ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ ରେ ଟେଷ୍ଟ ସିରିଜ ବିଜୟ ଲାଭ କରି ଚାରିଆଡୁ ସଲାମ ମିଳୁଛି। ଭାରତ ବହୁତ ସିନିୟର ଖେଳାଳିଙ୍କ ବିନା ଏହି ସିରିଜ ଜିତିଛି। ଶୁଭମାନ ଗିଲ,ଋଷଭ ପନ୍ତ,ସାର୍ଦ୍ହୁଲ ଠାକୁର,ୱାସିଂଟନ ସୁନ୍ଦର ଟେଷ୍ଟ ସିରିଜ ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଲିଭେଇଥିଲେ।ଟିମର ବିଜୟ ପରେ ପୂର୍ଵ କ୍ରିକେଟର ଓ ଏନସିଏ ଚିଫ ରାହୁଲ ଡ୍ରାଭିଡଙ୍କୁ ସୋସିଆଲ ମିଡିଆରେ ସମ୍ମାନ ମିଳୁଛି କାହିଁକିନା ସେ ଏହି ଯୁବ ଖେଳାଳିଙ୍କୁ ଇଣ୍ଟରନ୍ୟାସନାଲ ମ୍ୟାଚ ପାଇଁ ପ୍ରସ୍ତୁତ କରିଥିଲେ। ଏବେ ରାହୁଲ ଡ୍ରାଭିଡ ନିଜ କଥା ରଖିଛନ୍ତି।

ରାହୁଲ ଡ୍ରାଭିଡ ନିଜ ମହାନତା ଦେଖେଇ କହିଲେ କି,ଅଷ୍ଟ୍ରେଲିଆରେ ସଫଳତାର ଶ୍ରେୟ ତାଙ୍କୁ ବିନା କାରଣରେ ମିଳୁଛି। ରାହୁଲ ଇଣ୍ଡିଆନ ଏକ୍ସପ୍ରେସ ସହ କଥା ହୋଇ କହିଛନ୍ତି,”ହାହା ବିନା କାରଣରେ ଶ୍ରେୟ।ଯୁବ ଖେଳାଳି ପ୍ରଶଂସାର ପାତ୍ର”। ରାହୁଲ ଶ୍ରେୟ ନେବାକୁ ମନା କରିଦେଲେ ହେଲେ ଋଷଭ ପନ୍ତ,ହନୁମା ବିହାରୀ ଓ ଶୁଭମାନ ଗିଲ କହିଛନ୍ତି ତାଙ୍କ ସଫଳତାରେ ରାହୁଲ ଡ୍ରାଭିଡଙ୍କ ବଡ ହାତ ଅଛି।
ରାହୁଲ ଡ୍ରାଭିଡ ଖେଳାଳିଙ୍କ ସ୍ତର ବଢ଼େଇଛନ୍ତି:ଯତୀନ ପରାଜପେ: ପୂର୍ଵ ସିଲେକ୍ଟର ଯତୀନ ପରାଜପେ ଇଣ୍ଡିଆନ ଏକ୍ସପ୍ରେସ ସହ କଥା ହୋଇ କହିଛନ୍ତି କି ,”ଦ୍ରାଭିଡ ଯୁବ ଖେଳାଳି ମାନଙ୍କୁ କିଛି ମୁଖ୍ୟ ଟିପ୍ସ ଦେଇଥିଲେ ଯାହା ଫଳରେ ତାଙ୍କର ସ୍ତର ବଢିଛି। “ରାହୁଲ ଦ୍ରାଭିଡ ତାଙ୍କ ବେଶ ଠିକ କରିଛନ୍ତି ଓ ଏହାପରେ ସେ ରବି ଶାସ୍ତ୍ରୀଙ୍କ ପାଖକୁ ଗଲେ,ଯାହା ଫଳରେ ତାଙ୍କୁ ବହୁତ ଫାଇଦା ମିଳିଲା।”
ପରାଜପେ କହିଲେ,”ଏହି ଗସ୍ତ ପୂର୍ବରୁ ଦ୍ରାଭିଡ ଭାରତୀୟ ଟିମର ସ୍ପୋର୍ଟସ ଷ୍ଟାଫ,ଇଣ୍ଡିଆ ଏ ,ଅଣ୍ଡର ୧୯,ଚୟନକର୍ତା ସମେତ ରାହୁଲ ଦ୍ରାଭିଡ ଚର୍ଚ୍ଚା କରନ୍ତି କି ତାଙ୍କୁ କେଉଁ ଖେଳାଳିଙ୍କ ଉପରେ ଧ୍ୟାନ ଦେବାକୁ ହେବ। ଇଣ୍ଡିଆ ଏ ଟିମରେ ରଣଜୀ ଟ୍ରଫିରେ ପ୍ରଦର୍ଶନକୁ ଦେଖି ସିଲେକ୍ସନ ହୁଏ।ମୟଙ୍କ ଅଗ୍ରୱାଲ ଓ ହନୁମା ବିହାରୀଙ୍କୁ ସେଥିରୁ ସିଲେକ୍ସନ ହୋଇଥିଲା। ଏ ଟିମ ପାଖରେ ଯଦି ରାହୁଲ ଦ୍ରାଭିଡଙ୍କ ଭଳି କୋଚ୍ ରହିବେ ତେବେ ୟା ଠାରୁ ଭଲ ଆଉ କଣ ହୋଇପାରେ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।