ପ୍ରସିଦ୍ଧ ମୋବାଇଲ ଆକ୍ସନ ଗେମ PUBG Mobile ଫ୍ୟାନ୍ସ ମାନଙ୍କ ପାଇଁ ଦୁଃଖ ଖବର।ଭାରତରେ ଏବେ ପବଜି (ପ୍ଲେୟର୍ସ ଆନନୋନ୍ସ ବୈଟଲଗ୍ରାଉଣ୍ଡସ) ଗେମ ପୁରା ବନ୍ଦ ହେବାକୁ ଯାଉଛି।କହିରଖିବୁ କି ଭାରତ ସରକାର ୨ ସେପ୍ଟେମ୍ବରକୁ ଗେମର ଦୁଇଟି ଯାକ ଭରସନ PUBG Mobile ଓ PUBG Mobile lite ଉପରେ ବ୍ୟାନ ଲଗାଇଦେଇଥିଲେ। ଏହା ପରେ ଗେମକୁ ପ୍ଲେଷ୍ଟୋର ଓ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇଦିଆଯାଇଥିଲା କିନ୍ତୁ ଯେଉଁ ୟୁଜର୍ସଙ୍କ ମୋବାଇଲରେ ଏହି ଗେମ ଥିଲା ସେ ଏବେ ପର୍ଯ୍ୟନ୍ତ ଖେଳୁଥିଲେ।

ପବଜି ମୋବାଇଲର ପବ୍ଲିସର କମ୍ପାନୀ Tencent Games ଶେଷରେ ଭାରତୀୟ ୟୁଜର୍ସ ମାନଙ୍କ ପାଇଁ ନିକ ଗେମ ପୁରା ବନ୍ଦ କରିବା ପାଇଁ ଫଇସଲା କରିନେଇଛି।କମ୍ପାନୀ ଏହି ଘୋଷଣା ସିନା ଅଚାନକ କରିଛି କିନ୍ତୁ ଏହା ସ୍ୱାଭାବିକ ଥିଲା କାରଣ ଏହି ଗେମ ସହିତ ବ୍ୟାନ ହୋଇଥିବା ଅନ୍ୟ ଚାଇନିଜ ଆପ ପୂର୍ବରୁ ବନ୍ଦ ହୋଇସାରିଛି।
ଫ୍ୟାନ୍ସଙ୍କୁ ଲେଖିଲା ପୋଷ୍ଟ:-
ପବଜି ମୋବାଇଲ ଇଣ୍ଡିଆ ଏକ ଫେସବୁକ ଆକାଉଣ୍ଟରେ ସର୍ଭିସ ବନ୍ଦ କଥା କହିଛି। ପୋଷ୍ଟରେ ଲେଖାଯାଇଛି,”ଡ଼ିୟର ଫ୍ରେଣ୍ଡସ , ୨ ସେପ୍ଟେମ୍ବର ୨୦୨୦ କୁ ଇଲୋଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗିକା ମନ୍ତ୍ରାଳୟ ଅଂତରିମ ଆଦେଶର ପାଳନ କରି Tencent Games ୩୦ ସେପ୍ଟେମ୍ବରରୁ ଭାରତୀୟ ୟୁଜର୍ସଙ୍କ ପାଇଁ ପବଜି ମୋବାଇଲ ଓ ପବଜି ମୋବାଇଲ ଲାଇଟ ର ସବୁ ସର୍ଭିସ ବନ୍ଦ କରିଦେବ”।

ଡେଟା ପ୍ରାଇଭେସି ଉପରେ କହିଲା ଏହି କଥା:-
କମ୍ପାନୀ ନିଜ ପୋଷ୍ଟରେ ୟୁଜର୍ସଙ୍କ ଡେଟା ପ୍ରାଇଭେସି ଉପରେ ମଧ୍ୟ କହିଛି,”ୟୁଜର୍ସଙ୍କ ଡେଟା ର ସୁରକ୍ଷା ସବୁବେଳେ ପ୍ରାଥମିକତା ଦିଆଯାଇଛି, ଓ ଆମେ ସବୁବେଳେ ଭାରତରେ ଲାଗିଥିବା ଡେଟା କାନୁନ ଓ ନିୟମର ପାଳନ କରିଛୁ।ସବୁ ୟୁଜର୍ସଙ୍କ ଗେମପ୍ଲେ ଇନଫରମେସନ ଆମର ପ୍ରାଇଭେସି ପଲିସିରେ ତିଆରି ହୋଇଥିବା ପାରଦର୍ଶୀ ତାରିକାରେ ପ୍ରାଇଭେସି କରାଯାଇଥାଏ। ଆମକୁ ସର୍ଭିସ ବନ୍ଦ କରିବାର ଦୁଃଖ ଅଛି ଓ ଭାରତରେ ପବଜି ମୋବାଇଲକୁ ମିଳିଥିବା ଭଲ ପାଇବା ଓ ସାପୋର୍ଟ ପାଇଁ ସମସ୍ତଙ୍କୁ ଧନ୍ୟବାଦ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।