ଚେତେଶ୍ୱର ପୂଜାରା ଏଡ଼ିଲେଡ଼ରେ ୧୬୦ ବଲରେ ୪୩ ରନ କରିଛନ୍ତି। ନାଥନ ଲାୟନ କଲେ ଆଉଟ।

ଏଡ଼ିଲେଡ଼ ଟେଷ୍ଟର ପ୍ରଥମ ପାରିରେ ଯେବେ ଭାରତର ଦୁଇଟି ବ୍ୟାଟ୍ସମ୍ୟାନ ଜଲ୍ଦି ଆଉଟ ହୋଇଯାଇଥିଲେ ସେହି ସମୟରେ ଚେତେଶ୍ୱର ପୂଜାରା ପାରିକୁ ସମ୍ଭାଳିଲେ।ଏଡ଼ିଲେଡ଼ ଟେଷ୍ଟରେ ପୂଜାରା ୧୬୦ ବଲ ଖେଳିଥିଲେ କିନ୍ତୁ ସେ ଅର୍ଦ୍ଧଶତକ ମାରିପାରିନଥିଲେ ସେ ୪୩ ରନରେ ଆଉଟ ହୋଇଯାଇଥିଲେ। ପୂଜାରାଙ୍କ ବ୍ୟାଟିଙ୍ଗ ଧିମା ଥିଲା କିନ୍ତୁ ସେ ଟିମ ଇଣ୍ଡିଆକୁ ପ୍ରେସରରୁ ବାହାରକୁ ଆଣିଥିଲେ। ଯେବେ ପୂଜାରା ଆଉଟ ହେଲେ ସେତେବେଳେ ଏକ ଅଦ୍ଭୁତ କମେଡି କ୍ରିଜରେ ଦେଖିବାକୁ ମିଳିଥିଲା।
The 🐐 strikes … and a successful DRS review! Scenes!
Pujara goes for 43 and Australia break the partnership #AUSvIND pic.twitter.com/svPInBSXi5
— 7Cricket (@7Cricket) December 17, 2020
ପୂଜାରାଙ୍କ ଧର୍ଯ୍ୟର ସହ ବ୍ୟାଟିଙ୍ଗ:
ଚେତେଶ୍ୱର ପୂଜାରା ମ୍ୟାଚର ତୃତୀୟ ବଲରେ ହିଁ ପଡ଼ିଆକୁ ଓହ୍ଲାଇଥିଲେ। ଏଡ଼ିଲେଡ ଟେଷ୍ଟର ଦ୍ୱିତୀୟ ବଲରେ ପୃଥୀ ସ୍ୱ ଆଉଟ ହୋଇଗଲେ। ଷ୍ଟାର୍କଙ୍କର ଖତରନାକ ଵୋଲିଙ୍ଗ ତାଙ୍କ ଷ୍ଟମ୍ପ ଉଡାଇଦେଲା। ଏହା ପରେ ପୂଜାରା ବ୍ୟାଟିଙ୍ଗ କରିବାକୁ ଆସିଲେ ଓ ସେ ସବୁବେଳେ ପରି ପିଚରେ ଖୁଣ୍ଟ ଭଳି ଠିଆ ହେଲେ। ପୂଜାରା ରନ ଅଧିକ କରିପାରୁନଥିଲେ କିନ୍ତୁ ସେ ଷ୍ଟାର୍କ ,ହେଜଲହୁଡ଼, ଓ କମିନ୍ସ ଭଳି ଦ୍ରୁତ ହୋଲରଙ୍କ ବଲକୁ ସାମ୍ନା କରୁଥିଲେ। ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ୧୦୮ ବଲରେ ୩୨ ରନର ପାର୍ଟନରସିପ କରିଥିଲେ। ଯେବେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଗଲେ ପୂଜାରା ଅଧିନାୟକ ବିରାଟ କୋହଲିଙ୍କ ସହିତ ୧୯୧ ବଲ ଖେଳି ୬୮ ରନର ପାର୍ଟନରସିପ କରିଥିଲେ।

ପୂଜାରାଙ୍କ ଧିମା ବ୍ୟାଟିଙ୍ଗ ବିଷୟରେ ଆପଣ ଏହି କଥାରୁ ଜାଣିପାରୁଥିବେ କି ସେ ୧୪୭ ବ ଲ ଖେଳିସାରିବା ପରେ ପ୍ରଥମ ଚୌକା ମାରିବାର ନଜର ଆସିଥିଲେ। ନାଥନ ଲାୟନଙ୍କ ବଲରେ ବ୍ୟାକ ଫୁଟ ପଞ୍ଚ ଲଗାଇ ସେ ପ୍ରଥମ ଚୌକା ମାରିଥିଲେ। ଏହାର ପର ବଲରେ ସେ ପୁଣି ସେ ଡ଼ିପ ସ୍କୋୟାରଲେଗରେ ଚୌକା ମାରିଲେ କିନ୍ତୁ ଆଉ ଅଳ୍ପ ବଲରେ ସେ ଆଉଟ ହୋଇଗଲେ।
ପୂଜାରା ଆଉଟ ସମୟରେ ହେଲା କମେଡି:
ଚେତେଶ୍ୱର ପୂଜାରା ଆଉଟ ହେବାବି କୌଣସି କମେଡି ଠୁ କମ ନଥିଲା। ୫୦ ତମ ଓଭରର ୪ ନମ୍ବର ବଲ ନାଥନ ଲାୟନଙ୍କର ପୂଜାରଙ୍କ ବ୍ୟାଟର କଡ଼ରେ ବାଜି ଶର୍ଟ ଫାଇନ ଲେଗ ଆଡ଼କୁ ଗଲା। ଲାବୁସେନ କ୍ୟାଚ ଧରିଲେ କିନ୍ତୁ ଅମ୍ପାୟାର ବ୍ରୁସ ଆକ୍ସନଫୋର୍ଡ ତାଙ୍କୁ ନଟଆଉଟ ଦେଲେ।ପୂଜାରା କ୍ୟାଚ ଧରାପଡିବା ପରେ ପ୍ୟାଭିଲିୟନ ଯାଉଥିଲେ କିନ୍ତୁ ଅମ୍ପାୟାରଙ୍କ ନଟଆଉଟ ଇସାରା ଦେଖି ସେ ପୁଣି ପିଚରେ ଛିଡା ହୋଇଗଲେ। ଏହା ପରେ ଅଷ୍ଟ୍ରେଲିଆ ଟିମ ଡ଼ିଆରଏସ ନେଲେ ଓ ଥାର୍ଡ ଅମ୍ପାୟାର ପୂଜାରାଙ୍କୁ ଆଉଟ ଦର୍ଶାଇଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।