ଭାରତ କ୍ରିକେଟକୁ ଇଂଲଣ୍ଡ ସହ ପ୍ରଥମ ଏକଦିବସିୟରେ ଆଉ ଏକ ଷ୍ଟାର ମିଳିଯାଇଛି। ଏହି ଷ୍ଟାରର ନାମ ହେଉଛି ପ୍ରସିଦ୍ଧ କୃଷ୍ଣା। ସେ ମଙ୍ଗଳବାରଲୁ ନିଜ ଇଣ୍ଟରନେସନାଲ କ୍ୟାରିୟର ଆରମ୍ଭ କରିଥିଲେ ଓ ସେହି ମ୍ୟାଚରେ ସେ ୪ଟି ୱିକେଟ ଅକ୍ତିଆର କରିଛନ୍ତି। ନିଜ ପ୍ରଥମ ଏକଦିବସିୟ ମ୍ୟାଚରେ ୪ ଟି ୱିକେଟ ଅକ୍ତିଆର କରିଥିବା ସେ ପ୍ରଥମ ଭାରତୀୟ ବୋଲର ହୋଇଯାଇଛନ୍ତି।

ଭାରତ ଇଂଲଣ୍ଡକୁ ପ୍ରଥମ ମ୍ୟାଚରେ ୬୬ ରନରେ ହରାଇଛି।ଭାରତ ପ୍ରଥମ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୩୧୭ ରନ କରିଥିଲା। ଏହା ପରେ ଭାରତ ଇଂଲଣ୍ଡକୁ ୨୫୧ ରନରେ ଅଲଆଉଟ କରିଦେଇଥିଲା। ଭାରତର ପ୍ରସିଦ୍ଧ କୃଷ୍ଣା ସବୁଠୁ ଅଧିକ ୪ ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ବୋଲିଙ୍ଗ କିଛି ଏହି ପ୍ରକାର ଥିଲା ୮.୧-୧-୫୪-୪। ସେ ଯେସେନ ରଏ, ବେନ ଷ୍ଟୋକ ଓ ସାମ ବିଲିନଗସଙ୍କୁ ଆଉଟ କରିଥିଲେ।
କେକେଆର ପକ୍ଷରୁ ଖେଳୁଥିବା ପ୍ରସିଦ୍ଧ କୃଷ୍ଣା ନିଜର ପ୍ରେସ ବୋଲିଙ୍ଗ ଯାଇ ଜଣାଯାଇଥାନ୍ତି। ସେ ଏହି ମ୍ୟାଚରେ ୧୪୦ ସ୍ପିଡି ଘଣ୍ଟାପ୍ରତି ବେଗରେ ବୋଲିଙ୍ଗ କରୁଥିଲେ। ତାଙ୍କର ଦ୍ୱିତୀୟ ଫାଇଦା ହେଉଛି ତାଙ୍କୁ ଅଧିକ ବାଉନ୍ସ ମିଳିଥାଏ।ସେ ଯେସେନ ରଏଙ୍କୁ ଯେଉଁ ବଲରେ ଆଉଟ କଲେ ସେ ବଲ ଅଧିକ ବାଉନ୍ସ ହୋଇଥିଲା। ରଏ ଏଥିପାଇଁ ନିଜ ଶର୍ଟରେ ନିଜର କାବୁ ରଖିପାରିନଥିଲେ।

ଅଧିକାଂଶ ବୋଲର ମାନେ ଟି-୨୦ ମ୍ୟାଚରେ ୟର୍କର ,ବାଉନ୍ସର ଓ ସ୍ଲୋବଲ କରିଥାନ୍ତି। କିନ୍ତୁ କୃଷ୍ଣାଙ୍କୁ ନିଜ ଗତି ଓ ଲାଇନରେ ଭରସା ଅଛି। ସେ ଅଧିକାଂଶ ଅଫଷ୍ଟମ୍ପ ବାହାରେ ରଖି ବୋଲିଙ୍ଗ କରିଥାନ୍ତି ।ଓ ବ୍ୟାଟ୍ସମ୍ୟାଙ୍କୁ ଡ୍ରାଇଭ ବା କଟ କରିବା ପାଇଁ ମଜବୁର କରିଥାନ୍ତି।
ତାଙ୍କ ଡେଭ୍ୟୁ ମ୍ୟାଚ କଥା କହିବାତ ତାଙ୍କ ଆରମ୍ଭ ଭଲ ରହିନଥିଲା। ସେ ଆରମ୍ଭ ତିନିଓଭରରେ ୩୭ ରନ ଦେଇ ଦେଇଥିଲେ। କିନ୍ତୁ ଦ୍ୱିତୀୟ ସ୍ପେଲରେ ସେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ଏହା ସହ ଭାରତକୁ ବିଜୟ ଆଶା ଆଡ଼କୁ ନେଇଯାଇଥିଲେ। ସେ ନିଜ ଦ୍ୱିତୀୟ ସ୍ପେଲରେ ୩ ଓଭରରେ ୯ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।