା, ପୁରୀ, ବୌଦ୍ଧ, ବଲାଙ୍ଗୀର, ସୋନପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ଜଗତସିଂହପୁର । ଏହାକୁ ଆଖି ଆଗରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଅଛି । ଅନ୍ୟପଟେ ୪୦ ରୁ ୫୦ କିମି ଗତିରେ ମଝିରେ ମଝିରେ ପବନ ହେବାର ସମ୍ଭାବନା ରହିଥିବାରୁ ସମୁଦ୍ର ଭିତରକୁ ନ ଯିବାକୁ କେନ୍ଦ୍ର ମତ୍ସ୍ୟଜୀବୀମାନଙ୍କୁ ମନା କରିଛି ।

How Indonesians control nature: Meet the rain shamans - People - The Jakarta Post

ଉମାଶଙ୍କର ଦାସ ଯେ କି କେନ୍ଦ୍ରର ବୈଜ୍ଞାନିକ ସେ କହିଛନ୍ତି ଯେ, ଗତିକାଲିର ଏହି ଲଘୁଚାପ କ୍ଷେତ୍ରର ଯେଉଁ ପରି ପରିସ୍ଥିତି ରହିଛି, ଯାହା ଫଳରେ ବର୍ତ୍ତମାନ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଏବଂ ଓଡିଶା ସହିତ ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ଏହା ସକ୍ରିୟ ରହିଅଛି ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଯାଏ ବ୍ୟାପିଛି ବୋଲି ସୂଚନା ଆସିଛି । ଏହା ସହିତ ଆହୁରି ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଛତିଶଗଡ଼ ତଥା ଏହାର ସଂଲଗ୍ନ ଅଞ୍ଚଳରେ ରହିଅଛି । ସମୁଦ୍ର ପତ୍ତନଠାରୁ ଏହା ୭.୬ କିମି ଯାଏ ବ୍ୟାପିଅଛି । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ କାରଣ ଲଘୁଚାପ ସହ ଏହି ଘୁର୍ଣ୍ଣିବଳୟ ପ୍ରଭାବ ରହିଛି । ସେଥିପାଇଁ ଏହି ଏହି ଜାଗାରେ ବର୍ଷା ସହିତ ପବନ ମଧ୍ୟ କିଛି ବେଗରେ ବହିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *