ଭାରତକୁ ପୁଣି ଫେରିପାରେ PUBG Mobile, ଶୀଘ୍ର ହୋଇପାରେ ଘୋଷଣା ।

କମ୍ପାନୀ ଏହି ସପ୍ତାହରେ ଭାରତ ପାଇଁ ଭବିଷ୍ୟତ ଯୋଜନା ପାଇଁ ଏକ ଘୋଷଣା କରିପାରେ।

Google

ଯୁବକ ମାନଙ୍କ ଭିତରେ ପ୍ରସିଦ୍ଧ ହୋଇଥିବା ପବଜି ମୋବାଇଲ ଗେମ ପାଖାପାଖି ଦୁଇମାସ ପୂର୍ବରୁ ସାଇବର ସୁରକ୍ଷା ଚିନ୍ତାକୁ ଦେଖି ଭାରତରେ ବ୍ୟାନ କରାଯାଇଥିଲା।ସୂତ୍ରରୁ ଜଣାପଡିଛି କି ପବଜି ପୁଣି ଭାରତକୁ ଫେରିପାରେ।

ତଥ୍ୟ ଅନୁସାରେ ପଵଜି ମୋବାଇଲର ପେରେଣ୍ଟ ଦକ୍ଷିଣ କୋରିଅନ କମ୍ପାନୀ ପୂର୍ଵ କିଛି ସପ୍ତାହରୁ ଗ୍ଲୋବଲ କ୍ଲାଉଡ଼ ସର୍ଭିସ ପ୍ରୋବାଇଡ଼ର୍ସ ସହିତ କଥାବାର୍ତ୍ତା କରୁଛି।

କେନ୍ଦ୍ରସରକାରଙ୍କ ସହ ୟୁଜର୍ସଙ୍କ ଡାଟା ଦେଶ ବାହାରକୁ ଯାଉଥିବା ଚିନ୍ତାକୁ ଦର୍ଶାଇ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ଡାଟାକୁ ଭାରତରେ ହିଁ ଷ୍ଟୋର କରିବା ପାଇଁ ପାର୍ଟନର୍ସ ସହିତ କଥା ହେଉଛି।

ସୂତ୍ର ଅନୁସାରେ ଗେମିଙ୍ଗର ଏହି ପ୍ରସିଦ୍ଧ କମ୍ପାନୀ ଦେଶର କିଛି ହାଇପ୍ରୋଫାଲ ଷ୍ଟ୍ରିମର୍ସଙ୍କୁ ସୂଚନା ଦେଇଛି କି ସେ ଏହି ବର୍ଷର ଶେଷ ସୁଧା ଭାରତକୁ ଗେମ ପୁଣି ଆଣିବ ବୋଲି ଆଶା ଅଛି।

Google

କମ୍ପାନୀ ଏହି ସପ୍ତାହରେ ଭାରତ ପାଇଁ ଭବିଷ୍ୟତ ଯୋଜନା ପାଇଁ ଏକ ଘୋଷଣା କରିପାରେ। ସୂତ୍ର କହିବା ଅନୁସାରେ କମ୍ପାନୀ ଆଗାମୀ ସପ୍ତାହ ରେ ଦୀପାବଳି ପର୍ବରେ ଦେଶରେ ମାର୍କେଟିଙ୍ଗ ସଂସ୍ଥା ଚଳାଇବା ପାଇଁ ମଧ୍ୟ ଉପାୟ କରୁଛି ।

ଇଂଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଏଜୁକେଟିଭ କହିଛନ୍ତି କି ପୂର୍ଵ ସପ୍ତାହରେ ପଵଜି ସୋଷ୍ଟବ୍ୟାଙ୍କ ସମର୍ଥିତ ଏଟିଏମ ଓ ଟେଲିକମର ପ୍ରସିଦ୍ଧ ଏୟାରଟେଲ ସହିତ ଅନେକେ ସ୍ଥାନୀୟ କମ୍ପାନୀ ମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଯାହା ଦ୍ୱାରା ଏହା ଜଣାପଡିପାରିବ କି ଦେଶରେ ଲୋକପ୍ରିୟ ମୋବାଇଲ ଗେମ ପଵଜି କୁ ପ୍ରକାଶିତ କରିବା ପାଇଁ ରୁଚି ରଖୁଛି କି ନାହିଁ। ଏବେ ପର୍ଯ୍ୟନ୍ତ ପେଟିଏମ ଏହା ଉପରେ କୌଣସି ଟିପ୍ପଣୀ ରଖିନାହିଁ।

Google

ଚୀନର ପ୍ରସିଦ୍ଧ Tencent ଆରମ୍ଭରେ ଭାରତରେ ପଵଜି ମୋବାଇଲ ଗେମକୁ ପବ୍ଲିସ କରିଥିଲା। ନୂଆଦିଲ୍ଲୀ ଦ୍ଵାରା ପଵଜି ମୋବାଇଲ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଗେମିଙ୍ଗ ଫର୍ମ Tencent ସହିତ ପ୍ରକାଶନ ବିଚ୍ଛିନ୍ନ କରିଦେଲା। ପ୍ରତିବନ୍ଧକ ପୂର୍ବରୁ ପଵଜି ମୋବାଇଲର ସାମଗ୍ରୀକୁ Tencent କ୍ଳାଉଡ଼ରେ ହୋଷ୍ଟ କରାଯାଇଥିଲା।ଭାରତରେ ୫୦ ମିଲିୟନରୁ ଅଧିକ ମାସିକ ୟୁଜର୍ସଙ୍କ ସହିତ ପଵଜି ମୋବାଇଲ ପ୍ରତିବନ୍ଧକ ପୂର୍ବରୁ ଭାରତରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ଲୋକପ୍ରିୟ ଗେମ ଅଟେ କିନ୍ତୁ ପଵଜି ଫେରିଲେ ଇଂଣ୍ଡଷ୍ଟ୍ରିର ଅନ୍ୟ ପ୍ଲେୟାର୍ସ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ଯେଉଁମାନେ ଏବେ ପଵଜିର ଅନୁପସ୍ଥିତିରେ ଅନ୍ୟ ଗେମ ମାନଙ୍କୁ ଡେଭଲପ କରୁଛନ୍ତି। କହିରଖିବୁ କି ଭାରତ ସରକାର ପଵଜି ସମତେ ୧୧୮ ଆପ ଉପରେ ୨ ସେପ୍ଟେମ୍ବରକୁ ବନ୍ଦ କରିଥିଲେ । ଡାଟା ସିକ୍ୟୁରୀଟିକୁ ନେଇ ଏହି ସବୁ ଆପ ଉପରେ ରୋକ ଲଗାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *