ବ୍ୟୁରୋ ରିପୋର୍ଟ: ଡେଭିଡ ୱାରନର ପ୍ରାୟ ସବୁବେଳେ ଭାରତକୁ ଭଲ ପାଇଥାନ୍ତି ଓ ସବୁବେଳେ ସୋସିଆଲ ମିଡ଼ିଆରେ ଭଲ ପାଇବା ଦେଖାଇଥାନ୍ତି ମଧ୍ୟ। ସେ ସମୟ ସମୟରେ ଏହା ସାବ୍ୟସ୍ତ କରିଥାନ୍ତି କି ତାଙ୍କ ପ୍ରତିଭା କ୍ରିକେଟଠୁ ଆହୁରି ଅଧିକ। ସେ ଅନେକ ସମୟରେ ଇଂଷ୍ଟାଗ୍ରାମରେ ବଲିଉଡ଼ ଓ ଟଲିଉଡ଼ର ଭିଡ଼ିଓର ଡାଇଲକ ଓ ଗୀତରେ ରିଲ କରିଥାନ୍ତି ଓ ଏହାର ଭିଡ଼ିଓ ସେୟାର କରିଥାନ୍ତି। ଅନେକ ଅନେକ କ୍ରିକେଟରଙ୍କ ଉପରେ ଅଲ୍ଲୁ ଅର୍ଜୁନଙ୍କର ଫିଲ୍ମ ପୁଷ୍ପାର ନିଶା ପଡିଛି ଭଲା ୱାରନର ଏଥିରେ କିପରି ବାଦ ପଡିବେ।

ଡେଭିଡ ୱାରନର ପୁଷ୍ପା ଫିଲ୍ମର ଶ୍ରୀବଲି ଗୀତର ମୁଖ୍ୟ ଷ୍ଟେପ କପି କରିଛନ୍ତି। ସେ ଏତେ ସୁନ୍ଦର ଭାବରେ କପି କରିଛନ୍ତିକି ନିଜେ ହିରୋ ଅଲ୍ଲୁ ଅର୍ଜୁନ ମଧ୍ୟ କମେଣ୍ଟ ନକରି ରହିପାରିନାହାଁନ୍ତି। ୱାରନରଙ୍କ ପୂର୍ବରୁ ରବିନ୍ଦ୍ର ଜାଡେଜା, ଶିଖର ଧୱନ, ଇସାନ କିସନ, ସୂର୍ଯ୍ୟ କୁମାର ଯାଦବ ଓ ପୂର୍ଵ କୋଚ ଶ୍ରୀଧର ପୁଷ୍ପା ଫିଲ୍ମର ଡାଇଲଗ ଓ ଡ୍ୟାନ୍ସ ଷ୍ଟେପ କପି କରିଥିଲେ।
ନିଜ ଇଂଷ୍ଟାଗ୍ରାମରେ ଡେଭିଡ ୱାରନର ଏକ ଭିଡ଼ିଓ ସେୟାର କରିଛନ୍ତି ଓ ଏଥିରେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାର ଶ୍ରୀବଲି ଗୀତର ମୁଖ୍ୟ ଷ୍ଟେପ କପି କରିଛନ୍ତି। ଏଥିରେ ସେ ପୁରା ସେହିଭଳି କରିଛନ୍ତି ଯେପରି ଚପଲ ବାହାରିଯାଉଛି। ସେ ପୁରା ସେହିଭଳି କରିଛନ୍ତି ଯେଉଁ ଭଳି ଫିଲ୍ମରେ ଅଲ୍ଲୁ ଅର୍ଜୁନ କରିଥିଲେ। ପ୍ରସଂସକ, କ୍ରିକେଟର ଓ ନିଜେ ଅଲ୍ଲୁ ଅର୍ଜୁନ ଏଥିରେ କମେଣ୍ଟ କରିଛନ୍ତି।
ଅଲ୍ଲୁ ଅର୍ଜୁନ କମେଣ୍ଟ କରିବା ପରେ ୱାରନର ତାଙ୍କୁ ଏକ ଡିମାଣ୍ଡ କରିଛନ୍ତି ଓ କମେଣ୍ଟର ଜବାବରେ ଲେଖିଛନ୍ତି,”ଆଗାମୀ ଥର ଯେବେ ମୁଁ ସହରରେ ଥିବି ଆପଣଙ୍କୁ ମତେ ଦେଖାଇବା ପଡିବ ଭାଇ ଅଲ୍ଲୁ ଅର୍ଜୁନ ସାମୀ ସାମୀ…ଆଗାମୀରେ ମତେ ସେଥିରେ ସାମିଲ ହେବାର ଅଛି”।
କହିରଖିବୁ ଅଳ୍ପଦିନ ତଳେ ଶେଷ ହୋଇଥିବା ଏସେଜ ସିରିଜରେ ୱାରନର ଶୀର୍ଷ କ୍ରମରେ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଆଇପିଏଲ ୨୦୨୨ରେ କୌଣସି ଟିମ ରିଟେନ କରିନାହିଁ। ସେ ଆଇପିଏଲ ୨୦୨୨ର ମେଗା ଅକ୍ସନରେ ସାମିଲ ହେବେ ବୋଲି ରିପୋର୍ଟରୁ ଜଣା ଯାଇଛି। ସେ ବିଶ୍ୱକପ ୨୦୨୧ରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।