ଇଣ୍ଡିଆନ ପ୍ରିମିୟାର ଲିଗରେ ଆଗାମୀ ବର୍ଷ ନୂଆ ଟିମ ସାମିଲ ହେବାର କଥା ଚାରିଆଡେ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବ ଅଧିନାୟକ ରାହୁଲ ଦ୍ରାଭିଡ କହିଛନ୍ତି ଯେ ଆଇପିଏଲର ବିସ୍ତାର ପୁରା ପ୍ରସ୍ତୁତ ହୋଇ ରହିଛି। ଦ୍ରାଭିଡ ଆଇପିଏଲରେ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରାୟାଲସ ପକ୍ଷରୁ ଖେଳି ସାରିଛନ୍ତି ଓ ସେ ରାଜସ୍ଥାନ ରୟାଳସ ଛଡା ଦିଲ୍ଲୀ ଡେୟାରଡେଭିଲସ ଯାହା ଆଜି ଦିଲ୍ଲୀ କ୍ୟାପିଟାଲସ ନାମରେ ଜଣା ତାର ମଧ୍ୟ ମେଣ୍ଟର ରହି ସାରିଛନ୍ତି। ଦ୍ରାଭିଡ ରାଜସ୍ଥାନର ମାଲିକ ମନୋଜ ବଡାଲେ ଓ କ୍ରିକେଟର ପରେ ପ୍ରସାରଣ କର୍ତା ହୋଇଥିବା ସାଇମନ ହ୍ୟୁଜଙ୍କ ବହି ‘ଏ ନ୍ୟୁ ଇନିଂସ’ର ଭରଚୁଆଲ ଲଞ୍ଚ ମୌକାରେ ଏହି କଥା କହିଛନ୍ତି।

ବର୍ତ୍ତମାନ ଭାରତୀୟ କ୍ରିକେଟ ଏକାଡେମୀ (ଏନସିଏ) ନିର୍ଦେଶକ ରାହୁଲ ଦ୍ରାଭିଡ କହିଛନ୍ତି,”କ୍ରିକେଟ ପ୍ରତିଭା ଦୃଷ୍ଟିରୁ ଆମେ ବିସ୍ତାର ପାଇଁ ପ୍ରସ୍ତୁତ ଅଛୁ।ଭାରତରେ ବହୁତ ଯୁବ ପ୍ରତିଭାଶାଳୀ ଖେଳାଳି ଅଛନ୍ତି ଯିଏ ବଡ଼ ମୌକାର ଅନ୍ୱେଷଣରେ ଅଛନ୍ତି। ଆମେ ଏହା ଏହି ବର୍ଷ ଦେଖିଛୁ।ଯଦି ଆମେ ମୌକା ଦେବୁ ତ ବହୁତ ନୂଆ ଚେହେରା ଆସିପାରିବେ। “ଦ୍ରାଭିଡ ଆଇପିଏଲ ୧୩ ରେ ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଖୁବ ସନ୍ତୁଷ୍ଟ ହୋଇଛନ୍ତି।
ଦ୍ରାଭିଡ କହିଛନ୍ତି “କେତେ ଯୁବ ଖେଳାଳିଙ୍କୁ ଅନ୍ତିମ ୧୧ ରେ ଖେଳିବାର ମୌକା ମିଳୁନାହିଁ। ଆମେ ଆଇପିଏଲରେ କିଛି ଭାରତୀୟ ଯୁବ ପ୍ରତିଭାଶାଳୀ ଖେଳାଳି ଦେଖିଲୁ। ଅଣ୍ଡର ୧୯ ଟିମ ସହ ରହିବା ପରେ ଏହା ଦେଖିବା ବହୁତ ଶାନ୍ତି ଦିଏ କି ସେଠାରୁ କେତେକ ଖେଳାଳି ନିଜେ ନିଜକୁ ସ୍ଥାପିତ କରିଦିଅନ୍ତି କେବଳ ନିଜ ରାଜ୍ୟ ପାଇଁ ନୁହେଁ ଆଇପିଏଲ ପାଇଁ ମଧ୍ୟ।”

ଆଇପିଏଲ ଲିଗର ପ୍ଲାନ ମୁତାବକ ୨୦୦୮ ରୁ ଲିଗର ଆରମ୍ଭରୁ କିଛି ସଂସ୍କରଣ ପରେ ଲିଗ ଟିମ ସଂଖ୍ୟା ୧୦ ଥିଲା। ୨୦୧୧ ରେ ଟିମ ସଂଖ୍ୟା ୮ ରୁ ୧୦ ହେଲା କିନ୍ତୁ ୨୦୧୨,୨୦୧୩ ରେ ୯ ଟି ଟିମ ଖେଳିଲେ। ୨୦୧୪ ରୁ ଏପର୍ଯ୍ୟନ୍ତ ୮ ଟି ଟିମ ଖେଳି ଆସୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।