ବକ୍ସିଙ୍ଗ ଡେ ଟେଷ୍ଟ: ପ୍ରଥମ ଟେଷ୍ଟ ହାରିବା ପରେ ଏବେ ମେଲବର୍ଣ୍ଣରେ ହେବାକୁ ଥିବା ବକ୍ସିଙ୍ଗ ଡେ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗୁରୁବାର ଦିନ ଭାରତୀୟ ଦଳ କୁସ୍ତି ପରି ଟ୍ରେନିଂ କରୁଥିବାର ନଜର ଆସିଛନ୍ତି।

ଏଡ଼ିଲେଡ଼ରେ ଅତି ଖରାପ ପରିସ୍ଥିତି ହାରିବା ପରେ ଏବେ ମେଲବର୍ଣ୍ଣରେ ହେବାକୁ ଥିବା ବକ୍ସିଙ୍ଗ ଡେ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ କ୍ରିକେଟ ଟିମ ଗୁରୁବାରକୁ କୁସ୍ତି ଭଳି ଡ୍ରିଲରେ ଭାଗ ନେଇଥିଲେ ଯେଉଁଥିରେ ଗୋଟେ ଖେଳାଳୀ ଅନ୍ୟ ଖେଳାଳୀକୁ ହରାଇବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟ୍ରେନିଙ୍ଗ ପାଇଁ ନେଟରେ ସର୍ଵ ପ୍ରଥମେ ପହଁଚିଥିଲେ ଓ ସେ ଫିଟନେସ ପରୀକ୍ଷଣରେ ଯୋଗ ଦେଇଥିଲେ । ଜାଡେଜା ହାତରେ ବ୍ୟାଟ ଧରି ପଡିଆ ମଝିରେ ଦୌଡ଼ିଲେ। ଭାରତ ପକ୍ଷରୁ ୪୯ ଟେଷ୍ଟ ମ୍ୟାଚରେ ୨୧୩ ୱିକେଟ ଅକ୍ତିଆର କରିଥିବା ଜାଡେଜା ଓ ୧୮୬୯ ରନ କରିଥିବା ଜାଡେଜା ଅଷ୍ଟ୍ରେଲିଆ ସହ ପ୍ରଥମ ଟି-୨୦ରେ ମୁଣ୍ଡରେ ବଲ ବାଜିବା କାରଣରୁ ଆଘାତପ୍ରାପ୍ତ ହୋଇ ଶେଷ ଦୁଇଟି ଟି-୨୦ ଓ ପ୍ରଥମ ଟେଷ୍ଟ ଖେଳିପାରିନଥିଲେ।
ନଟରାଜନ ଉଡାଇଲେ ରାହାଣେ ଓ ପୂଜାରାଙ୍କ ହୋସ:
ଟି ନଟରାଜନ ନେଟରେ ଵୋଲିଙ୍ଗ କରି ପ୍ରଭାବିତ କରିଛନ୍ତି ଓ କାଯ୍ୟବାହକ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କୁ ଲଗାତର ଅସଫଳ କରିବାରେ ସଫଳ ରହିଛନ୍ତି। କହିରଖିବୁକି ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ନଟରାଜନ ଟେଷ୍ଟ ଟିମର ଅଂଶ ନୁହଁନ୍ତି ।ସେ କେବଳ ନେଟରେ ବ୍ୟାଟ୍ସମ୍ୟାନ ମାନଙ୍କୁ ଅଭ୍ୟାସ କରାଉଛନ୍ତି।

ପନ୍ତ ଓ ରାହୁଲ ବୁହାଇଲେ ଝାଳ:
ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ଜାଗା ସୃଷ୍ଟି କରିବାର ପୁରା ସମ୍ଭାବନା ଦେଖାଯାଉଥିବା ଲୋକେସ ରାହୁଲ ମଧ୍ୟ ନେଟରେ ଲମ୍ବା ସମୟ ବିତାଇଛନ୍ତି। ଏହା ସହ ପନ୍ତ ମଧ୍ୟ ଝାଳ ବୁହାଇଛନ୍ତି।ଅଳ୍ପ ବ୍ୟାୟାମ ପରେ ଯେବେ ଖେଳାଳି ନେଟରେ ଅଭ୍ୟାସରେ ବ୍ୟସ୍ତ ଥିଲେ ସେବେ ମୁଖ୍ୟ କୋଚ ରବି ଶାସ୍ତ୍ରୀ , ଵୋଲିଙ୍ଗ କୋଚ ଭରତ ଅରୁଣ, ଓ ବ୍ୟାଟ୍ସମ୍ୟାନ କୋଚ ବିକ୍ରମ ରାଥୋଡ଼ଙ୍କୁ ଅଭ୍ୟାସ ନୋଟ ବଦଳାଉଥିବା ଦେଖାଯାଇଛି। ସେ ରାହାଣେଙ୍କ ସହିତ ଲମ୍ବା ଚର୍ଚ୍ଚା କରିଛନ୍ତି ଯିଏକି ବିରାଟ କୋହଲିଙ୍କ ଅନୁପସ୍ଥିତରେ ବାକି ତିନୋଟି ଟେଷ୍ଟରେ ଅଧୁନାୟକତ୍ୱ ଦାୟିତ୍ୱ ନିର୍ବାହ କରିବେ। କୋହଲି ନିଜର ପ୍ରଥମ ପିଲା ଜନ୍ମ ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଶାସ୍ତ୍ରୀଙ୍କୁ ରାହୁଲଙ୍କ ନେଟ ଅଭ୍ୟାସ ପରେ ତାଙ୍କ ସହ କଥା ହେଉଥିବାର ଦେଖାଯାଇଛି। ଖରାପ ଫର୍ମ ଦେଇ ଗତି କରୁଥିବା ପୃଥୀ ସ୍ୱ ମଧ୍ୟ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ସହ ନେଟରେ ଅଭ୍ୟାସ କରୁଥିବା ଦେଖାଯାଇଛି।ମୁଖ୍ୟ କୋଚ ଜଷ୍ଟିନ ଲେଙ୍ଗରଙ୍କ ମାର୍ଗଦର୍ଶନରେ ଷ୍ଟିବ ସ୍ମିଥ ଓ ମାର୍ନସ ଲାବୁସେନଙ୍କ ଭଳି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଏମସିଜରେରେ ନେଟ ଅଭ୍ୟାସରେ ଭାଗ ନେଲେ।ଶ୍ରୀଲଙ୍କାର ପୂର୍ବ ଅଫ ସ୍ପିନର ସୁରଜ ରାଣଦୀପ ତାଙ୍କୁ ଵୋଲିଙ୍ଗ କରିବାର ନଜର ଆସିଥିଲେ। ଏଡ଼ିଲେଡ଼ରେ ପ୍ରଥମ ଡେ ନାଇଟ ଟେଷ୍ଟ ହାରିବା ପରେ ଇଣ୍ଡିଆ ଟିମ ଏହି ସିରିଜରେ ୦-୧ରେ ପଛରେ ଚାଲୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।