ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନିରେ ଜାରି ବର୍ଡ଼ର ଗାଭସ୍କର ଟ୍ରଫିର ତୃତୀୟ ମ୍ୟାଚ ରୋମାଞ୍ଚକ ଅବସ୍ଥାରେ ପହଂଚିସରିଛି। ଭାରତ ପକ୍ଷରୁ ଦ୍ୱିତୀୟ ପାରିରେ ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ୱର ପୂଜାରା ୨୦୫ ବଲରେ ୭୭ ରନ କରିଛନ୍ତି। ତାଙ୍କର ଏହି ପାରିରେ ୧୨ ଟି ଚୌକା ସାମିଲ ଅଛି। ଏହି ପାରି ସହ ସୋମବାରକୁ ପୂଜାରା ଟେଷ୍ଟ କ୍ରିକେଟରେ ୬୦୦୦ ରନ କରିଥିବା ୧୧ ତମ ଭାରତୀୟ ଖେଳାଳୀ ହୋଇଗଲେ।
ନିଜର ୮୦ ତମ ଟେଷ୍ଟ ମ୍ୟାଚ ଖେଳୁଥିବା ପୂଜାରା ଅଷ୍ଟ୍ରେଲିଆ ବିରୁଦ୍ଧରେ ସିଡନିରେ ତୃତୀୟ ଟେଷ୍ଟର ଶେଷ ଦିନ ଏହି ଉପଲବ୍ଧି ପାଇଛନ୍ତି। ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛି। ଆଇସିସି ଲେଖିଛି,”ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରେ ୬୦୦୦ ରନ କରିଥିବା ୧୧ ତମ ଭାରତୀୟ ଖେଳାଳୀ ହୋଇଗଲେ। କେତେ ସୁନ୍ଦର ବ୍ୟାଟ୍ସମ୍ୟାନ ଅଟନ୍ତି ସେ”।
ପୂଜାରାଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର(୧୫୯୨୧), ରାହୁଲ ଦ୍ରାଭିଡ(୧୩୨୬୫), ସୁନୀଲ ଗାଭସ୍କର(୧୦୧୨୨), ଭିଭିଏସ ଲକ୍ଷ୍ମଣ(୮୭୮୧), ବିରେନ୍ଦ୍ର ସେହ୍ଵାଗ(୮୫୦୩), ବିରାଟ କୋହଲି(୭୩୧୮), ସୌରଭ ଗାଙ୍ଗୁଲି(୭୩୧୨), ଦିଲୀପ ବେଙ୍ଗସରକର(୬୮୬୮), ମହମ୍ମଦ ଅଜହଋଦ୍ଧିନ(୬୨୧୫), ଓ ଗୁଣ୍ଡାପା ବିଶ୍ୱନାଥ ଟେଷ୍ଟ କ୍ରିକେଟରେ ୬୦୦୦ ରୁ ଅଧିକ ରନ କରିସାରିଛନ୍ତି।

ଏହି ମ୍ୟାଚରେ ପୂଜାରା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭପନ୍ତଙ୍କ ସହିତ ମିଶି ୧୪୮ ରନର ପାର୍ଟନରସିପ କରିଥିଲେ। ପନ୍ତ ୧୧୮ ବଲରେ ୯୭ ରନ କରି ଅଫ ସ୍ପିନର ନେଥନ ଲାୟନଙ୍କ ହାତରେ ଆଉଟ ହୋଇଗଲେ। ପନ୍ତ ଦୁଭାଗ୍ୟଶାଳୀ ରହିଲେ କି ସେ ଶତକ ମାରିବାରୁ ମାତ୍ର ୩ ରନ ପଛରେ ରହିଗଲେ। ସେ ନିଜ ୯୭ ରନର ପାରିରେ ୧୨ ଟି ଚୌକା ଓ ୩ ଟି ଛକା ମାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।