PNB ସହିତ ୨ ସରକାରୀ ବ୍ୟାଙ୍କର ମିଶ୍ରଣ ପରେ କ’ଣ ବନ୍ଦ ହୋଇଯିବ କୋଟି କୋଟି ଗ୍ରାହକଙ୍କ ଏଟିମଏ ?

PNB ସହିତ ୨ ସରକାରୀ ବ୍ୟାଙ୍କର ମିଶ୍ରଣ ପରେ କ'ଣ ବନ୍ଦ ହୋଇଯିବ କୋଟି କୋଟି ଗ୍ରାହକଙ୍କ ଏଟିମଏ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, PNB Bank OBC, UBI

କରୋନା ଭୂତାଣୁ ସଂକ୍ରମଣ କାରଣରୁ ଦେଶବ୍ୟାପୀ ଲାଗୁ ଲକ୍‌ଡାଉନ୍ ମଧ୍ୟରେ ସାର୍ବଜନୀନ କ୍ଷେତ୍ରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ(OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ(UBI)ର ମିଶ୍ରଣ ୨୦୨୦ ଏପ୍ରିଲ ୧ରୁ ଲାଗୁ ହୋଇଛି । ଏହା ସହିତ ପିଏନବି ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କରେ ପରିଣତ ହୋଇଛି। ଏହା ପରେ ପିଏନବିରେ ମିଶ୍ରଣ ହୋଇଥିବା ବ୍ୟାଙ୍କର ଗ୍ରାହକଙ୍କ ସାମ୍ନାରେ ନିଜର ଆକାଉଣ୍ଟ, ଏଟିଏମ କାର୍ଡ, ବ୍ୟାଙ୍କ ଏଟିଏମକୁ ନେଇ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆକାଉଣ୍ଟ ଓ ଏଟିଏମ କାର୍ଡକୁ ନେଇ ବ୍ୟାଙ୍କ ପ୍ରଥମରୁ ହିଁ ସୂଚନା ଦେଇ ସାରିଛି । ଏହା ମଧ୍ୟରେ ବ୍ୟାଙ୍କ ଟ୍ଵିଟ୍ କରି ନିଜର ଏଟିଏମ ନେଟ୍‌ଓ୍ଵର୍କ ବିଷୟରେ ମଧ୍ୟ ସୂଚନା ଦେଇଛି ।

ସଂପ୍ରତି ବନ୍ଦ ହେବ ନାହିଁ ବ୍ୟାଙ୍କ ଏଟିଏମ
————————
ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କ ପିଏନଟି ଟ୍ଵିଟ୍‌ କରି କହିଛି ଯେ, ପିଏନବିରେ ଦୁଇଟି ବ୍ୟାଙ୍କର ମିଶ୍ରଣ ପରେ ମଧ୍ୟ ଏବେ କାହାରି ଏଟିଏମ ସଂପ୍ରତି ବନ୍ଦ ହେବ ନାହିଁ । ଏହା ସହିତ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ଗ୍ରାହକ ବିନା କୌଣସି ଅତିରିକ୍ତ ଶୁଳ୍କରେ ୧୩୦୦୦ରୁ ଅଧିକ ଏଟିଏମ ନେଟଓ୍ଵର୍କରେ ବିନା କୌଣସି ବାଧାବିଘ୍ନରେ ବ୍ୟବହାର କରି ପାରିବେ । ଏହା ସହିତ କୌଣସି ଗ୍ରାହକ ନିଜର ମୋବାଇଲ ନମ୍ବର କିମ୍ବା ଇ-ମେଲ୍ ଆଇଡି ଅପଡେଟ୍ କିମ୍ବା ରେଜିଷ୍ଟର କରିବାକୁ ଚାହୁଁଛନ୍ତି ତେବେ ନିଜର ମୂଳ ବ୍ୟାଙ୍କର କୌଣସି ବି ଶାଖାକୁ ଯାଇ କରି ପାରିବେ ।

पंजाब नेशनल बैंक ने जारी किया नया Logo ...
Google

ପିଏନବିର ହୋଇଗଲା ୧୮ ହଜାର ଏଟିଏମ
————————-
ପିଏନବିକୁ ପ୍ରଥମେ ବଡ ପ୍ରକଳ୍ପରେ ନିବେଶ ପାଇଁ ୧୦-୧୨ ବ୍ୟାଙ୍କରୁ ଋଣ ନେବାକୁ ପଡୁଥିଲା । କିନ୍ତୁ ମିଶ୍ରଣ ପରେ ପିଏନବି ଗୋଟିଏ କିମ୍ବା ଦୁଇଟି ବ୍ୟାଙ୍କ ସହିତ ମିଶି ବଡ ପ୍ରକଳ୍ପରେ ନିବେଶ କରି ପାରିବ । ଏହ ବ୍ୟତୀତ ଓବିସି ଓ ୟୁବିଆଇର ବିସ୍ତାର ଥିବା ଅଞ୍ଚଳରେ ଉନ୍ନତ ଧରଣର ବ୍ୟାଙ୍କିଙ୍ଗ ସେବା ଦେଇ ପାରିବ । ଏହି ଦୁଇଟି ବ୍ୟାଙ୍କର ମିଶ୍ରଣ ପରେ ପିଏନବିର ମୋଟ୍ ଏଟିଏମ ସଂଖ୍ୟା ୧୮୦୦୦ ଏବଂ ଶାଖା ସଂଖ୍ୟା ୧୧୦୦୦ ହୋଇଛି । ଏବେ ପିଏନବିର କାରବାର ୧୮ଲକ୍ଷ କୋଟି ଟଙ୍କା ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *