ପାଣିପାଗ ବିଭାଗର ସତର୍କ ସୂଚନା, କାଲିଠୁ ପ୍ରବଳ ବର୍ଷିବ ବର୍ଷା

ବର୍ତ୍ତମାନ ମୌସୁମୀ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଗତ ଦୁଇ ଦିନ ଅନେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିଲା। ଆପଣଙ୍କୁ କହିରଖିବୁ ପୂର୍ଵ ୨୪ ଘଣ୍ଟାରେ ଓଡିଶାର ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ବର୍ଷା ହୋଇଛି ଓ ସବୁଠୁ ଅଧିକ ହୋଇଛି ୬୭.୦୦ ନୀଳଗିରିରେ। ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ ଏବେ କେବଳ ଦୁଇଦିନ ପାଗ ଟିକେ ଭଲ ରହିଥିଲା କିନ୍ତୁ ଆସନ୍ତା ୨୧ ତାରିଖରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରିକରିଛି।

Google

ବର୍ତ୍ତମାନ ପଶ୍ଚିମବଙ୍ଗରେ ଥିବା ଲଘୁଚାପ ଏବେ ଘନୀଭୁତ ହେବା ଦ୍ଵାରା ଓଡିଶାରେ ଏହାର ପ୍ରଭାବ ଦ୍ଵାରା ଆସନ୍ତା ୨୧ରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ ସ୍ୱଳ୍ପ ବର୍ଷା ହେବା ସହ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୨୪ ଘଣ୍ଟା ପାଗ ଶୁଖିଲା ରହିବ କିନ୍ତୁ ୨୧ ତାରିଖରୁ ବର୍ଷାର ପ୍ରଭାବ ବଢିବ ବୋଲି ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି।

B୨୧ ତାରିଖରେ ଓଡିଶାର କେନ୍ଦୁଝର,କଳାହାଣ୍ଡି, ମୟୁରଭଞ୍ଜ, କନ୍ଧମାଳ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ। ସେହିପରି ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,ବରଗଡ଼, ବଲାଙ୍ଗୀର,ବାଲେଶ୍ଵର, ମୟୁରଭଞ୍ଜ, ନୂଆପଡା ଜିଲ୍ଲାରେ ଅଳ୍ପ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ୨୧ ତାରିଖ ଅପେକ୍ଷା ୨୨ ତାରିଖରେ ବର୍ଷାର ପରିମାଣ ଅଧିକ ବଢିବ ଓଡିଶାର ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ,କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ଜାରି ରହିବ।

Google

ଏହାର ପ୍ରଭାବରେ ବଙ୍ଗପୋସାଗରରେ ପବନର ବେଗ ଅଧିକ ରହିବ ତେଣୁ ମାଛଧରାଳି ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହି ସମୟରେ ସମୁଦ୍ରରେ ୪୦-୫୦ କିଲୋମିଟର ବେଗରେ ପବନର ବେଗ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଆସନ୍ତା ୧୯-୨୨ ତାରିଖ ପର୍ଯ୍ୟନ୍ତ ମାଛଧରାଳିଙ୍କୁ ସମୁଦ୍ରକୁ ଯିବାକୁ ମନାକରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *