ରାଷ୍ଟ୍ରୀୟ କ୍ରିକେଟ ଏକାଡେମିରେ ଯୁବକ ପିଢ଼ିର ଟେଷ୍ଟ ଖେଳାଳି ମାଙ୍କୁ ପ୍ରସ୍ତୁତ କରାଯାଉଛି। ଏବେ ଆଶା କରାଯାଉଛିକି ଭାରତକୁ ଆଗାମୀ ଦୁଇଟି ଟେଷ୍ଟ ସିରିଜ ପାଇଁ ଏକ ଯୁବକ ଟେଷ୍ଟ ଖଳାଳୀଙ୍କୁ ଟିମରେ ସାମିଲ କରିପାରେ।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ବର୍ଡର ଗାଭସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ।ଏଡ଼ିଲେଡ଼ରେ ପ୍ରଥମ ଟେଷ୍ଟ ବହୁତ ଖରାପ ଭାବେ ହାରିବା ପରେ ବକ୍ସିଙ୍ଗ ଡେ ଟେଷ୍ଟରେ ଭାରତୀୟ ଚୂଡାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହା ସହିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମିରେ ଯୁବକ ପିଢ଼ିର ଟେଷ୍ଟ ଖେଳାଳି ମାନଙ୍କୁ ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମିରେ ବାମ ହାତୀ ବ୍ୟାଟ୍ସମ୍ୟାନ ଦେବଦତ ପଡିକଲଙ୍କୁ ପ୍ରସ୍ତୁତ କରାଯାଉଛି।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଏନସିଏରେ ଯୁବକ ପିଢ଼ିର ଟେଷ୍ଟ ଖେଳାଳି ମାନଙ୍କୁ ପ୍ରସ୍ତୁତ କରାଯାଉଛି।ଏବେ ଆଶା କରାଯାଉଛିକି ଭାରତକୁ ଆଗାମୀ ଦୁଇଟି ଟେଷ୍ଟ ସିରିଜ ପାଇଁ ଏକ ଯୁବକ ଟେଷ୍ଟ ଖେଳାଳୀଙ୍କୁ ଟିମରେ ସାମିଲ କରିପାରେ। ଅଷ୍ଟ୍ରେଲିଆ ସିରିଜରେ ଟିମ ପ୍ରବନ୍ଧନ ଆଗାମୀ ମ୍ୟାଚରେ ରିଷଭ ପନ୍ତଙ୍କୁ ଖେଳାଇପାରନ୍ତି। ପନ୍ତଙ୍କ ପ୍ରଦର୍ଶନ ଯଦି ଭଲ ରୁହେ ତାଙ୍କୁ ଆଗାମୀ ଇଂଲଣ୍ଡ ଘରୋଇ ଟେଷ୍ଟ ମ୍ୟାଚରେ ଜାଗା ମିଳିବା ନିଶ୍ଚିତ ଅଟେ। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲଙ୍କୁ ମଧ୍ୟ ଓପନର ବ୍ୟାଟ୍ସମ୍ୟାନ ରୂପରେ ମୌକା ମିଳିପାରେ।

ସୂତ୍ର ଅନୁସାରେ ଅଧିନାୟକ ବିରାଟ କୋହଲି ମଙ୍ଗଳବାରକୁ ଭାରତ ଫେରିବା ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ସହ କଥା ହୋଇଛନ୍ତି ଓ ଆଗାମୀ ବାକି ଥିବା ମ୍ୟାଚ ପାଇଁ ଖେଳାଳିମାନଙ୍କୁ ମୋଟୀଭେଟ କରିଛନ୍ତି। ଏହା ସହିତ ସୂତ୍ର ଅନୁସାରେ ବେଙ୍ଗଲୁରୁରେ ଏନସିଏ ଏକାଡ଼ମିରେ ବାମହାତୀ ଓପନର ଦେବଦତ ପଡିକଲଙ୍କୁ ପ୍ରସ୍ତୁତ କରାଯାଉଛି ବ୍ୟାକଅପ ଓପନର ପାଇଁ। ରାହୁଲ ଦ୍ରାଭିଡ ଏନସିଏର ପ୍ରମୁଖ ଅଟନ୍ତି। ସେଥିପାଇଁ ତାଙ୍କ ମାର୍ଗଦର୍ଶନରେ ଯୁବକ ଖେଳାଳି ମାନଙ୍କୁ ପ୍ରସ୍ତୁତ କରାଯାଉଛି।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୦ରେ ଆରୋନ ଫିଞ୍ଚଙ୍କ ସହିତ ଲଗାତର ଓପନର ପାର୍ଥିବ ପଟେଲଙ୍କ ଜାଗାରେ ଦେବଦତ ପଡିକାଲଙ୍କୁ ଖେଳିବାକୁ ମୌକା ଦେଇଥିଲେ। ସେ ଆରସିବିର ଆଶାକୁ ମଧ୍ୟ ସୁଚାର ରୂପେ ପୁରା କରିଥିଲେ। ସେ ଆରସିବି ପାଇଁ ଏକ ମଝବୁତ ସ୍ତମ୍ଭ ଭଳି ଠିଆ ହେଲେ। ପଡିକଲ ୧୫ ଟି ମ୍ୟାଚରେ ୩୧.୫୩ର ଔସତରେ ୧୨୪.୮୦ ର ଷ୍ଟାଇକରେଟରେ ୪୭୩ରନ କରିଥିଲେ। ଏଥିରେ ତାଙ୍କର ୫ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ଆଇପିଏଲରେ ତାଙ୍କର ସୁନ୍ଦର ପ୍ରଦର୍ଶନ ପରେ ତାଙ୍କ ଉପରେ ଅନେକ ଆଶା କରାଯାଇଛି।
କହିରଖିବୁକି ଅଷ୍ଟ୍ରେଲିଆ ସହ ଏଡ଼ିଲେଡ଼ ଟେଷ୍ଟରେ ଭାରତକୁ ଖରାପ ଅବସ୍ଥାରେ ହାରିବାକୁ ପଡିଲା। ପ୍ରଥମ ପାରିରେ ଲିଡ଼ ନେବାପରେ ମଧ୍ୟ ଦ୍ୱିତୀୟ ପାରିରେ ଭାରତ ମାତ୍ର ୩୬ ରନରେ ଅଟକିଯାଇଥିଲା। ଯାହା ପରେ ଭାରତକୁ ଡେ ନାଇଟ ଟେଷ୍ଟରେ ୮ ୱିକେଟରେ ପରାସ୍ତ ହେବାକୁ ପଡିଲା। ଭାରତର ଏହି ହାର ପରେ ବ୍ୟାଟ୍ସମ୍ୟାନ ମାନଙ୍କୁ ଅନେକ ଆଲୋଚନାର ସାମ୍ନା କରିବାକୁ ପଡିଲା। ଅନେକ କ୍ରିକେଟ ଏକ୍ସପଟ ମଧ୍ୟ ବ୍ୟାଟିଙ୍ଗ ଲାଇନଅଫକୁ ପ୍ରସଙ୍ଗ କରି ଅନେକ ପ୍ରତିକ୍ରିୟା ଦେଉଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।