ଟିମ ଇଣ୍ଡିଆର ନୂଆ ପାଚିରି କୁହାଯାଉଥିବା ଚେତେଶ୍ୱର ପୂଜାରା ଚେନ୍ନାଇ ଟେଷ୍ଟର ପ୍ରଥମ ପାରିରେ ୭୩ ରନ କରିଥିଲେ। ସେ ୧୪୩ ବଲ ପର୍ଯ୍ୟନ୍ତ ପଡ଼ିଆରେ ରହିଲେ ଓ ଏହି ପାରିରେ ସେ ୧୧ଟି ଚୌକା ମାରିଥିଲେ। ପୂଜାରା ଚେନ୍ନାଇରେ ଭଲ ବ୍ୟାଟିଙ୍ଗ କରିଥିଲେ କିନ୍ତୁ ଯେଉଁଭଳି ଭାବେ ସେ ଆଉଟ ହେଲେ ଏହା ଫ୍ୟାନ୍ସ ଓ ତାଙ୍କୁ ବହୁତ ନିରାଶ କଲା। ପୂଜାରାଙ୍କୁ ଡୋମ ବେସ ଆଉଟ କରିଥିଲେ ଓ ସେ ବହୁତ ଦୃଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହେଲେ।
ଭାରତୀୟ ପାରିର ୫୧ ତମ ଓଭରରେ ଡୋମ ବେସ ବହୁତ ଶର୍ଟ ବଲ ପକାଇଥିଲେ। ଏହାକୁ ପୂଜାରା ଲେଗ ସାଇଟରେ ବଡ଼ ଶର୍ଟ ଖେଳିଥିଲେ କିନ୍ତୁ ବଲ ଶର୍ଟ ଲେଗରେ ଠିଆ ହୋଇଥିବା ଓଲିପୋପଙ୍କ ପିଠିରେ ମାଡ଼ ହୋଇ ପୁନଃ ଉଠିଗଲା ଓ ସିଧା ରୋରି ଵୋନ୍ସଙ୍କ ହାତରେ କ୍ୟାଚ ପଡିଲା।ପୂଜାରା ନିଜ ଆଉଟକୁ ବିଶ୍ୱାସ କରିପାରିଲେ ନାହିଁ କିନ୍ତୁ ଟିମ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନଙ୍କ ପାରି ସମାପ୍ତ ହୋଇଗଲା।
ପୂଜାରା-ପନ୍ତ ସମ୍ଭାଳିଲେ:
ଭାରତୀୟ ଟିମ ମାତ୍ର ୭୩ ରନରେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କୁ ହରାଇ ସାରିଥିଲା। ଏହା ପରେ ପୂଜାରା ପନ୍ତଙ୍କ ସହିତ ମିଶି ପାରିକୁ ସମ୍ଭାଳିଲେ। ଦୁଇ ଖେଳାଳିଙ୍କ ଭିତରେ ୧୧୮ ରନର ପାର୍ଟନରସିପ ହୋଇଥିଲା। ପୂଜାରାଙ୍କ ଠୁ ବଡ଼ ପାରିର ଆଶାଥିଲା କିନ୍ତୁ ଏପରି ହୋଇନଥିଲା। ପୂଜାରା ଆଉଟ ହେବା ପରେ ରିଷଭ ପନ୍ତ ମଧ୍ୟ ଆଉଟ ହୋଇଗଲେ। ପନ୍ତ ୮୮ ବଲରେ ୯୧ ରନ କରିଥିଲେ। ପନ୍ତ ନିଜ ପାରିରେ ୯ଟି ଚୌକା ଓ ୫ ଟି ଛକା ମାରିବାର ନଜର ଆସିଥିଲେ। ପନ୍ତଙ୍କୁ ମଧ୍ୟ ଡୋମ ବେସ ଆଉଟ କରିଥିଲେ। ତାଙ୍କ ବଲରେ ଛକା ମାରିବାକୁ ଯାଇ ପନ୍ତ ଜ୍ୟାକ ଲିଚଙ୍କୁ ଏକ ସହଜ କ୍ୟାଚ ଦେଇଦେଲେ। ପନ୍ତ ଚତ୍ରୁର୍ଥ ଥର ନର୍ଭସ ନାଇଣ୍ଟିଜରେ ଆଉଟ ହେଲେ।
IND vs ENG 2021, 1st Test, Day 3: Cheteshwar Pujara Wicket https://t.co/SCDDjnH39k via @bcci
— Laxminarayan Sahu (@sahu_ln3) February 8, 2021
ଭାରତର ଟପ ବ୍ୟାଟ୍ସମ୍ୟାନ କଲେ ନିରାଶ:
ଚେନ୍ନାଇ ଟେଷ୍ଟର ତୃତୀୟ ଦିନ ଇଂଲଣ୍ଡ ୫୭୮ ରନରେ ଅଲଆଉଟ ହେବା ପରେ ଭାରତର ଆରମ୍ଭ ବହୁତ ଖରାପ ରହିଥିଲା। ରୋହିତ ଶର୍ମା ଜମା ୯ ବଲର ସାମ୍ନା କରି ୬ ରନରେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଗଲେ। ଏହା ପରେ ଶୁଭମନ ଗିଲ ମଧ୍ୟ ୨୯ ରନ ସ୍କୋରରେ ଆଉଟ ହୋଇଗଲେ। ବିରାଟ କୋହଲି ୧୧ ରନ କରି ବେସଙ୍କ ବଲରେ ଆଉଟ ହୋଇଥିଲେ ଓ ରାହାଣେ କେବଳ ୧ ରନ କରିପାରିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।