IPL ୨୦୨୧: ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଆବଶ୍ୟକୀୟ ଲୋକଙ୍କୁ ଦେବ ଅକ୍ସିଜେନ ଏବଂ ତାହା ସହିତ ସେ ଲୋକମାନଙ୍କୁ କଲେ ଏହି ଅନୁରୋଧ।

ଭାରତ ଏହି ସମୟରେ କରୋନା ପରି ମାରାତ୍ମକ ରୋଗ ସହ ଲଢେ଼ଇ କରୁଛି। ଏହି ଲଢେଇରେ ବଲିଉଡ ତାରକା ମଧ୍ୟ ସହାୟତାର ହାତ ବଢାଉଛନ୍ତି। ଅଭିନେତ୍ରୀ ଏବଂ ପଞ୍ଜାବ କିଙ୍ଗସ ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ମଧ୍ୟ କରୋନାର ଏହି ଯୁଧ୍ୟରେ ଆଗକୁ ଆସିଛନ୍ତି। ସେ କହିଛନ୍ତି ତାଙ୍କ ଦଳ ଏକ ଏନଜିଓ ସହ ମିଶି ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ ମାଗଣା ଯୋଗାଇବ। ଏଥିପାଇଁ ପଞ୍ଜାବ ଦଳ ରାଉଣ୍ଡ ଟେବଲ ଇଣ୍ଡିଆ ନାମରେ ଏକ ସଂସ୍ଥା ସହ ପାର୍ଟନରର୍ସିପ ମଧ୍ୟ କରିଛି। ପ୍ରୀତି ଜିଣ୍ଟା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ଏହି ନ୍ୟୁଜ ଦେବାର ନଜର ଆସିଛନ୍ତି।

Google

ପ୍ରୀତି ଜିଣ୍ଟା ଲେଖିଥିଲେ କି,”କରୋନା ମହାମାରୀରେ ସୁଷ୍ଟି ହୋଇଥିବା ଏହି ଜଟିଳ ପରିସ୍ଥିତିକୁ ଆଖିରେ ରଖି ପଞ୍ଜାବ କିଙ୍ଗସ ନିଜର ପାର୍ଟନର ରାଉଣ୍ଡ ଟେବଲ ଇଣ୍ଡିଆ ସହ ମିଶି ଦେଶ ସାରା ମାଗଣା ଅକ୍ସିଜେନ କଂସେନଟ୍ରେଟର୍ସ ଯୋଗାଇଦେବାପାଇଁ ପାଣ୍ଠି ଏକାଠି କରିବାର ଫଇସଲା ନେଇଛି ବୋଲି ଜଣା ଯାଇଛି। ମୋତେ ପୁରା ବିଶ୍ୱାସ ଅଛି ଯେ ଆମେ ସମସ୍ତେ ଏକାଠି ହୋଇ ଏହି ଭାଇରସ ବିପକ୍ଷରେ ଲଢେଇ ନିଶ୍ଚୟ ବିଜୟ ହେବା। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ଏହି ସଂସ୍ଥାରେ ଯୋଗଦାନ କରି ଯଥାସମ୍ଭବ ସହଯୋଗ କରନ୍ତୁ।

ନିକୋଲସ ପୂରନ ମଧ୍ୟ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି:

ତିନିଦିନ ପୂର୍ବରୁ ପଞ୍ଜାବ ଦଳର ବ୍ୟାଟ୍ସମ୍ୟାନ ନିକୋଲସ ପୂରନ ଆଇପିଏଲରୁ ନିଜ ରୋଜଗାରର କିଛି ଅଂଶ କରୋନା ମହାମାରୀ ସହ ସଙ୍ଘର୍ଷ କରୁଥିବା ଭାରତ ପାଇଁ ଦାନ କରିବାର ଫଇସଲା ନେଇଛନ୍ତି। ସେ ଟ୍ୱିଟରରେ ଭିଡିଓ ଜରିଆରେ ଲୋକମାନଙ୍କୁ ଅନୁରୋଧ କରି କହିଥିଲେ,ଯଦି ସମ୍ଭବ ହେଉଛି ତେବେ ଆପଣମାନେ ଟୀକା ନିଅନ୍ତୁ,ମୁଁ ନିଜର କାମ କରିବି। ଭାରତ ପାଇଁ ପ୍ରାଥନା କରିବା ସହ ଏହି ସଂକଟରୁ ଉଦ୍ଧାର ହେବା ନିମନ୍ତେ ମୁଁ ନିଜ ଆଇପିଏଲ ଦରମାରୁ କିଛି ଭାଗ ଡୋନେଟ କରିବି।

Google

ପୂରନଙ୍କ ପୂର୍ବରୁ ତାଙ୍କ ଦଳ ମଧ୍ୟ ଅକ୍ସିଜେନ କଂସେନଟ୍ରେଟର୍ସ ଦାନ କରିବାର କହିବାର ଜଣା ଯାଇଥିଲା। ସେ କହିଛନ୍ତି ଏବେ ବି ବହୁତ ଦେଶ ଏହି ମହାମାରୀର ଆକ୍ରାନ୍ତ ହେଉଛି। କିନ୍ତୁ ଭାରତର ବର୍ତମାନର ସ୍ଥିତି ଜଟିଳ। ମୁଁ ଏପରି ସ୍ଥିତିରେ ଆର୍ଥିକ ସହାୟତା ସହ ଜାଗରଣ କରିବାରେ ନିଜର ଭୂମିକା ନିର୍ବାହ କରିବାର ନଜର ଆସିବି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *