ଚୀନକୁ ଭାରତର ବଡ଼ ଝଟକା, ଭାରତରେ ବ୍ୟାନ୍ ହେଲା ପବ୍‌-ଜୀ ସମେତ ୧୧୮ ଚାଇନିଜ୍ ଆପ୍ସ

ଚୀନକୁ ଭାରତର ବଡ଼ ଝଟକା, ଭାରତରେ ବ୍ୟାନ୍ ହେଲା ପବ୍‌-ଜୀ ସମେତ ୧୧୮ ଚାଇନିଜ୍ ଆପ୍ସ, pubg banned & 118 chinese mobile apps banned by Indian govt due to border tensions, PUBG, Mobile Game, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, India, China, PUBG among 118 Mobile Apps Banned, India-China Border

ଚୀନ ଗାଲରେ ଆଉ ଏକ ଚାପୁଡା । ଭାରତରେ ବ୍ୟାନ୍ ହେଲା ପବ୍‌-ଜୀ ସମେତ ୧୧୮ଟି ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଲେ ଭାରତ ସରକାର । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଜାରି ହେଲା କଟକଣା । ଏଯାଏଁ ମୋଟ୍ ୨୨୪ଟି ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର ।

ଚୀନ୍ ସହ ସୀମା ବିବାଦ ଭିତରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ପୂର୍ବରୁ ଲୋକପ୍ରିୟ ଚାଇନା ଆପ୍ ଟିକଟକ୍ ସମେତ ୧୦୬ଟି ଆପକୁ ବ୍ୟାନ୍ କରିଥିଲେ ସରକାର । ଆଉ ଆଜି ପୁଣି ୧୧୮ଟି ଚୀନ ଆପକୁ ବ୍ୟାନ୍ କରି ଚାଇନା ଗାଲରେ ଶକ୍ତ ଚାପୁଡା ମାରିଛି ଭାରତ ।

ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି । ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା’ର ତାଲିକା ଜାରି କରାଯାଇଛି ।

PUBG Banned in India
Gogle

 

ପୂର୍ବରୁ ଟିକଟକ୍ ସମେତ ଆଉ ୫୯ଟି ଚାଇନିଜ୍ ଆପ୍ସକୁ ମଧ୍ୟ କେନ୍ଦ୍ର ସରକାର ବ୍ୟାନ୍ କରିଥିଲେ । ଚାଇନିଜ୍ ଆପ୍ସ ଟିକଟକ୍‌ର ସର୍ବାଧିକ ୟୁଜର ଭାରତରେ ଥିଲେ । ଏହା ପରେ ଜୁଲାଇ ୨୭ ତାରିଖରେ ଭାରତ ସରକାର ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଥିଲେ । ସେତେବେଳେ କେନ୍ଦ୍ର ସରକାର ଲୋକପ୍ରିୟ ଗେମିଂ ଆପ୍ସ ପବ୍‌-ଜୀ ସମେତ ଆଉ କିଛି ଆପ୍ସକୁ ବ୍ୟାନ୍ କରିବାକୁ ଲକ୍ଷ୍ୟ ରଖିଥିଲେ ।

ସୂଚନାଯୋଗ୍ୟ, ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଚାଲିଛି । ଜୁନ୍ ମାସରେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା । ଏହା ପରେ ଭାରତ ସରକାର ଚୀନକୁ ନେଇ କିଛି ବଡ଼ ଆକ୍ସନ ନେଇଥିଲା ।

BUPG Banned in India
Google

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *