ଆଇପିଏଲର ୧୪ ତମ ସଂସ୍କରଣ ପାଇ ୧୮ ଫେବୁଆରୀକୁ ହେବାକୁ ଥିବା ନିଲାମୀ ପାଇଁ ୨୯୨ ଖେଳାଳୀଙ୍କ ଫାଇନାଲ ଲିଷ୍ଟ ଜାରି ହୋଇସାରିଛି। ଏହି ନିଲାମୀରେ କିଙ୍ଗସ ଇଲେଭେନ ପଞ୍ଜାବ ପାଖରେ ସବୁଠୁ ଅଧିକ ୫୩.୨୦ କୋଟି ଅଛି। ସନରାଇଜର୍ସ ହାଇଦ୍ରାବାଦ ଓ କୋଲକତା ନାଇଟ ରାଇଡ଼ର୍ଶ ପାଖରେ ୧୦.୭୫ କୋଟି ଅଛି। ପଞ୍ଜାବ ଏହି ସିଜନରେ ୯ ଖେଳାଳୀଙ୍କୁ ରିଲିଜ କରିଦେଇଛି। ଏହି କାରଣରୁ ତାଙ୍କ ପାଖରେ ସବୁଠୁ ଅଧିକ ପଇସା ଅଛି।

ପଞ୍ଜାବ ଏହି ସଂସ୍କରଣରେ ଦୁଇଟି ବଡ଼ ଖେଳାଳୀଙ୍କୁ ରିଲିଜ କରିଦେଇଛି। ଏଥିରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୋଏଲ ଓ ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ସେଲ୍ଡନ କଟ୍ରେଲ ସାମିଲ ଅଛନ୍ତି। ମାକ୍ସୋଏଲଙ୍କୁ ପଞ୍ଜାବ ପୂର୍ବ ସିଜନରେ ୧୦.୭୫ କୋଟିରେ କିଣିଥିଲା କିନ୍ତୁ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ୟୁଏଇରେ ହୋଇଥିବା ୧୩ ତମ ସିଜନରେ ୧୩ ଟି ମ୍ୟାଚ ଖେଳିଥିଲେ ଓ ୧୫.୪୨ ଔସତ ରନ ରେଟରେ ମାତ୍ର ୧୦୮ ରନ କରିପାରିଥିଲେ।ସେହିପରି କଟ୍ରେଲଙ୍କୁ ମଧ୍ୟ ପଞ୍ଜାବ ୮.୫ କୋଟିରେ କିଣିଥିଲା କିନ୍ତୁ ସେ ପୂର୍ବ ସଂସ୍କରଣରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ସେ ୬ ଟି ମ୍ୟାଚ ଖେଳି ମାତ୍ର ୬ ଟି ୱିକେଟ ଅକ୍ତିଆର କରିଥିଲେ।
ପଞ୍ଜାବ ଏହି ସଂସ୍କରଣ ପାଇଁ ୧୬ ଜଣ ଖେଳାଳିଙ୍କୁ ରିଟେନ କରିଛି। ଯେବେକି ୯ ଖେଳାଳୀଙ୍କୁ ରିଲିଜ କରିଛି। ଟିମ ପାଖରେ ୯ ସ୍ଲଟ ଫାଙ୍କା ଅଛି। ଏଥିରେ ୫ଟି ବିଦେଶୀ ଖେଳାଳୀ ଅନ୍ତର୍ଭୁକ୍ତ ଅଛନ୍ତି।

ପଞ୍ଜାବ ଟିମର ରିଟେନ ଖେଳାଳୀ:
କେଏଲ ରାହୁଲ, କ୍ରିସ ଗେଲ, ମୟଙ୍କ ଅଗ୍ରୱାଲ, ନିକୋଲ୍ସ ପୁରନ, ମନଦୀପ ସିଂହ, ସରଫରାଜ ଖାନ, ଦୀପକ ହୁଡା, ପ୍ରଭସିମରାନ ସିଂହ, ମହମ୍ମଦ ସାମୀ, କ୍ରିସ ଜୋର୍ଡନ, ଦର୍ଶନ ନଲକାନ୍ଦେ, ରବି ବିସ୍ନୋଇ, ମୁରଗନ ଅଶ୍ୱିନୀ, ଅର୍ସଦୀପ ସିଂହ, ହରପ୍ରୀତ ବରାର, ଇସାନ ପୋରେଲ।
ପଞ୍ଜାବ ଟିମର ରିଲିଜ ଖେଳାଳୀ:
ଗ୍ଲେନ ମାକ୍ସୋଏଲ, ସେଲ୍ଡନ କଟ୍ରେଲ, କରୁଣ ନାୟର, ହାର୍ଡସ ବିସ୍ଲାଇନ, ଜଗଦୀଶ ସୁଚିତ, ମୁଯିବ ଉର ରହମାନ, ଜିମି ନିସମ, କୃଷ୍ନାପା ଗୌତମ, ତଞ୍ଜିନ୍ଦର ସିଂହ।

ଏହି ଖେଳାଳୀଙ୍କ ଉପରେ ପଞ୍ଜାବ ଲଗାଇପାରି ଦାବି:
ଏହି ସଂସ୍କରଣରେ ପଞ୍ଜାବ ମାକ୍ସୋଏଲଙ୍କୁ ରିଲିଜ କରିଥିବାରୁ ମିଡ଼ିଲ ଅର୍ଡରରେ ଏକ ମଝବୁତ ଖେଳାଳି ଖୋଜିବ। ଟିମର ସ୍ଥାନ ବଙ୍ଗଳାଦେଶର ସକିବ ଅଲ ହସନ ପୁରା କରିପାରନ୍ତି। ଏହିଥର ହସନଙ୍କର ବେସ ପ୍ରାଇଜ ଦୁଇକୋଟି ଅଟେ। ହସନଙ୍କ ଛଡା କେଦାର ଯାଦବଙ୍କ ଉପରେ ମଧ୍ୟ ପଞ୍ଜାବ ଦାବି ଲଗାଇ ପାରେ। କେଦାର ବ୍ୟାଟିଙ୍ଗ ସହିତ ବୋଲିଙ୍ଗ ମଧ୍ୟ କରିଥାନ୍ତି ଓ ଭାରତୀୟ ପରିସ୍ଥିତିରେ କାମରେ ଆସିପାରନ୍ତି।
ଏହା ଛଡା ଟିମ ସ୍ପିନକୁ ମଝବୁତ କରିବା ପାଇଁ ହରଭଜନ ସିଂହଙ୍କୁ ମଧ୍ୟ କ୍ରୟ କରିପାରେ। ହରଭଜନଙ୍କୁ ଏଥର ଚେନ୍ନାଇ ସୁପର କିଙ୍ଗସ ନିଲାମୀ ପୂର୍ଵରୁ ରିଲିଜ କରିଦେଇଛି। କିନ୍ତୁ ପୂର୍ବ ବର୍ଷ ହରଭଜନ ଖେଳିନଥିଲେ। ଏଥିପାଇଁ ତାଙ୍କୁ ଲମ୍ବା ସମୟରୁ କ୍ରିକେଟରୁ ଦୂରରେ ରହିବା ଭାରି ପଡିପାରେ। ଇଂଲଣ୍ଡର ଭୟାନକ ବ୍ୟାଟ୍ସମ୍ୟାନ ଜେସନ ରୋଏ ମଧ୍ୟ ପଞ୍ଜାବର ଦୃଷ୍ଟିରେ ଥିବ। ତାଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ରିଲିଜ କରିଦେଇଛି।
ଏହିଥର ନିଲାମୀ ପୂର୍ବରୁ ପଞ୍ଜାବ ଛଡା ଆଉ ଚାରି ଟିମ ଏପରି ଅଛି ଯାହାଙ୍କ ପାଖରେ ୧୫ କୋଟିରୁ ଅଧିକ ଟଙ୍କା ବାକି ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।