IPL ୨୦୨୧ PBKS VS RR: ବେକାର ଗଲା ସଂଜୁ ସାମସନଙ୍କ ଶତକ, ଜିତିବା ମ୍ୟାଚରେ ପଞ୍ଜାବଠାରୁ ହାରିଲା ରାଜସ୍ଥାନ ।

ଏକ ରୋମାଂଚକ ପୂର୍ଣ୍ଣ ମ୍ୟାଚରେ ପଞ୍ଜାଵ ରାଜସ୍ଥାନକୁ ୪ ରନରେ ହରାଇଦେଇଛି। ପଞ୍ଜାବ କିଙ୍ଗସ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୨୨୧ ରନ କରିଥିଲା ଯାହାଫଳରେ ରାଜସ୍ଥାନ ୨୧୭ ଯାଏ ହିଁ ଯାଇ ପାରିଲା। ପଞ୍ଜାବ ପକ୍ଷରୁ କେ ଏଲ ରାହୁଲ ୫୦ ବଲରେ ୫ଟି ଛକା ଏବଂ ୪ଟି ଚୌକା ସହ ୯୧ ରନ କରିଥିଲେ। କ୍ରିସ ଗେଲ ମଧ୍ୟ ଚମତ୍କାର ପାରି ଖେଳି ୨୮ ବଲରେ ୪୦ ରନ କରିଥିଲେ। ହେଲେ ପାରିର ରନ ଗତି ବଢାଇବାରେ ଦୀପକ ହୁଡା ସାହାଯ୍ୟ କରିଥିଲେ। ସେ ମାତ୍ର ୨୮ଟି ବଲରେ ୬ଟି ଛକା ଏବଂ ୪ଟି ଚଉକା ସହ ୬୪ ରନ ବନେଇଥିଲେ।

Google

ରାଜସ୍ଥାନ ପକ୍ଷରୁ ଚେତନ ସକାରିଆ ୪ ଓଭରରେ ୩୧ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏହା ଛଡା ମୋରିସ ୨ଟି ଏବଂ ରୟାନ ପରାଗ ୧ଟି ୱିକେଟ ଅକ୍ତିଆର କରିଥିଲେ।

ରାଜସ୍ଥାନ ୨୨୧ ରନର ପିଛା କରିବା ପାଇଁ ଆସିଥିଲା ହେଲେ ଆରମ୍ଭ ଭଲ ରହିନଥିଲା। ଦଳର ଷ୍ଟାର ବ୍ୟାଟ୍ସମାନ ବେନ ଷ୍ଟୋକସ ବିନା ଖାତା ଖୋଲି ଆଉଟ ହୋଇଯାଇଥିଲେ। ହେଲେ ଦଳର ପାରି ସଂଜୁ ସାମସନ ସମ୍ଭାଳିଥିଲେ। ସେ ମ୍ୟାଚ ହାରିଲେ ମଧ୍ୟ ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ନିଜର ପ୍ରଥମ ମ୍ୟାଚରେ କ୍ୟାପଟେନସି କରୁଥିବା ସାମସନ ୬୩ ବଲରେ ୭ଟି ଛକା ଏବଂ ୧୨ ଟି ଚଉକା ସହ ୧୧୯ ରନ କରିଥିଲେ। ଏହା ଛଡା ଦୁବେ ୨୩, ବଟଲର ୨୫ ଏବଂ ରିୟାନ ପରାଗ ୧୧ ବଲରେ ୨୫ ରନର ଆକର୍ଷଣୀୟ ପାରି ଖେଳିଥିଲେ।

Google

ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୪ ଓଭରରେ ୩୩ ରନ ଦେଇ ଦୁଇଟି ୱିକେଟ ନେଇଥିଲେ ଏବଂ ଅର୍ସଦିପ ସିଂ ୩ଟି ଏବଂ ଜାଯ ରିଚାର୍ଡସନ ଏବଂ ମେରିଡିତ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *