ଆଇପିଏଲ ୨୦୨୦:ଶେଷରେ କଣ ପାଇଁ କ୍ରିସ ଗେଲଙ୍କୁ ମିଳୁନାହିଁ ମୌକା ? କୋଚ ଅନୀଲ କୁମ୍ବଲେ କହିଲେ କାରଣ ।

kings XI Punjab Chris Gayle play Anil Kumble coach, Cricket, IPL 2020, Nitidina

ଆଇପିଏଲରେ ସବୁଠୁ ଅଧିକ ଛକା ୩୨୬, ଆଇପିଏଲରେ ସବୁଠୁ ଅଧିକ ଶତକ ୬ ,ଓ ଆଇପିଏଲରେ ଜଣେ ବ୍ୟାଟ୍ସମ୍ୟାର ସବୁଠୁ ବଡ ସ୍କୋର ୧୭୫ ରନ। ଏହି ସବୁ ରେକର୍ଡ ଗୋଟିଏ ଖେଳାଳୀ ନାମରେ ଅଛି ସେ ହେଉଛନ୍ତି କ୍ରିସ ଗେଲ କିନ୍ତୁ ଆଇପିଏଲର ସବୁଠୁ ବଡ଼ ଷ୍ଟାର ଏହି ସମୟରେ ମ୍ୟାଚରେ ଦେଖାଯାଉନାହିଁ। ସେ ନିଜ ମ୍ୟାଚ ଖେଳିବାକୁ ନେଇ ଅପେକ୍ଷା କରିଛନ୍ତି। ତାଙ୍କ ଟିମ କିଙ୍ଗସ ଇଲେଭେନ ପଞ୍ଜାବ ଲଗାତର ହାରୁଛି କିନ୍ତୁ ଗେଲଙ୍କୁ ଖେଳିବାକୁ ସୁଯୋଗ ଦିଆଯାଉନାହିଁ। ମାନୁଛୁ କି ଗେଲ ଆଗପରି ଆଉ ନାହାଁନ୍ତି ସେ ଏବେ ୪୧ ବର୍ଷୀୟ ହୋଇଗଲେଣି କିନ୍ତୁ ପଞ୍ଜାବର ଅନ୍ୟ ଖେଳାଳିବି ଏତେ ଭଲ ଖେଳୁନାହାଁନ୍ତି। ଏବେ ପ୍ରଶ୍ନ ଉଠୁଛି କଣ ପାଇଁ ପଞ୍ଜାବର ଅଧିନାୟକ ଓ କୋଚ ଗେଲଙ୍କୁ ଖେଳାଉନାହାଁନ୍ତି।

kings XI Punjab Chris Gayle play Anil Kumble coach
Google

କଣ କହିଲେ କୁମ୍ବଲେ:-

ସନରାଜଜର୍ସ ହାଇଦ୍ରାବାଦ ସହିତ ମ୍ୟାଚ ପୂର୍ବରୁ ପଞ୍ଜାବର ବ୍ୟାଟିଙ୍ଗ କୋଚ ବସିମ ଜାଫର କହିଥିଲେ ଏହି ମ୍ୟାଚରେ ଗେଲଙ୍କୁ ମୌକା ମିଳିବ କିନ୍ତୁ ଏପରି ହୋଇନଥିଲା।ପ୍ରଶଂସକ ଆଶ୍ଚର୍ଯ୍ୟ ଅଛନ୍ତି କଣ ପାଇଁ ଗେଲଙ୍କୁ ଖେଳାଯାଉନାହିଁ? ଏହା ପରେ ଟିମର ହେର୍ଡ କୋଚ ଅନୀଲ କୁମ୍ବଲେ ଗେଲଙ୍କୁ ଏହି ମ୍ୟାଚରେ ନଖେଳାଯିବାର କାରଣ କହିଛନ୍ତି। ଅନୀଲ କହିଛନ୍ତି” ଗେଲ ଏହି ମ୍ୟାଚରେ ଖେଳିବା ପକା ଥିଲା କିନ୍ତୁ ପୂର୍ଵ ଦୁଇ ଦିନରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ତାଙ୍କୁ ଫୁଡ଼ ପୟୋଯୋନ ହୋଇଛି”।

kings XI Punjab Chris Gayle play Anil Kumble coach
Google

ପ୍ରେସରରେ ପଞ୍ଜାବର ବ୍ୟାଟ୍ସମ୍ୟାନ:-

ଏହି ଆଇପିଏଲରେ ସବୁଠୁ ଅଧିକ ୩୧୩ ରନ କରିଥିବା ପଞ୍ଜାବର ଅଧିନାୟକ ଓ ଓପନର କେଏଲ ରାହୁଲ ଆରସିବି ବିପକ୍ଷର ସୁନ୍ଦର ୧୩୨ ରନର ପାରି ଖେଳିଥିଲେ।କିନ୍ତୁ ସେ ଆଉଟ ହେବାପରେ ପଞ୍ଜାବର ଅନ୍ୟ ଖେଳାଳୀ ଭଲ ଖେଳୀପାରୁନାହାଁନ୍ତି। ଏହା ଛଡା ଟିମର ଅନ୍ୟ ଓପନର ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟିଙ୍ଗ ବି ସର୍ବଦା ଭଲ ହେଉନାହିଁ।ସେ ରାଜସ୍ଥାନ ବିପକ୍ଷରେ ୧୦୬ ରନ ପାରି ପରଠୁ ଭଲ ଖେଳିପାରିନାହାଁନ୍ତି। ଏଥିପାଇଁ ଏବେ ପଞ୍ଜାବକୁ ଗେଲଙ୍କ ଆବଶ୍ୟକତା ଅଛି। କାରଣ ଗେଲ ଆସିବା ଦ୍ଵାରା ବିପକ୍ଷ ଖେଳାଳୀ ଟିକେ ଚିନ୍ତିତ ରହିବେ।

kings XI Punjab Chris Gayle play Anil Kumble coach
Google

ଚିନ୍ତାରେ ପଞ୍ଜାବ:-

କିଙ୍ଗସ ଇଲେଭେନର ଚିନ୍ତା ଲଗାତର ବଢୁଛି। ଲଗାତର ହାରିବା ଦ୍ଵାରା ପଞ୍ଜାବ ଟିମ ଉପରେ ଏହି ଆଇପିଏଲରୁ ବାହାରିଯିବା ଭୟ ରହିଛି। ପଞ୍ଜାବ ଟିମ ଏବେ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ ଜିତିଛି। ୬ ଟି ମ୍ୟାଚରୁ ୫ ଟି ମ୍ୟାଚ ହାରିବା ପରେ ପଞ୍ଜାବ ଟିମ ଏବେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି। ପ୍ରଥମ ୪ ନମ୍ବରରେ ରହିବା ପାଇଁ ହେଲେ ତାଙ୍କୁ ବାକି ସବୁ ମ୍ୟାଚ ଜିତିବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *