ପୂର୍ଵ ଭାରତୀୟ ଓପନର ରୋହିତ, ବିରାଟ ଓ ବୁମରାଙ୍କୁ ଦଶକରେ ନିଜ ଟି-୨୦ ଟିମରେ ବାଛିଛନ୍ତି କିନ୍ତୁ କୋହଲିଙ୍କୁ ବାଛି ନାହାଁନ୍ତି ଅଧିନାୟକ,ଜାଣନ୍ତୁ କିଏ ଅଟନ୍ତି ଅଧିନାୟକ?

ଆକାଶ ଚୋପଡା ନିଜ ଦେଶର ଇଣ୍ଟରନେସନାଲ ଟିମରେ ରୋହିତ ଶର୍ମାଙ୍କ ସହିତ ଓପନିଙ୍ଗ ପାଇଁ ଏରନ ଫିଞ୍ଚଙ୍କୁ ବାଛିଛନ୍ତି। ବିରାଟ କୋହଲିଙ୍କ ବ୍ୟାଟିଙ୍ଗ ପୋଜିସନ ନମ୍ବର ୩ ରଖିଛନ୍ତି। ସାକୀବ ଅଲ ହସଲଙ୍କୁ ବ୍ୟାଟିଙ୍ଗ ପାଇଁ ୪ ନମ୍ବରରେ ରଖିଛନ୍ତି। ତାଙ୍କ ଟିମରେ ଜୋସ ବଟଲର ଓ ଗ୍ଲେନ ମ୍ୟାକ୍ସୱେଲ ବି ସାମିଲ ଅଛନ୍ତି।

Google

ଭାରତୀୟ କ୍ରିକେଟ ଟିମର ପୂର୍ଵ ଓପନର ଆକାଶ ଚୋପଡା ଦଶକର ନିଜ ଟି-୨୦ ଚୂଡାନ୍ତ ଏକାଦଶ ଟିମ ବାଛିଛନ୍ତି।ତାଙ୍କ ଚୂଡାନ୍ତ ଏକାଦଶରେ ମାତ୍ର ୩ ଜଣ ଭାରତୀୟଙ୍କୁ ଜାଗା ମିଳିଛି। ସେ ରୋହିତ ଶର୍ମା, ବିରାଟ କୋହଲି ଓ ବୁମରାଙ୍କୁ ଏଥିରେ ସାମିଲ କରିଛନ୍ତି କିନ୍ତୁ ନିଜ ଅନୁଗାମୀରେ ଟିମ ଇଣ୍ଡିଆକୁ ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଅନ୍ତର୍ଭୁକ୍ତ କରିନାହାଁନ୍ତି। ସେହିପରି ଟି-୨୦ରେ ସବୁଠୁ ଅଧିକ ରନ କରିଥିବା ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ମଧ୍ୟ ସାମିଲ କରାଯାଇନାହିଁ।

ସେ ଟିମର ଅଧିନାୟକତ୍ୱ ଶ୍ରୀଲଙ୍କାର ବୋଲର ଲସିଥ ମାଲିଙ୍ଗାଙ୍କୁ ଦେଇଛନ୍ତି। ମହେନ୍ଦ୍ର ସିଂ ଧୋନି, କ୍ରିସ ଗେଲ, କେନ ୱିଲିୟମସନ, ଏବି ଡିଭିଲୀୟର୍ସ ,ଭଳି ମହାନ ଖେଳାଳୀଙ୍କୁ ସାମିଲ କରିନଥିବାରୁ ସୋସିଆଲ ମିଡିଆ ୟୁଜର ତାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି।rahul_kr_rajik_07 ଲେଖିଛନ୍ତି,”ମହେନ୍ଦ୍ର ସିଂ ଧୋନିଙ୍କ ନାମ ନାହିଁ ତ ଆଗକୁ ଏହି ଚୁଡାନ୍ତ ଏକାଦଶକୁ ଦେଖିବାକୁ ଇଚ୍ଛା ହେଲା ନାହିଁ”।udayss11 ପଚାରିଛନ୍ତି,”ଏବି ଡିଭିଲୀୟର୍ସଙ୍କୁ କଣ ପାଇଁ ନିଆଯାଇନି”।adityaaa_2975 ଲେଖିଛନ୍ତି,”ଧୋନିଙ୍କୁ ଅଣ୍ଡର-୧୯ ଟିମ ଦେଇଦେଲେ ମଧ୍ୟ ଏହି ଟିମ ହାରି ଯିବ।be_purkayastha ଲେଖିଛନ୍ତି ହାର୍ଦିକଙ୍କ ସହିତ ନ୍ୟାୟ କରନ୍ତୁ। mr_antic_58 ଲେଖିଛନ୍ତି,”ହାର୍ଦିକ ପାଣ୍ଡ୍ୟା ଷଷ୍ଠ ନମ୍ବରର ବିକଳ୍ପ ଅଟନ୍ତି। mr . Perfect_526 ଲେଖିଛନ୍ତି,”କେଏଲ ରାହୁଲ, ଡେଭିଡ ମିଲାନ, ଓ ବାବର ଆଜାମ କେଉଁଠି ଅଛନ୍ତି। ଆକାଶ ଚୋପଡା ବାକି ଭଲ ଖେଳାଳୀଙ୍କୁ ନବାଛିବାର କାରଣ ମଧ୍ୟ ପ୍ରକଟ କରିଛନ୍ତି”।

Google

ଆକାଶ ଚୋପଡା କହିଛନ୍ତି,”ଦେଖନ୍ତୁ ବହୁତ ପରିଶ୍ରମ କରିବାକୁ ପଡିଥାଏ। ଆପଣଙ୍କୁ ଲାଗୁଛି ଏହା ମଜାକ ଅଟେ।ଯେବେ ମୁଁ ଦଶକର ଟି-୨୦ ଇଣ୍ଟରନେସନାଲ ଟିମ ତିଆରି କରିଥିଲି ମୋର ମୁଣ୍ଡ ହଲିଯାଇଥିଲା। ବୁଝିପାରୁନଥିଲି କି କେଉଁଭଳି ଟିମ ତିଆରି କରିବି। ବହୁତ ଏପରି ଖେଳାଳୀ ଅଛନ୍ତି ଯିଏକି ନିଜ ଟିମ ପାଇଁ ୫୦ ମ୍ୟାଚ ମଧ୍ୟ ଖେଳି ନାହାଁନ୍ତି। ମୁଁ ଭାବୁଥିଲି କମ ସେ କମ ୫୦ ମ୍ୟାଚ ତ ଖେଳିଥାନ୍ତୁ କିନ୍ତୁ ବହୁତ ଖେଳାଳୀ ୫୦ ମ୍ୟାଚ ଖେଳିନାହାଁନ୍ତି।୧୦ ବର୍ଷରେ ଯଦି ଆପଣ ୫୦ଟି ମ୍ୟାଚ ଖେଳିନାହାଁନ୍ତି ତ ଆପଣ କଣ କରୁଥିଲେ”।

ଆକାଶ ଚୋପଡା କହିଛନ୍ତି,”ୱେଷ୍ଟଇଣ୍ଡିଜର ଅନେକ ଖେଳାଳୀଙ୍କ ସହିତ ଏପରି ହୋଇଛି। ଟିମ ଭଲ ଅଛି କପ ଉଠାଇଥାନ୍ତି କିନ୍ତୁ କେବଳ କପ ଉଠାଇବା ପାଇଁ ଆସିଥାନ୍ତି ପରେ ଚାଲିଯାଇଥାଆନ୍ତି। ଉଦାହରଣ ରୂପରର କ୍ରିସ ଗେଲଙ୍କର ତ ଏକ ଦଶକରେ ୪୦ ମ୍ୟାଚବି ହୋଇନାହିଁ”।ଆକାଶ କହିଛନ୍ତି”ରୋହିତ ଶର୍ମା ମୋର ଟିମର ଓପନର ଅଟନ୍ତି। ସେ ୮୯ ମ୍ୟାଚ ଖେଳିଛନ୍ତି। ତାଙ୍କ ସହିତ ଏରନ ଫିଞ୍ଚ ରହିବେ। ଏହି ଦୁହିଁଙ୍କ ଜାଗାରେ କ୍ରିସ ଗେଲ ହୋଇପାରିଥାନ୍ତେ,ଡେଭିଡ ୱାନର ହୋଇପାରିଥାନ୍ତେ କିନ୍ତୁ ଏହି ଦୁହିଁଙ୍କ ଆଗରେ ଆପଣ କାହାକୁ ଲଗାଇ ପାରିବେ”।

Google

ଆକାଶ ଚୋପଡା କହିଛନ୍ତି,”ତୃତୀୟ ନମ୍ବର ପାଇଁ ବିରାଟ କୋହଲି। ସରି କେଏଲ ରାହୁଲ ଓ ବାବର ଆଜାମ। ଆକାଶ ଚୋପଡା ଚତ୍ରୁର୍ଥ ନମ୍ବର ପାଇଁ ସାକୀବ ଅଲ ହସନଙ୍କୁ ବାଛିଛନ୍ତି। ଆକାଶ ତାଙ୍କୁ ମ୍ୟାଚ ବିଜେତା କହିଛନ୍ତି। ପଞ୍ଚମ ନମ୍ବରରେ ୱିକେଟକିପର ଓ ବ୍ୟାଟ୍ସମ୍ୟାନ ପାଇଁ ସେ ଜୋସ ବଟଲରଙ୍କୁ ବାଛିଛନ୍ତି । ଆକାଶ କହିଛନ୍ତି ଵଟଲର ଓ ଧୋନିଙ୍କୁ ନେଇ ମନରେ ବହୁତ ଚିନ୍ତା ଥିଲା।ମନରେ ବିଚାର ଆସୁଥିଲା କି ଧୋନିଙ୍କୁ କିପରି ବା ବାହାର କରିପାରିବି କିନ୍ତୁ ବାହାର କରିଦେଇଛି। ମୁଁ ବଟଲରଙ୍କୁ ନିଜ ଟିମର ୱିକେଟକିପର ବାଛିଛି। ସେ ମ୍ୟାଚ ଚେଞ୍ଜର ଅଟନ୍ତି।ଆମର ଇମୋସନ ଧୋନିଙ୍କ ସହିତ ଅଛି କିନ୍ତୁ ମୁଁ ଭାବିଲି ଆପଣ ପୁରା ଦଶକରେ ଟି-୨୦ କି ଦେଖିବେ ତ ବଟଲରଙ୍କୁ ବାଛିବେ”।

ଆକାଶ ଚୋପଡାଙ୍କ ଟି-୨୦ ଇଣ୍ଟରନେସନାଲ ଚୂଡାନ୍ତ ଏକାଦଶ:-

ରୋହିତ ଶର୍ମା, ଏରନ ଫିଞ୍ଚ, ବିରାଟ କୋହଲି, ସାକୀବ ଅଲ ହସନ , ଜୋସ ବଟଲର, ଗ୍ଲେନ ମ୍ୟାକ୍ସୱେଲ, କିରନ ପୋଲାଡ଼, ରାସିଦ ଖାନ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା(ଅଧିନାୟକ),ମିଚେଲ ଷ୍ଟାର୍କ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *