ପ୍ରୀତି ଜିନ୍ତା ଆଇପିଏଲ ୨୦୨୧ର ସିଡୁଲରୁ ଚିନ୍ତିତ। ଟ୍ୱିଟ କରିକି ନିଜ ହୃଦୟ କଥା କହିଲେ। ଦେଖନ୍ତୁ ଟ୍ୱିଟ।

ଆଇପିଏଲର ଗଭର୍ନିଂ କାଉନ୍ସିଲ ରବିବାର ଦିନ ଆଇପିଏଲ ୨୦୨୧ର ସିଡୁଲ ଘୋଷଣା କଲା। ଏହା ସହିତ ଘରୋଇ ଟି ଟ୍ୱେଣ୍ଟି ଲିଗର ସମସ୍ତ ମ୍ୟାଚ ଭାରତରେ ହିଁ ଖେଳାଯିବ। ଟୁର୍ଣ୍ଣଆମେଣ୍ଟର ସମସ୍ତ ମ୍ୟାଚ ଭାରତର ୬ଟି ଭେନ୍ୟୁରେ ଖେଳାଯିବ। ସେହି ସମସ୍ତ ଭେନ୍ୟୁ ହେଉଛି ( ଅହମ୍ମଦାବାଦ, ଚେନାଇ, ମୁମ୍ବାଇ, କୋଲକାତା, ବ୍ୟଙ୍ଗଲୋର ଆଉ ଦିଲ୍ଲୀ)। ଆଇପିଏଲର ସିଡୁଲ ହେବା ପରେ ସମସ୍ତ କ୍ରିକେଟ ଫ୍ୟାନ ମାନେ ଖୁସିରେ ଅଛନ୍ତି ମାତ୍ର ପଞ୍ଜାବ କିଙ୍ଗସର ଓନର ଏହାକୁ ନେଇ ବୋଧହୁଏ ଖୁସି ନାହାନ୍ତି।

Google

ପ୍ରୀତି ଜିନ୍ତାଙ୍କର କହିବା କଥା କି ଘରୋଇ ମୈଦାନ ଉପରେ କେଉଁ ବି ଟିମକୁ ଖେଳିବାର ମୌକା ମିଳିବ ନାହିଁ। ତାଙ୍କର ଏହି କଥାକୁ ନେଇକି ଅବଶୋଷ ଅଛି କି ଷ୍ଟାଡିୟମରେ ଦର୍ଶକ ମାନଙ୍କୁ ଦେଖିବାର ସୁଯୋଗ ଦିଆଯିବ ନାହିଁ। ସିଦ୍ୟୁଲ ଜାରି ହେବା ପରେ ପ୍ରୀତି ଟ୍ୱିଟ କରିକି କହିଲେ, ” ଶେଷରେ ଆଇପିଏଲର ସିଦ୍ୟୁଲ ଜାରି ହେଇଗଲା ଆଉ ଏହା ଏକ ଅତ୍ୟନ୍ତ ଭୟାନକ ଅନୁଭବ ଅଟେ କି ପଞ୍ଜାବ କିଙ୍ଗସ ନିଜର କେଉଁ ବି ମ୍ୟାଚ ଘରୋଇ ମୈଦାନରେ ଖେଳିବ ନାହିଁ। ମୁମ୍ବାଇ ଠାରୁ ନିଜର ଆଇପିଏଲ ଯାତ୍ରା ଆରମ୍ବ କରି ସେମାନେ ଚେନାଇ ତଥା ଅହମ୍ମଦାବାଦରେ ନିଜର ଲିଗ ମ୍ୟାଚ ଖେଳିବେ। ଆହୁରି ଏହା ଏକ ଖରାପ ଅନୁଭବ କାରଣ କେଉଁ ବି ଟିମ ଘରୋଇ ମୈଦାନ ଉପରେ ମ୍ୟାଚ ଖେଳିବେ ନାହିଁ। ଆହୁରି ବର୍ତ୍ତମାନ ସିଡୁଲ ଅନୁସାରେ ମୈଦାନ ଭିତରକୁ ଦର୍ଶକ ମାନଙ୍କୁ ପସିବାର ଅନୁମତି ନାହିଁ।” ଏବେ ପଞ୍ଜାବ କିଙ୍ଗସର ଅଧିନାୟକ ପଦବୀ ରାହୁଲଙ୍କ ହାତରେ ଅଛି।

ଏବେ ସିଡୁଲ ଅନୁସାରେ ଆଇପିଏଲ ୯ ଏପ୍ରିଲ କୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚ ୨୩ ଏପ୍ରିଲକୁ କୋଲକାତାରେ ଚେନାଇ ସୁପର କିଙ୍ଗସ ଆଉ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଭିତରେ ଖେଳାଯିବାକୁ ଯାଉଛି। ଫାଇନାଲ ୩୦ ମଇକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ପଞ୍ଜାବ କିଙ୍ଗସ ନିଜର ପ୍ରଥମ ମ୍ୟାଚ ୧୨ ଏପ୍ରିଲକୁ ରାଜସ୍ତାନ ରୟାଲସ ବିପକ୍ଷରେ ଖେଳିବ। ପଞ୍ଜାବ ନିଜର ଶେଷ ଲିଗ ମ୍ୟାଚ ୨୨ ଏପ୍ରିଲକୁ ସେହି ରାଜସ୍ତାନ ରୟାଲସ ବିପକ୍ଷରେ ହିଁ ଖେଳିବ। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବ କି କେହି ବି ଟିମ ନିଜର ଗୋଟେ ବି ମ୍ୟାଚ ଘରୋଇ ମୈଦାନ ଉପରେ ଖେଳିବାର ସୁଯୋଗ ପାଇବେ ନାହିଁ। ଏବେକାର ନିର୍ଣ୍ଣୟ ମୁତାବିକ ଷ୍ଟାଡିୟମ ଭିତରକୁ ଦର୍ଶକ ମାନଙ୍କୁ ପସିବାର ଅନୁମତି ମିଳିବ ନାହିଁ। ଦର୍ଶକ ମାନଙ୍କୁ ଭିତରକୁ ପସିବାର ଅନୁମତି ପରେ ମିଳିବାର ନିର୍ଣ୍ଣୟ ନିଆଯାଇପାରେ।

Google

କହି ରଖୁଛୁ କି ପ୍ରାୟ ଦୁଇ ବର୍ଷ ପରେ ଆଇପିଏଲ ଘରୋଇ ମୈଦାନରେ ହେବାକୁ ଯାଉଅଛି। କୋଭିଡ ୧୯ ମହାମାରୀ କାରଣରୁ ଆଇପିଏଲ ୨୦୨୦ ସଂଯୁକ୍ତ ଆରବ ଏମୀରେଟସରେ ଖେଳାଯାଇଥିଲା। ଆଇପିଏଲର ତତ୍କାଳୀନ ସିଦ୍ୟୁଲ ମୁତାବିକ ସେଗୁଡିକୁ ଏପରି ତିଆରି କରାଯାଇଛି କି ପ୍ରତି ଟିମ ମାତ୍ର ତିନି ଥର ହିଁ ଟ୍ରାଭେଲ କରିବ। ଏହାଦ୍ୱାରା କୋଭିଡ ମହାମାରୀ ସଂକ୍ରମଣର ଭାଗ ବି କମିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *