ପୁଲବାମା ଭଳି ଆକ୍ରମଣର ଷ-ଡ-ଯ-ନ୍ତ୍ର ହୋଇଗଲା ଅକାମି। ଏହି ଜାଗାରେ ଆକ୍ରମଣର ଷ-ଡ-ଯ-ନ୍ତ୍ର ଥିଲା,ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଜାମ୍ମୁର ଏକ ବସ ଷ୍ଟାଣ୍ଡ ପାଖରେ ଜଣେ ନର୍ସିଂ ଛାତ୍ରଙ୍କ ପାଖରୁ ଶକ୍ତିଶାଳୀ ଆଇଇଡି ଜବତ କରାଗଲା। ବିସ୍ଫୋଟକ ମାନଙ୍କର ଯାଞ୍ଚ କରି ତାଙ୍କୁ ଜବତ କରିବା ପରେ ଏକ ବଡ ବିସ୍ଫୋରଣର ଆତଙ୍କବାଦୀ ମାନଙ୍କର ଷଡଯନ୍ତ୍ର ପୁନର୍ବାର ଟଳି ଗଲା। ପୋଲିସକୁ ବସର ଜଣେ ଅଧିକାରୀ କହିଲେ ଆଉ ଛାତ୍ର ତଥା ତାଙ୍କ ସହ ଥିବା ଆଉ କେତେକ ଲୋକଙ୍କୁ ଗିରଫ କରି ନିଆଗଲା। ଅଧିକାରୀ ମାନଙ୍କ ଅନୁସାରେ ଆତଙ୍କବାଦୀ ମାନଙ୍କ ନଜରରେ ଜାମ୍ମୁର ପ୍ରସିଦ୍ଧ ରଘୁନାଥ ମନ୍ଦିର ବି ଥିଲା।

Google

ଜାମ୍ମୁ ରେଞ୍ଜର ମହାନିରୀକ୍ଷକ ମୁକେଶ ସିଂ କହିଲେ କି ଜମ୍ମୁର ଏକ ଅଲଗା ଅଭିଯାନରେ ଜମ୍ମୁର ସାମ୍ବା ଜିଲ୍ଲାରୁ ୬ ପିସ୍ତଲ ତଥା ଆହୁରି ୧୫ଟି ଅଲଗା ଅଲଗା ଛୋଟ ଆଇଇଡି ଜବତ କରାଯାଇଛି। ସେ ପତ୍ରକାର ମାନଙ୍କୁ କହିଲେ କି ପୂର୍ବ ଚାରି ଦିନରୁ ସେମାନେ ହାଇ ଆଲର୍ଟରେ ଥିଲେ କାରଣ ଗୁପ୍ତ ସୂଚନା ମିଳିଥିଲା କି ଆତଙ୍କବାଦୀ ମାନେ ଜମ୍ମୁରେ ପୁଲ୍ୱାମା ଭଳି ଏକ ଆକ୍ରମଣ କରିବାର ପ୍ଲାନ ବନାଉଛନ୍ତି। ଏହା ଜମ୍ମୁ ସହରରେ ହେବାକୁ ଯାଉଛି ତେଣୁ ସମସ୍ତ ଜାଗା ମାନଙ୍କର ସୁରକ୍ଷା କରିବା ଦରକାର।

ପାଖପାଖୀ ସାତ କିଲୋଗ୍ରାମ ଆଇଇଡି ଜବତ କରାଗଲା:

ମହାନିରୀକ୍ଷକ ସିଂଙ୍କ ସହ ଡିଜିପି ଦିଲବାଗ ସିଂ ବି ଥିଲେ। ସେ କହିଲେ କି ଜଣେ ଯୁବକକୁ ବସ ଷ୍ଟାଣ୍ଡ ଉପରେ ବ୍ୟାଗ ସହ ସନ୍ଦିଗ୍ଧ ରୂପରେ ବୁଲୁଥିବାର ଦେଖାଗଲା। ତା ପରେ ତାର ବ୍ୟାଗ ଚେକ କରିବା ବେଳକୁ ପ୍ରାୟ ୭ କିଲୋ ଜବତ କରାଗଲା ମାତ୍ର ସେହି ବସ୍ତୁ ମାନଙ୍କୁ ସକ୍ରିୟ କରାଯାଇନଥିଲା।

Google
ପାକିସ୍ତାନୀ ଆତଙ୍କି ମାନଙ୍କର ଇସାରାରେ କାମ କରୁଥିଲା:

ଅଧିକାରୀ ମାନେ ଆରୋପୀକୁ ଗିରଫ କଲେ ଆଉ ତାର ଠିକଣା ପୁଲ୍ୱାମାର ନେବା ଗ୍ରାମର ନିବାସୀ ସୋହେଲ ସିଂ ବୋଲି କହିଲେ। ସେ ଚଣ୍ଡୀଗଡ଼ରେ ଗୋଟେ କଲେଜରେ ନର୍ସିଂ ପଢୁଥିଲେ। ପାକିସ୍ତାନରେ ବସିଥିବା ଆତଙ୍କି ସଂଗଠନ ଅଲ ବଦ୍ର ସହ ସମ୍ବନ୍ଧ ରଖିଥିବା ତାର ଆକା ମାନେ ତାକୁ ଚାରି ଲକ୍ଷ ଟଙ୍କାରେ ଜମ୍ମୁରେ ଆଇଇଡି ରଖିବାର କାମ ଦେଇଥିଲେ। ସେଥିରେ ରଘୁନାଥ ମନ୍ଦିର ବି ସାମିଲ ଥିଲା ଆଉ ତାକୁ କାମ ପୁରା କରିବା ପରେ ଏକ ଫ୍ଲାଇଟ ଦ୍ୱାରା ଶ୍ରୀନଗର ବି ଯିବାର ଥିଲା।

ସିଂ କହିଲେ କି ଅଲ ବଦ୍ରର ଜଣେ ଲୋକ ଶାହିଲ ଖାନ ତାଙ୍କୁ ନେବାକୁ ଶ୍ରୀନଗର ଏୟାରପୋର୍ଟ ଆସିଥାନ୍ତେ। ତାଙ୍କୁ ଗିରଫ କରା ଯାଇଛି। ଆଉ ତାଙ୍କର ସାଥି ଛାତ୍ର କାଜି ବସିମ ବି ଏହାର ସାଥ ଦେଉଥିଲେ। ତାଙ୍କୁ ଚଣ୍ଡୀଗଡ଼ରେ ଗିରଫ କରି ଜେରା କରାଯାଉଛି। ତାଙ୍କର ଆଉ ଏକ ସହଯୋଗୀ ଆବିଦ ନବୀଙ୍କୁ ଶ୍ରୀନଗରରୁ ଗିରଫ କରାଯାଉଛି।

Google
ବମ ନିଷ୍କ୍ରିୟ ଦସ୍ତା ଆଇଇଡିର ଯାଞ୍ଚ କରାଯାଉଛି:

ସେ କହିଲେ ବମ ନିଷ୍କ୍ରିୟ ଦସ୍ତା ଆଇଡିର ଯାଞ୍ଚ କରା ଯାଉଛି ଆଉ ଏଯାଏ ଜଣାପଡିନି କି ଏହାକୁ ତିଆରି କରିବାରେ ଆରଡ଼ିଏକ୍ସର ବ୍ୟବହାର କରାଯାଇଛି କି ନାହିଁ। ସିଂ କହିଲେ କି ଏକ ଅନ୍ୟ ସଫଳ ଅଭିଯାନରେ ପୋଲିସ ୧୩ ଆଉ ୧୪ ଫେବୃଆରୀକୁ ରାତିରେ ସାମ୍ବା ଜିଲ୍ଲାରେ ରାମଗଡ଼ର ଜଙ୍ଗ ଇଲାକାରେ ଗସ୍ତ କରୁଥିବା ସମୟରେ ୬ଟି ପିସ୍ତଲ ଆଉ ବଡ ମାତ୍ରାରେ ଗୋଳା ବାରୁଦ ଆଉ ୧୫ଟି ଛୋଟ ଛୋଟ ଆଇଇଡି ଜବତ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *