ବ୍ୟୁରୋ ରିପୋର୍ଟ: ଆପଣ ପ୍ରାୟ ଜାଣିଥିବେ ଦକ୍ଷିଣ ଭାରତୀୟ ଫିଲ୍ମ ପୁରା ଭାରତରେ ଲୋକପ୍ରିୟ। ଏହାର କାରଣ ହେଉଛି ଅନେକ ଦକ୍ଷିଣ ଭାରତୀୟ ଆକ୍ଟର ଯେଉଁମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆପଣଙ୍କୁ କହିରଖିବି ଅଳ୍ପଦିନ ତଳେ ୧୭ ଡିସେମ୍ବର ୨୦୨୧ରେ ଦକ୍ଷିଣ ଭାରତର ଷ୍ଟାଇଲିସ ଆକ୍ଟର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ସୁପରହିଟ ଫିଲ୍ମ”ପୁଷ୍ପା ଦି ରାଇଜ” ରିଲିଜ ହୋଇଥିଲା।
ଏହି ଫିଲ୍ମଟି ବହୁତ ଲୋକପ୍ରିୟତା ହାସଲ କରିଛି ଆପଣମାନେ ଜାଣିଥିବେ। ଏହାକୁ ଏକା ବେଳେ ୩-୪ ପ୍ରକାର ଭାଷାରେ ରିଲିଜ ହୋଇଥିଲା। ଏହା ରିଲିଜ ସମୟରେ କରୋନା ମହାମାରୀ ବଢୁଥିବାରୁ ଏହା ଆଶା କରାଯାଇନଥିଲା କି ଏହାର ହିନ୍ଦୀ ଭର୍ସନ ଏହି ସମୟରେ ୧୦୦ କୋଟି କମାଇବ। କିନ୍ତୁ ଏହା ଏତେ ସୁପରହିଟ ହୋଇଥିଲାକି ଏହା ୭ ସପ୍ତାହରେ କେବଳ ହିନ୍ଦୀ ଭର୍ସନରେ ୧୦୦ କୋଟିରୁ ଅଧିକ କମାଇଛି ଓ ମୋଟ ୩୦୦ କୋଟିରୁ ଅଧିକ କମାଇସାରିଲାଣି। ଏହି ଫିଲ୍ମର କେବଳ ଗୋଟେ ଭାଗ ରିଲିଜ ହୋଇଛି ଓ ଏହାର ଦ୍ୱିତୀୟ ଭାଗର ସୁଟିଂ ଚାଲିଛି। ଏହି ଫିଲ୍ମର ଗୀତ ଓ ଡାଇଲଗ ବେସ୍ ଲୋକପ୍ରିୟତା ହାସଲ କରିଥିଲା।

ଏହି ଫିଲ୍ମ ଯେବେ ହିନ୍ଦୀ ଭାଷାରେ ରିଲିଜ ହେଲା ଏହା ପ୍ରଥମ ସପ୍ତାହରେ ୨୬.୯୦ କୋଟି, ଦ୍ୱିତୀୟ ସପ୍ତାହରେ ୧୯.୭୯କୋଟି, ତୃତୀୟ ସପ୍ତାହରର ୨୪.୨୪ କୋଟି, ଚତ୍ରୁର୍ଥ ସପ୍ତାହରେ ୧୨.୨୬ କୋଟି, ପଞ୍ଚମ ସପ୍ତାହରେ ୭.୦୮ କୋଟି, ଷଷ୍ଠ ସପ୍ତାହରେ ୬.୧୭ କୋଟିଟଙ୍କା ଓ ସପ୍ତମ ସପ୍ତାହରେ ୪.୪୧ କୋଟି ମାନେ ମୋଟ ୭ ସପ୍ତାହରେ ୧୦୦.୮୫ କୋଟି କମାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।