ରାହୁଲ ଦ୍ରାଭିଡ଼ଙ୍କ ପାଇଁ ଅଶୁବିଧା ସୃଷ୍ଟି କରିଥିଲେ ଏହି ମହିଳା ପ୍ରଶଂସକ, ସମ୍ପୂର୍ଣ୍ଣ ଖବର ଜାଣିଲେ ଉଡିଯିବ ହୋସ।

ରାହୁଲ ଦ୍ରାଭିଡ଼ଙ୍କୁ ଭାରତର ସବୁଠୁ ଶାନ୍ତ ଓ ଧର୍ଯ୍ୟବାନ ଖେଳାଳି ମାନଙ୍କ ମଧ୍ୟରେ ସାମିଲ କରାଯାଇଛି। ତାଙ୍କୁ ବହୁତ କମ ମୌକାରେ ରାଗରେ ଦେଖାଯାଇଛି। ସେଥିପାଇଁ ପ୍ରଶଂସକ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି। ଭାରତରେ କ୍ରିକେଟରଙ୍କୁ ପ୍ରସଂସକ ବହୁତ ପସନ୍ଦ କରିଥାନ୍ତି। ତାଙ୍କୁ ପୂଜା ମଧ୍ୟ କରିଥାନ୍ତି କିନ୍ତୁ କିଛି କିଛି ପ୍ରଶଂସକ ଆବଶ୍ୟକତାଠୁ ଅଧିକ କାର୍ଯ୍ୟ କରିବାକୁ ଲାଗିଥାନ୍ତି ଯାହା କ୍ରିକେଟରଙ୍କୁ ଅଶୁବିଧାରେ ପକାଇଥାଏ। ଦ୍ରାଭିଡ଼ଙ୍କ ସହିତ ମଧ୍ୟ ଥରେ ଏପରି ହୋଇଥିଲା। ଏହା ବିଷୟରେ ସେ ଏକ ଇଣ୍ଟରଭିଉରେ କହିଛନ୍ତି।

Google

ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ଦ୍ରାଭିଡ ଭିଉ ଇଣ୍ଡିଆ ୟୁଟୁବ ଚ୍ୟାନେଲର ଶୋ ,”ୱାଟ ଦି ଡ଼କ”ପାଇଁ ବିକ୍ରମ ସାଠୟେଙ୍କୁ ଦେଇଥିବା ଇଣ୍ଟରଭିଉରେ ଏହା ବିଷୟରେ ବିସ୍ତାରରେ କହିଥିଲେ। ଦ୍ରାଭିଡ କହିଛନ୍ତି,”ମୁଁ ବହୁତ ଲମ୍ବା ଗ୍ରସ୍ତ ପରେ ଘରକୁ ଫେରୁଥିଲି। ସକାଳୁ ସକାଳୁ ଆସିବା ପରେ ଖରାବେଳେ ସୋଇପଡିଥିଲି। ସନ୍ଧ୍ୟାବେଳେ ନିଦ ଭାଙ୍ଗିଲା ତ ମା କହିଲା ଜଣେ ପ୍ରଶଂସକ ତୁମକୁ ଅପେକ୍ଷା କରିଛନ୍ତି।ସେ ଅନେକ ଘଣ୍ଟାରୁ ମୋର ଅପେକ୍ଷା କରିଥିଲେ। ବାହାରେ ଥିଲେ ତ ମୋର ବାପା ମା ତାଙ୍କୁ ଭିତରକୁ ଡାକି ଚାହା କଫି ପିଆଇଥିଲେ। ସେ ଘରେ ବସି ମୋର ଅପେକ୍ଷା କରିଥିଲେ”।

ଦ୍ରାଭିଡ ଆଗକୁ କହିଛନ୍ତି,”ମତେ ଲାଗୁଥିଲା କି ମର୍ମାଲ ଅଟୋଗ୍ରାଫ ବା ଫଟୋଗ୍ରାଫ ଦେବାକୁ ହେବ। ପ୍ରାୟତଃ ଏପରି ହୋଇଥାଏ। ମୁଁ ସେଠାକୁ ଗଲି ତାଙ୍କୁ ଅଟୋଗ୍ରାଫ ଓ ଫଟୋଗ୍ରାଫ ଦେଲି। ମୁଁ ତାଙ୍କୁ ପଚାରିଲି କିପରି ଅଛ?ଆପଣ ହାଇଦ୍ରାବାଦରୁ ଆସିଛନ୍ତି। ଏହା ପରେ ସେ ଘରକୁ ଯିବାକୁ ମନା କଲେ। କହିଲେ ମୁଁ ହାଇଦ୍ରାବାଦରୁ ଘର ପରିବାର ଛାଡିକି ଆସିଛି। ମୁଁ ଏଠାକୁ ଆପଣଙ୍କ ସହ ରହିବା ପାଇଁ ଆସିଛି।ମୁଁ ଏଠାରୁ ଯିବିନାହିଁ। ମୁଁ କହିଲି ତୁମର କହିବାର ଅର୍ଥ କଣ?ଏହା କିପରି ଭାବେ ସମ୍ଭବପର ଅଟେ?”।

Google

ଦ୍ରାଭିଡ କହିଛନ୍ତି,” ଏହା ପରେ ମୋର ବାପା ମା ସେଠାକୁ ଆସିଲେ ଓ ତାଙ୍କୁ ଏହା ସବୁ ଜଣାପଡିଲା। ଆମେ ପୋଲିସକୁ ଡାକିଲୁ କାରଣ ସେ ଯିବନାହିଁ ଵୋଲି ଧମକ ଦେଉଥିଲା। ଏହା ପରେ ସବୁ ଶାନ୍ତ ହେଲା। ଆମ ତାର ପରିବାର ଲୋକଙ୍କୁ ଫୋନ କଲୁ। ଶେଷରେ ସେ ଚାଲିଗଲା।ଏହା ମୋର ବାପା ମା ଙ୍କ ପାଇଁ ମଧ୍ୟ ଗୋଟେ ଶିଖିବାର ଥିଲା କି କାହାକୁବି ଏପରି ଘରକୁ ଆଣିବା ଠିକ ନୁହେଁ। ଏହାବି ଏକ ଭଲ ଅନୁଭବ। ଫ୍ୟାନ ଫଲୋଇଙ୍ଗ ସମସ୍ତଙ୍କୁ ଭଲ ଲାଗିଥାଏ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *