ଏଥର ରଜରେ ହୋଇପାରେ ଜବର ବର୍ଷା। ପାଣିପାଗ ବିଭାଗର ଆକଳନ।

ଅଳ୍ପ ଦିନ ତଳେ ୟାସ ଯାଇଛି। ଯାହାର ପ୍ରଭାବରେ ଏଥର ମୌସୁମୀ ଓଡିଶାକୁ ବହୁତ ଶୀଘ୍ର ଆସିବ। ଆପଣଙ୍କୁ କହିରଖିବୁ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଯାହାର କାରଣରୁ ୧ ଜୁନରୁ କେରଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ଜଣା ଯାଇଛି। ଏହା ସହ ୩ ମଧ୍ୟରେ ମୌସୁମୀ କେରଳ ଛୁଇଁସାରିଥିବ ବୋଲି ପାଣିପାଗ ବିଭାଗ କାହିଛି। ଆପଣଙ୍କୁ କହିରଖିବୁ ପୂର୍ବରୁ ଅନୁମାନ କରାଯାଇଥିଲାଲି ମୌସୁମୀ ବାୟୁ ମଇ ଶେଷରେ ବା ୩୧ ମଧ୍ୟରେ କେରଳ ଛୁଇଁବ କିନ୍ତୁ ଏହା ଅଳ୍ପ ଧିମା ହୋଇଯାଇଛି ଯାହା ଫଳରେ ଏହା ଜୁନ ପ୍ରଥମ ସପ୍ତାହ ମଧ୍ୟରେ କେରଳ ଛୁଇଁବ। ଯଦି ଏହା ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁବ ତେବେ ଏହାକୁ ଓଡିଶାକୁ ଆସିବାକୁ ପ୍ରାୟତଃ ୧୦-୧୧ ଦିନ ଲାଗିବ। ଏହାର ଅର୍ଥ ରଜ ମଧ୍ୟରେ ମୌସୁମୀ ବାୟୁ ଓଡିଶା ଛୁଇଁବ ଯାହା ଦ୍ୱାରା ଏ ବର୍ଷ ରଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Google

ଆପଣଙ୍କୁ କହିରଖିବୁ ପାଣିପାଗ ବିଭାଗର କହିବା ଅନୁସାରେ ଏବେଠୁ ଖରା ଅଧିକ ହେବ ନାହିଁ କିନ୍ତୁ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ଜାରିରହିବ ଓ ଅପରାହ୍ନରେ ଅନେକ ସ୍ଥାନରେ କାଳବୈଶାଖୀ କାରଣରୁ ଘଡ଼ଘଡି ସହ ଅଳ୍ପ ବର୍ଷା ହୋଇପାରେ। ପାଣିପାଗର ମିଳିଥିବା ରିପୋର୍ଟ ଅନୁସାରେ ବାଲେଶ୍ଵର, ମୟୁରଭଞ୍ଜ, ଗଞ୍ଜାମ, ରାୟଗଡ଼ା, ଗଜପତି,ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ କାରଣରୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଜୁନ୍‌ ୧ ତାରିଖ ଆଡ଼କୁ ବୌଦ୍ଧ, କନ୍ଧମାଳ , ଗଜପତି,ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୋନପୁର, କୋଟାପୁଟ,ଗଞ୍ଜାମ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଏଥିପାଇଁ ଆଗାମୀ ୩-୪ ଦିନ ପାଇଁ ପାଣିପାଗ ବିଭାଗ ଏହି ସବୁ ଜିଲ୍ଲା ପାଇଁ ୱେଲୋ ୱାରଣିଙ୍ଗ ଜାରିକରିଛି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *