ଚେନ୍ନାଇର ଚେପକ ଷ୍ଟାଡ଼ିୟମରେ ପୂଜାରା ପ୍ରଥମ ଇନିଂସ ପରି ଦ୍ଵିତୀୟ ଇନିଂସରେ ମଧ୍ୟ ହେଲେ ଅଦ୍ଭୂତପୂର୍ବ ଆଉଟ,ଦେଖନ୍ତୁ ଭିଡିଓ।

ଚେତେଶ୍ୱର ପୂଜାରାଙ୍କ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମ ପୁଣିଥରେ ଦୃଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ସେ ରନ ଆଉଟ ହୋଇଯାଇଛନ୍ତି। ସେ ଯେଉଁଭଳି ରନ ଆଉଟ ହୋଇଛନ୍ତି ତାଙ୍କୁ ଦେଖି କେହି ବି କହିବ କି ସେ ଅନଲକି ଥିଲେ।ପୂଜାରାଙ୍କ ରନ ଆଉଟ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Google

ଖାସ କଥା ଏହାକି ପୁଜାରା ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ମଧ୍ୟ ଅଦ୍ଭୁତ ଢ଼ଙ୍ଗରେ ଆଉଟ ହୋଇଥିଲେ।ସେହି ସମୟରେ କମେଣ୍ଟଟରଙ୍କ ମୁହଁରୁ ମଧ୍ୟ ବାହାରିଥିଲା,”ବାସ୍ତବରେ ଦୃଭାଗ୍ୟଶାଳୀ ଅଟନ୍ତି ପୂଜାରା”।ଦ୍ୱିତୀୟ ଟେଷ୍ଟରେ ସୋମବାର ବା ୧୫ ଫେବୁଆରୀ ୨୦୨୧ କୁ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ତୃତୀୟ ଦିନ ଖେଳ ଆରମ୍ଭ କଲେ। ପ୍ରଥମ ଓଭର ଇଂଲଣ୍ଡର ସ୍ପିନର ମୋଇନ ଅଲ୍ଲୀ କଲେ। ତାଙ୍କ ଓଭରର ଶେଷ ବଲରେ ପୂଜାରା ଆଗକୁ ଆସି ମାରିବାକୁ ପ୍ରୟାସ କରିଥିଲେ କିନ୍ତୁ ତାଙ୍କ ଟାଇମିଙ୍ଗ ଠିକ ନଥିବାରୁ ବଲ ତାଙ୍କ ବ୍ୟାଟରେ ବାଜି ଶର୍ଟ ଲେଗରେ ଥିବା ଫିଲଡ଼ର ଓଲି ପୋପଙ୍କ ପାଖରେ ପହଁଚିଥିଲା।

ଓଲି ପୋପ ବଲଲୁ ଧରି ୱିକେଟକିପର ଫୋକ୍ସଙ୍କୁ ଦେଲେ।ଏତିକି ସମୟରେ ପୂଜାରା କ୍ରିଜରେ ବ୍ୟାଟ ରଖିଦେଇଥିଲେ।ସେବେ ତାଙ୍କ ହାତରୁ ବ୍ୟାଟର ଗ୍ରୀପ ଖସିଗଲା ଓ ସେ ଆଉଟ ହୋଇଗଲେ। ଏହିପରି ପୂଜାରାଙ୍କ ଆଉଟ ହେବା ବାସ୍ତବରେ ଦୃଭାଗ୍ୟପୁର୍ଣ ଅଟେ।

ପ୍ରଥମ ଟେଷ୍ଟର କଥା କହିବାତ ପୂଜାରା ଡୋମ ବେସଙ୍କ ଶର୍ଟ ବଲରେ ପୁଲ ଶର୍ଟ ମାରିବାର ଚେଷ୍ଟା କରିଥିଲେ କିନ୍ତୁ ବଲ ଭଲସେ ବ୍ୟାଟରେ ବାଜିନଥିଲା ଓ ଶର୍ଟ ଲେଗରେ ଠିଆ ହୋଇଥିବା ଓଲି ପୋପଙ୍କ ପିଠିରେ ବଲ ବାଜିଥିଲା।ପୂଜାରାଙ୍କ ଦୃଭାଗ୍ୟ ତାଙ୍କ ଆଗେ ଆଗେ ଚାଲୁଥିଲା। ଏହା କାରଣ ଥିଲା କି ବଲ ଓଲି ପୋପଙ୍କ ପିଠିରେ ବାଜି ଶର୍ଟ ମିଡ ୱିକେଟର ଫିଲ୍ଡର ରୋରି ବୋନର୍ସଙ୍କ ହାତରେ ପଡିଗଲା ଓ ସେ କ୍ୟାଚଟିକୁ ଧରିନେଲେ।

ସେବେ ପୁଜାରା ଆଉଟ ହେବା ପରେ କମେଣ୍ଟଟର କହିଥିଲେ,”ପୂଜାରା ବାସ୍ତବରେ ବହୁତ ଦୃଭାଗ୍ୟଶାଳୀ ରହିଲେ। ଇଂଲଣ୍ଡର ଟିମ ସୌଭାଗ୍ୟଶାଳୀ ରହିଲା। କାରଣ ଓଲି ପୋପଙ୍କର ବଲଟି ହେଲମେଟ ବା କାନ୍ଧରେ ବାଜି ନଥିଲା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *