ଚେତେଶ୍ୱର ପୂଜାରା ଖୋଲିଲେ ମୁଁହ, ଧିମା ବ୍ୟାଟିଙ୍ଗ ଉପରେ ହେଉଥିବା ସମାଲୋଚନାକୁ ନେଇ ଦେଲେ ଜବାବ, ଯାହା କହିଲେ ଏବେ ସବୁ ଚକିତ ।

ପୂଜାରା ଆଲୋଚନାକୁ ଜବାବ ଦେଇ କହିଛନ୍ତି ମୁଁ ଏହାଠୁ ଭଲ କରିପାରିବି ନାହିଁ । ଅଷ୍ଟ୍ରେଲିଆ ଟିମର ସୁନ୍ଦର ବୋଲିଙ୍ଗ କାରଣରୁ ତାଙ୍କୁ ନିଜ ଟେଷ୍ଟ କ୍ୟାରିୟରର ସବୁଠୁ ଧିମା ଅର୍ଦ୍ଧଶତକ ମାରିବାକୁ ପଡିଲା । ପୂଜାରା ୧୭୬ ବଲରେ ୫୦ ରନ ମାରିଥିଲେ ।

Google

ଅଷ୍ଟ୍ରେଲିଆ ସହ ସିଡଡ଼ନିରେ ତୃତୀୟ ଟେଷ୍ଟର ତୃତୀୟ ଦିନ ଆବଶ୍ୟକ ଠୁ ଅଧିକ ଧିମା ଖେଳିବା କାରଣରି ଚେତେଶ୍ୱର ପୂଜାରାଙ୍କ ଆଲୋଚନାର ସାମ୍ନା କରିବାକି ପଡିଛି । ଦିନ ଶେଷରେ ଆଲୋଚନାର ଜବାବରେ ପୂଜାରା କହିଛନ୍ତି ମୁଁ ଏହାଠୁ ଭଲ କରିପାରିବିନି। ଅଷ୍ଟ୍ରେଲିଆ ଟିମର ସୁନ୍ଦର ବୋଲିଙ୍ଗ କାରଣରୁ ତାଙ୍କୁ ନିଜ ଟେଷ୍ଟ କ୍ୟାରିୟରର ସବୁଠୁ ଧିମା ଅର୍ଦ୍ଧଶତକ ମାରିବାକୁ ପଡିଲା । ପୂଜାରା ୧୭୬ ବଲରେ ୫୦ ରନ କରିଥିଲେ।

ପୂଜାରାଙ୍କ ଧିମା ବ୍ୟାଟିଙ୍ଗ ପାଇଁ ଅଷ୍ଟ୍ରେଲିଆ ଭାରତ ଉପରେ ପ୍ରେସର କରିପାରିଲା। ପୂଜାରା କହିଛନ୍ତି,” ମୁଁ ଭଲ ବ୍ୟାଟିଙ୍ଗ କରୁଥିଲି ଓ ଏକ ଭଲ ବଲରେ ଆଉଟ ହୋଇଗଲି।ମତେ କେବଳ ଏହି କଥାର ସ୍ୱୀକାର କରିବାର ଅଛି। ମୁଁ ଯାହା କରୁଥିଲି ତାହାଠୁ ଭଲ ଆଉ କରିପାରିବିନି। ମତେ ଲାଗୁଥିଲା ମତେ କେବଳ ବ୍ୟାଟିଙ୍ଗ କରିବାର ଅଛି ମତେ ଜଣା ଅଛି”। ପୂଜାରାଙ୍କ ଅନୁସାରେ ସିରିଜରେ ସବୁଠୁ ଭଲ ବୋଲିଙ୍ଗ କରୁଥିବା ପ୍ୟାଟ କମିନ୍ସ ସିରିଜର ସବୁଠୁ ଭଲ ବଲ ପକାଇଥିଲେ ଯାହା ଉପରେ ସେ ଅଟକି ପାରିନଥିଲେ।

Google

ପୂଜାରା କହିଛନ୍ତି,” ସେ ଏଭଳି ବୋଲିଙ୍ଗ କରୁଛନ୍ତି ଯାହାର ସାମ୍ନା କରିବା କଷ୍ଟକର। ମତେ ଲାଗୁଚି କି ସେ ସିରିଜର ସର୍ବଶ୍ରେଷ୍ଠ ବଲ ଥିଲା। ମତେ ଲାଗୁନି କି ସେହି ବଲରେ ମୁଁ କିଛି କରିପାରିଥାନ୍ତି। ଅଧିକ ଉଚ୍ଚତା ଥିବା ସେହି ବଲକୁ ମତେ ଖେଳିବାକୁ ବାଧ୍ୟ ହେଲି। ଯେବେ ଆପଣଙ୍କ ଦିନ ଭଲ ହୋଇନଥାଏ ଆପଣ ଭୁଲରର ବଞ୍ଚିବାର ସମ୍ଭାବନା କମ ହୋଇଯାଇଥାଏ”। ପୂଜାରା କହିଛନ୍ତି ଏହି ଟେଷ୍ଟ ମ୍ୟାଚରେ ଅନ୍ତର ଦୁଇ ଦେଶର ବୋଲରଙ୍କ ଅନୁଭବ।

ପୂଜାରା କହିଛନ୍ତି,” ଯଦି ଆପଣ ଆମ ବୋଲରଙ୍କୁ ଦେଖିବେ ତ ସେମାନେ ଅନୁଭବୀ ନୁହଁନ୍ତି ସେମାନେ ସୁଧାର କରୁଛନ୍ତି ଓ ଆଗକୁ ଆହୁରି ଭଲ କରିବେ। ତାଙ୍କ ପାଇଁ ଏହା ଶିଖିବାର ଭଲ ମୌକା। ରିଷଭ ପନ୍ତ ଆଉଟ ହେବା ପରେ ମ୍ୟାଚର ରୂପ ବଦଳିଗଲା ଓ ଅଷ୍ଟ୍ରେଲିଆ ପୁଣି ମ୍ୟାଚକୁ ଫେରିଆସିଲା। ଯଦି ଆପଣ ଦେଖିବେ ଆମେ ଅଶୁବିଧାରେ ସେବେ ପଡିଲି ଯେବେ ପନ୍ତ ଆଉଟ ହେଲେ। ତାହା ପୂର୍ବରୁ ଆମେ ଭଲ ସ୍ଥିତିରେ ଥିଲୁ। ଏହା ପୂର୍ବରୁ ୪ ଟି ବ୍ୟାଟ୍ସମ୍ୟାନ ହରାଇ ଆମେ ୧୮୦ ରନ ସହ ଆମେ ଭଲ କରୁଥିଲୁ କିନ୍ତୁ ପନ୍ତଙ୍କ ଆଉଟ ହେବା ପରେ ମ୍ୟାଚର ରୂପ ବଦଳିଗଲା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *