ପ୍ରେମିକ ଘଟାଇଲା ଅଘଟଣ, ରାକ୍ଷସ ସାଜି ପ୍ରେମିକାକୁ ଜୀବନ୍ତ ଜାଳିଦେଲା! ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏକ ଏପରି ଘଟଣା ଘଟିଛି ଯାହା ଚାରିଆଡେ ଚର୍ଚାର ବିଷୟ ପାଲଟିଛି। ଏତେ ଭଲ ପାଉଥିବା ପ୍ରେମିକାକୁ ଅତି ନିର୍ଦୟ ଭାବେ ମାରିଛି ପ୍ରେମିକ। ପ୍ରେମିକାକୁ ଜିଅନ୍ତା ଜାଳିଦେଇଛି ପ୍ରେମିକ। ଆପଣଙ୍କୁ କହିରଖିବୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ସାହୁ ନାମକ ଏକ ଯୁବକ ମୃତ ଯୁବତୀ ସୁଭାସ୍ମିତା ଖାଡ଼ଙ୍ଗା ସ୍ପିରିଟ ଢାଳି ନିଆଁଲଗାଇ ମାରିଛନ୍ତି ବୋଲି ମରିବା ସମୟରେ ପୋଲିସକୁ ବୟାନ ଦେଇଥିଲେ ସୁଭସ୍ମିତା କିନ୍ତୁ କୃଷ୍ଣଚନ୍ଦ୍ର କିଛି କରିନାହାନ୍ତି ବୋଲି ବାରମ୍ବାର କହିଥିଲେ। ସୁଭସ୍ମିତାଙ୍କ ବୟାନ ଆଧାରରେ ପୋଲିସ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି ଏବେ ତଦନ୍ତ କରିବା ଆରମ୍ଭ କରିଦେଇଛି ଓ ଘଟଣାସ୍ଥଳରୁ ପ୍ରମାଣ ଖୋଜୁଛି।

ଏବେ ଚାରିଆଡେ ଏହା ଜାଣିବାକୁ ଚାହୁଁଛନ୍ତି ଏହା ପଛରେ ପ୍ରେମ ପ୍ରତାରଣା ରହିଛି ନା ଆଉକିଛି କାରଣ ଅଟେ। ମଙ୍ଗଳବାର ଦିନ ଘଟଣାସ୍ଥଳରୁ ପୋଲିସ ସୁଭସ୍ମିତାଙ୍କ ଜଳନ୍ତା ଅବସ୍ଥାରେ ଉଧାର କରିଥିଲା। ଏହା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଥିଲା କିନ୍ତୁ ମାତ୍ର ୨ ଘଣ୍ଟା ମଧ୍ୟରେ ସେ ପ୍ରାଣହରାଇଥିଲେ। ଆପଣଙ୍କୁ କହିରଖିବୁ ସୁଭସ୍ମିତାଙ୍କ ଘର ହେଉଛି ବାଲିପଦର ସଦାସିବପୁର। ସବୁଠୁ ବଡ଼ କଥା ହେଉଛି ସୁଭସ୍ମିତା ମରିବା ପୂର୍ବରୁ ପୋଲିସକୁ ପୁରା ଘଟଣା ଜଣାଇଦେଇଥିଲେ।

Google

କୃଷ୍ଣଚନ୍ଦ୍ର ତାଙ୍କ ଦେଶରେ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ସୁଭସ୍ମିତା ବୟାନ ଦେବାପରେ ଏବେ କୃଷଚନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ।ସୁଭସ୍ମିତାଙ୍କର ବାପାଙ୍କ ଠୁ ମିଳିଥିବା ବୟାନ ଅନୁସାରେ ସୁଭସ୍କିତା ଓ କୃଷ୍ଣଚନ୍ଦ୍ର ପରସ୍ପରକୁ ଭଲ ପାଉଥିଲେ ଓ ଦୁହିଁଙ୍କ ବିବାହ ଠିକ ହୋଇଥିଲା। ଏହା ସହ ସୁଭସ୍ମିତାଙ୍କ ବାପା କହିଛନ୍ତି ବାହାଘର ଠିକ ହେବା ପରେ କଣ ଏପରି ହେଲାକେଜାଣି କୃଷ୍ଣଚନ୍ଦ୍ର ଆଉ ବିବାହ କରିବେନି ବୋଲି ମନାକରିଦେଇଥିଲେ ଓ ସୁଭସ୍ମିତାଙ୍କୁ ହଇରାଣ କରିବା ସହ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଅନ୍ୟତ୍ର ବିବାହ କରିଦେଇଛନ୍ତି ବୋଲି ମଧ୍ୟ କହିଥିଲେ। ସେଦିନ ସେ ସୁଭସ୍ମିତାଙ୍କୁ ନିଜ ଘରକୁ ଡାକି ମାରିଥିବା ଅଭିଯୋଗ କରିଛନ୍ତି ସୁଭସ୍ମିତାଙ୍କ ବାପା।

କୃଷ୍ଣଚନ୍ଦ୍ର ଗିରଫ ହେଲାପରେ ଏହାକୁ ମାନିବାକୁ ନାରାଜ ଓ ସେ କିଛି କରିନାହାନ୍ତି ବୋଲି କହିଚାଲିଛନ୍ତି। ଘଟଣା ଦିନ ସେ ବାହାରେ ଥିଲେ ବୋଲି ପୋଲିସକୁ କହୁଛନ୍ତି। ସୁଭସ୍ମିତାଙ୍କ ସହ ୨୦୧୬-୧୬ରୁ ତାଙ୍କର ସଂପର୍କ ଥିଲା ପରେ ସୁଭସ୍ମିତା ତାଙ୍କୁ ସନ୍ଦେହ କରିଥିବାରୁ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିବା ସେ କହିଛନ୍ତି।

ସୁଭସ୍ମିତାଙ୍କ ବୟାନ ଅନୁସାରେ ପୋଲିସ ତଦନ୍ତ କରିବା ସମୟରେ ଘଟଣାସ୍ଥଳ ସ୍ପିରିଟ,ଜୋତା, ପର୍ସ ଓ ଦିଆସିଲ ମଧ୍ୟ ଜବତ କରିଛି ପୋଲିସ। ପୋଲିସ ସୂଚନା ଅନୁସାରେ ମୃତ ସୁଭସ୍କିତା ଭଞ୍ଜନଗର ନିକଟ ମୁଜାଗଡ଼ ସରକାରୀ ମେଡିକାଲରେ ଚାକିରୀ କରିଥିବା ବେଳେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଭୁବନେଶ୍ୱରରେ ଏକ ଆଇଟି କମ୍ପାନୀରେ ଚାକିରୀ କରିଥିଲେ ବୋଲି ଜଣା ଯାଇଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *