ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିଟି ଟେଷ୍ଟ ମ୍ୟାଚର ସିରିଜର ତୃତୀୟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଗୁରୁବାର(୨୬ ଫେବୁଆରୀ ୨୦୨୧) କୁ ଭାରତ ଏହି ଡେ ନାଇଟ ଟେଷ୍ଟକୁ ୧୦ ୱିକେଟରେ ନିଜ ନାମରେ କରିଦେଲା। ମ୍ୟାଚ ଦୁଇ ଦିନରେ ଶେଷ ହୋଇଗଲା। ଯାହା ପରେ ପୂର୍ବ ଖେଳାଳି ପିଚର ଆଲୋଚନା କଲେ। ହରଭଜନ ସିଂହ, ଯୁବରାଜ ସିଂହ ଓ ଭିଭିଏସ ଲକ୍ଷ୍ମଣଙ୍କ ସହିତ ଅନେକ ପୂର୍ଵ କ୍ରିକେଟର କହିଛନ୍ତି ଏହି ପିଚ ଟେଷ୍ଟ କ୍ରିକେଟ ପାଇଁ ସଠିକ ନୁହେଁ କିନ୍ତୁ ମହାନ ସୁନୀଲ ଗାଭାସ୍କରଙ୍କ ରାୟ ଏହାର ବିପରୀତ ରହିଥିଲା।

ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷଣ କରିଛନ୍ତି ,”ଏହି ପିଚ ଟେଷ୍ଟ ମ୍ୟାଚ ପାଇଁ ସଠିକ ନୁହେଁ। ଏପରିକି ଭାରତୀୟ ବ୍ୟାଟ୍ସମ୍ୟାନବି ଭଲ ବ୍ୟାଟିଙ୍ଗ କରିପାରିଲେ ନାହିଁ”।ଅନ୍ୟ ପଟେ ମହାନ ବ୍ୟାଟ୍ସମ୍ୟାନ ଗାଭାସ୍କର କହିଛନ୍ତିକି ବ୍ୟାଟ୍ସମ୍ୟାନ ବହୁତ ଖରାପ ଖେଳ ଦ୍ଵାରା ନିଜ ୱିକେଟ ହରାଇଲେ ଓ ସେଥିରୁ ଅଧେ ବ୍ୟାଟ୍ସମ୍ୟାନ ସିଧା ବଲରେ ଆଉଟ ହୋଇଗଲେ କିନ୍ତୁ ଭାରତ ପାଇଁ ୪୦୦ ୱିକେଟ ନେଇଥିବା ଲିଷ୍ଟରେ ଥିବା ହରଭଜନ କହିଛନ୍ତି ,”ଏହା ସଠିକ ପିଚ ନଥିଲା। ଯଦି ଇଂଲଣ୍ଡ ନିଜ ପ୍ରଥମ ପାରିରେ ୨୦୦ ରନ କରିଦେଇଥାନ୍ତା ତ ଭାରତ ମଧ୍ୟ ଅସୁବିଧା ଦେଇ ଗତି କରିଥାନ୍ତା କିନ୍ତୁ ଦୁଇ ଦଳ ପାଇଁ ପିଚ ସମାନ”।
ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକଲ ୱାନ ମଧ୍ୟ ପିଚ ଉପରେ ନିରାଶ ଦର୍ଶାଇଛନ୍ତି। ସେ ମଜାକ ଭଳି ଟ୍ୱିଟ କରିଛନ୍ତି,”ଯଦି ଏହି ଭଳି ପିଚ ପ୍ରସ୍ତୁତ କରାଯାଇଥାଏ ତ ମୋ ପାଖରେ ଉତ୍ତରକି ଏହା କିପରି କାମ କରିପାରିବ ଦୁହିଁଙ୍କୁ ତିନୋଟି ପାରି ଖେଳିବା ପାଇଁ ଦୁଇ”। ଯୁବରାଜ ସିଂହ ମଧ୍ୟ ପିଚର ଆଲୋଚନା କରିଛନ୍ତି କିନ୍ତୁ ଭାରତୀୟ ବୋଲରଙ୍କୁ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ କରିଛନ୍ତି,”ମ୍ୟାଚ ଦୁଇ ଦିନରେ ଶେଷହୋଇଗଲା ସେଥିପାଇଁ ଭଲ ଭାବରେ କହିପାରିବିନି କି ଏହି ପିଚ ଟେଷ୍ଟ ପାଇଁ ଉପଯୁକ୍ତ। ଯଦି ଅନୀଲ କୁମ୍ବଲେ ବା ହରଭଜନ ସିଂହ ଏହିପରି ପିଚରେ ବୋଲିଙ୍ଗ କରିଥାନ୍ତେ ତ ପକା ତାଙ୍କ ନାମରେ ୧୦୦୦ ବା ୮୦୦ ୱିକେଟ ହୋଇଥାନ୍ତା। ଅଶ୍ୱିନୀ ଓ ଇସାନ୍ତଙ୍କୁ ଶୁଭେଚ୍ଛା”।

ଇଂଲଣ୍ଡର ପୂର୍ବ କ୍ରିକେଟର ହିନ୍ଦୀରେ ଟ୍ୱିଟ କରିଛନ୍ତି,”ଗୋଟେ ମ୍ୟାଚ ପାଇଁ ଏପରି ପିଚ ଠିକ ଯେଉଁଠି ବ୍ୟାଟ୍ସମ୍ୟାନଙ୍କ ଟେକ୍ନିକର ପରୀକ୍ଷା ହୋଇଥାଏ କିନ୍ତୁ ଏହିପରି ଆଉ ପିଚ ଦେଖିବା ଉଚିତ ନୁହେଁ ଓ ମତେ ଲାଗୁଛି ଖେଳାଳି ମାନେ ମଧ୍ୟ ଏପରି ପିଚ ଆଉ ଚାହିଁବେନି। ବହୁତ ଭଲ ଇଣ୍ଡିଆ”।ଗାଭାସ୍କର କିନ୍ତୁ ଭାରତୀୟ ଟିମର ବିଜୟର ଶ୍ରେୟ ଭାରତୀୟ ସ୍ପିନର ଅକ୍ଷର ଓ ଅଶ୍ୱିନୀଙ୍କୁ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ,”ଏହି ପିଚରେ ରୋହିତ ଶର୍ମା ଓ କ୍ରାଉଁଲି ଅର୍ଦ୍ଧଶତକ ମାରିଲେ । ଇଂଲଣ୍ଡ ରନ କରିବାକୁ ପ୍ରୟାସ ନକରି ୱିକେଟ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା। ଅକ୍ଷର ପଟେଲଙ୍କୁ ଶ୍ରେୟ ଦେବା ଉଚିତ କି ଏହିପରି ଖାସ ବଲର ବ୍ୟବହାର କଲେ। ଅକ୍ଷର ଓ ଅଶ୍ୱିନୀଙ୍କ ଖେଳ ସୁନ୍ଦର ରହିଥିଲା”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।