ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ହରାଇଦେଇଛି। ଶୁକ୍ରବାରକୁ କେପଟାଉନରେ ହୋଇଥିବା ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ୭ ୱିକେଟରେ ହରାଇ ସିରିଜକୁ୨-୧ରେ ଜିତିଯାଇଛି।ଭାରତକୁ ଫେବୁଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ସହ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ଅଛି। ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏହି ସିରିଜ ପାଇଁ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କଥା କହିଛନ୍ତି। ଟିମ ଇଣ୍ଡିଆର ପ୍ରଦର୍ଶନ ଘରେ ଭଲରହିଛି। ବିଶ୍ୱ ଟେଷ୍ଟ ଚମ୍ପିୟାନସିପ କଥା କହିବା ତ ଶ୍ରୀଲଙ୍କା ଟିମ ନମ୍ବର ୧ରେ ଥିବା ବେଳେ ଭାରତୀୟ ଟିମ ନମ୍ବର ୫ରେ ଅଛି।ଭାରତୀୟ ଟିମ ଏବେ ପର୍ଯ୍ୟନ୍ତ ୯ ଟି ମ୍ୟାଚ ଖେଳିସାରିଲାଣି।

ସୁନୀଲ ଗାଭାସ୍କର ଷ୍ଟାର ସ୍ପୋର୍ଟସରେ କମେଟ୍ରି ସମୟରେ କହିଛନ୍ତି ଖରାପ ପ୍ରଦର୍ଶନ କରିଥିବା ରାହାଣେ ଓ ପୂଜାରାଙ୍କୁ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜରେ ବାହାର କରାଯିବା ଉଚିତ। ସେ କହିଛନ୍ତି,”ମତେ ଲାଗୁଛି ରାହାଣେ ବାହାର ହେବା ସହ ଶ୍ରେୟସ ଅୟରଙ୍କୁ ମଧ୍ୟ ମୌକା ମିଳିବ। ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟେଷ୍ଟରେ ନିଜକୁ ସାବ୍ୟସ୍ତ କରିଥିଲେ ଓ ପୁରା ସିରିଜରେ ଭଲ ପ୍ରଦର୍ଶନ କରିଥିଲେ”। କହିରଖିବୁକି ଅୟର ଡେବ୍ୟୁ ମ୍ୟାଚରେ ଶତକ ମାରିଥିଲେ।
ଅୟର ଓ ବିହାରୀଙ୍କୁ ମୌକା ମିଳିବା ଉଚିତ:
ପୂର୍ଵ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ମତେ ଲାଗୁଛିକି ରାହାଣେ ଓ ପୂଜାରାଙ୍କୁ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜରୁ ବାହାର କରିଦିଆଯିବ। ଶ୍ରେୟସ ଅୟରଙ୍କ ସହ ହନୁମା ବିହାରୀଙ୍କୁ ମୌକା ମିଳିବ। ସେ କହିଛନ୍ତି ବିହାରୀ ଓ ଅୟର ଦୁହେଁ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିପାରନ୍ତି। ବିହାରୀଙ୍କୁ ନମ୍ବର ୩ରେ ପୂଜାରାଙ୍କ ଜାଗାରେ ଓ ଅୟରଙ୍କୁ ନମ୍ବର ୫ରେ ରାହାଣେଙ୍କ ଜାଗାରେ ଖେଳିବା ଉଚିତ। ସେ କହିଛନ୍ତି ମୋ ହିସାବରେ ଦୁଇଟି ପରିବର୍ତ୍ତନ ଜରୁରୀ ହେବ।

ଦକ୍ଷିଣ ଆଫ୍ରିକା ସିରିଜର କଥା କହିବା ତ ପୂଜାରା ୬ ଟି ପାରିରେ ୨୧ର ଔସତରେ ୧୨୪ ରନ କରିଛନ୍ତି। ଗୋଟେ ମାତ୍ର ଅର୍ଦ୍ଧଶତକ ମାରିଛନ୍ତି। ସେହିପରି ରାହାଣେ ୬ ଟି ପାରିରେ ୨୩ ର ଔସତରେ ୧୩୬ କରିଛନ୍ତି ଓ ସେ ମଧ୍ୟ ଗୋଟେ ଅର୍ଦ୍ଧଶତକ ମାରିଛନ୍ତି। ଦୁହିଁଙ୍କ ପ୍ରଦର୍ଶନ ଉପରେ ଲମ୍ବା ସମୟରୁ ପ୍ରଶ୍ନ ଉଠୁଛି। ଏହି ସିରିଜରେ ଭାରତ ପଟୁ ସବୁଠୁ ଅଧିକ ରନ କେ ଏଲ ରାହୁଲ କରିଛନ୍ତି। ସେ ୬ ଟି ପାରିରେ ୩୮ର ଔସତରେ ୨୨୬ ରନ କରିଛନ୍ତି। ସେ ଗୋଟେ ଶତକ ଓ ଗୋଟେ ଅର୍ଦ୍ଧଶତକ ଲଗାଇଛନ୍ତି। ପନ୍ତ ମଧ୍ୟ ଶେଷ ଟେଷ୍ଟରେ ଶତକ ମାରିଥିଲେ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।