ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୧ ଜିତିବା ପାଇଁ ନୂଆ ଖେଳାଳୀଙ୍କ ସହ ନିଜ ଦଳର ନାମ ବଦଳାଇ ଦେଲେ ଓ ମଙ୍ଗଳବାରକୁ ସେ ନିଜ ନୂଆ ଜର୍ସି ମଧ୍ୟ ଲଞ୍ଚ କରିଦେଇଛନ୍ତି।ପଞ୍ଜାବ କିଙ୍ଗସ ବଡ ଜୋସରେ ଜର୍ସି ଲଞ୍ଚ କଲେ କିନ୍ତୁ ସୋସିଆଲ ମିଡିଆରେ ପ୍ରସଂଶକ ମାନେ ଟିମକୁ ଟ୍ରୋଲ କରିଦେଲେ।

ପ୍ରକୃତରେ ପଞ୍ଜାବ କିଙ୍ଗସର ଜର୍ସି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୁରୁଣା ଜର୍ସି ସହ ବହୁତ ଖାପ ଖାଉଛି।ପଞ୍ଜାବ କିଙ୍ଗସର ଜର୍ସି ପ୍ରଥମେ ଲାଲ ଓ ରୂପେଲି ରଙ୍ଗର ଥିଲା ହେଲେ ଏବେ ତାଙ୍କର ପୁରା ଜର୍ସି ରୟାଲ ଚ୍ୟାଲେଞ୍ଜର୍ସର ପୂର୍ବ ଜର୍ସି ସହ ମିଶୁଛି।
ଫ୍ୟାନ୍ସମାନେ କଲେ ପଞ୍ଜାବ କିଙ୍ଗସକୁ ଟ୍ରଲ: ଫ୍ୟାନ୍ସମାନେ ପଞ୍ଜାଵ କିଙ୍ଗସ ଉପରେ ନକଲ କରିବାରେ ଆରୋପ କରିଛନ୍ତି। ଜଣେ ପ୍ରଶଂସକ ତ ଏ ପର୍ଯ୍ୟନ୍ତ ଲେଖିଦେଇଛନ୍ତି ପଞ୍ଜାଵ କିଙ୍ଗସ ଏବେ ଆରସିବିର ଦ୍ୱିତୀୟ ଅଂଶ ଅଟେ। ଜଣେ ପ୍ରସଂଶକ ଏହା ଲେଖିଛନ୍ତି କି ପଞ୍ଜାଵ କିଙ୍ଗସ ୯ ଏପରି ଖେଳାଳୀଙ୍କୁ ନିଜ ଦଳରେ ସାମିଲ କରିଛନ୍ତି ଯିଏ ଆରସିବି ପାଇଁ ଖେଳି ସାରିଛନ୍ତି। କହିଦେଉଛୁ ପଞ୍ଜାଵ କିଙ୍ଗସର ପ୍ରଥମ ମ୍ୟାଚ ୧୨ ଏପ୍ରିଲକୁ ରାଜସ୍ଥାନ ରୟାଲର୍ସ ବିପକ୍ଷରେ ମୁମ୍ବାଇରେ ଖେଳିବ। ମୁକାବିଲା ସନ୍ଧ୍ୟା ୭.୩୦ରେ ଷ୍ଟାର୍ଟ ହେବ।

ପଞ୍ଜାଵ କିଙ୍ଗସର ଜର୍ସିର ଖାସ କଥା:ପଞ୍ଜାଵ କିଙ୍ଗସ ଫ୍ରାଞ୍ଚାଇଜ ମଙ୍ଗଳବାରକୁ ନିଜ ଟ୍ୱିଟର ଆକାଉଣ୍ଟରେ ନୂଆ ଜର୍ସିର ଭିଡିଓ ସେୟାର କରିଛନ୍ତି। ଏଥିରେ ଦଳର ଅଧିନାୟକ କେଏଲ ରାହୁଲଙ୍କ ନାମ ଲେଖାଥିବା ଏକ ଜର୍ସି ଦୃଶ୍ୟ ମାନହୋଇଛି। ନୂଆ ଜର୍ସିର ବାମ ଅଂଶରେ ଦଳର ଲୋଗ ଅଛି ଓ ଏହାର ଭିତର ଦଳର ନାମ ଅଛି। ଜର୍ସି ଉପରେ ଦହାଡ଼ ମାରୁଥିବା ସିଂହର ଛବି ମଧ୍ୟ ଅଛି। ଜର୍ସିର କଲର ଓ କାନ୍ଧ ଉପରେ ସୁନେଲି ରଙ୍ଗର ପଟି ଅଛି। କହିଦେଉଛୁ କେକେଆର ଓ ଆରସିବିର ଖେଳାଳୀ ମଧ୍ୟ ଏହି ରଙ୍ଗର ହେଲମେଟ ବ୍ୟବହାର କରନ୍ତି।

ପଞ୍ଜାଵ କିଙ୍ଗସର ଦଳ: କେଏଲ ରାହୁଲ, କ୍ରିସ୍ ଗେଲ, ମୟାଙ୍କ ଅଗ୍ରୱାଲ,ଦୀପକ ହୁଡା,ନିକୋଲସ କୁରନ,ମନଦିପ ସିଂହ, ସରଫରାଜ ଖାନ,ଇଶାନ କୋରେଲ,ପ୍ରଭାସିମରନ ସିଂହ, ମହମ୍ମଦ ଶାମି, କ୍ରିସ୍ ଯୋଡ଼ାନ,ଦର୍ଶନ ନଲକାନ୍ଦେ, ରବି ବିଶୋଇ, ମୁରୁଗନ ଅଶ୍ଵିନ,ଅର୍ସଦୀପ ସିଂହ, ଡେଭିଡ ମଲାନ,ହରପ୍ରୀତ ବରାଲ,ଜୟ ରିଚାର୍ଡସନ ଶାହାରୁଖ ଖାନ, ରାଇଲ ମେରିଡିଥ, ମୋଇଜେଜ ଫେନେରିକ୍ସ, ଜଲଜ ସକ୍ସେନା,ସୌରଭ କୁମାର,ଉତ୍କସ ସିଂହ ଓ ଫେବିୟନ ଏଲନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।