ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଁଚିଲେ ଓଡିଶାରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସିବେ ଓଡିଶା । ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ । ଏୟାରପୋଟ୍ ରେ ସାଇନଫରେନ୍ସ ହଲରେ ବୈଠକ କରିବେ । ଏଥିରେ ରାଜ୍ୟ ସରକାରଙ୍କ ସହିତ ଓ ଉଚ୍ଚ ଅଧିକାରୀ ସହିତ ଆଲୋଚନା କରି ବାତ୍ୟା ‘ଅମ୍ପନ୍’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର କ୍ଷୟକ୍ଷତି ଆକଳନ କରିବେ ବୋଲି ଅନୁମାନ କରାଯାଉଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ବାତ୍ୟା ‘ଅମ୍ପନ’ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଏୟାରପୋର୍ଟରୁ ଓଡିଶା ପାଇଁ ବାହାରି ସାରିଲେଣି । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯିବେ । ତାପରେ ଅପରାହ୍ଣ ପାଖାପାଖି ୫ଟାରେ ଭୁବନେଶ୍ୱର ଫେରି ୫ଟାରୁ ୬ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକରେ ବସିବେ । ସନ୍ଧ୍ୟା ୫ ଟାରେ ଉଚ୍ଚ ସ୍ତରୀୟ ବୈଠକ କରାଯିବ । ଆଜି ସନ୍ଧ୍ୟା ୬ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବା ପୂର୍ବରୁ ଗତ ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ସ୍ୱତନ୍ତ୍ର ସୁରକ୍ଷା ପାଇଁ ବରିଷ୍ଠ ଅଧିକାରୀ ମାନେ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି । ଡିଜି ‘ଇଣ୍ଟେଲିଜେନ୍ସ’ ସତ୍ୟଜିତ ମହାନ୍ତି, ଏଡିଜି ‘ହେଡକ୍ୱାର୍ଟର୍ସ’ ସୌମେଦ୍ର ପ୍ରିୟଦର୍ଶୀ, ପୁଲିସ୍ କମିଶନର ଏବଂ ଡିସିପି ଗତକାଲି ସୁରକ୍ଷା କୁ ନେଇ ବିମାନବନ୍ଦରରେ ବହୁତ କୋଡା କୋଡ଼ି ତଦାରଖ କରିଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାର ନିଜେ ଯାଇ ତଦାରଖ କରିଥିଲେ ।
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ବାତ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । କୋଲକାତାରେ ପହଁଚି ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଥିଲେ । ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ସହିତ ମଧ୍ୟ୍ୟ ଆଲୋଚନା କରିଥିଲେ । ଆକାଶ ମାର୍ଗ ରୁ କ୍ଷୟକ୍ଷତି ଦେଖିଥିଲେ ଆଉ ସାଇକ୍ଲୋ ସର୍ଭେ ପରେ ପ୍ରଧାନମନ୍ତ୍ରୀ ବଙ୍ଗଳା ପାଇଁ 1000 କୋଟି ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଛନ୍ତି ।
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।