ପାଣିପାଗ ବିଭାଗର ସତର୍କ ସୂଚନା, କାଳବୈଶାଖୀ କାରଣରୁ ଏହି ୧୦ ଜିଲ୍ଲାକୁ ୱାର୍ନିଂ

ବ୍ୟୁରୋ ନ୍ୟୁଜ: ପୁଣି ରାଜ୍ୟରେ ହେବ ବର୍ଷା,ଏହାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। କହିରଖିବୁ ପାଣିବାଗ ବିଭାଗ କାଳବୈଶାଖୀ କାରଣରୁ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାନିଙ୍ଗ ଜାରିକରିଥିଲା। ସେହି ୧୦ ଟି ଜିଲ୍ଲା ହେଉଛି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର,ମୟୁରଭଞ୍ଜ,ନବରଙ୍ଗପୁର,ନୂଆପଡା ,କେନ୍ଦୁଝର,ଦେବଗଡ଼, ଅନୁଗୁଳ। ଏହା ପରେ ପାଣିପାଗ ବିଭାଗର ସୂଚନା ଅନୁସାରେ ୧୨ ତାରିଖ ବୁଧବାର ମଧ୍ୟ ଦେବଗଡ଼, ସୁନ୍ଦରଗଡ,ବରଗଡ଼, ଝାଡ଼ସୁଗୁଡା,ବୌଦ୍ଧ, କଳାହାଣ୍ଡି,ବଲାଙ୍ଗୀର ଓ ସୁବର୍ଣ୍ଣପୂରର କିଛି ସ୍ଥାନରେ ମଧ୍ୟ କାଳବୈଶାଖୀ ପାଇଁ ବର୍ଷାର ସମ୍ଭାବନା ରହିଛି।

କହିରଖିବୁ ବର୍ଷ ୨୦୨୧ରେ ମଧ୍ୟ ଆରମ୍ଭରୁ ବର୍ଷାର ଅଭାବ ରାଜ୍ୟରେ ଦେଖାଯାଇଥିଲା। ଏହା ପରେ ଗୋଟେ ପରେ ଗୋଟେ ଲଘୁଚାପ ହୋଇଚାଲିଥିଲା ଯାହା ଦ୍ୱାରା ଆବଶ୍ୟକତା ଠୁ ମଧ୍ୟ ଅଧିକ ବର୍ଷା ହେବା ଦ୍ଵାରା ଲୋକ ଅନେକ ଅସୁବିଧାର ସାମ୍ମା କରିଥିଲେ। ଚାଷ ସମୟରେ ଅନେକ ଫସଲ ନଷ୍ଟ ହୋଇଥିଲା। ଚାଷୀ ଭାଇ ବହୁତ କଷ୍ଟରେ ଯେଉଁ ଧାନ ବଞ୍ଚାଇରଖିଥିଲା ସେହି ଧାନକୁ ଅମଳ କରିବାର ସମୟ ଏହା ମଧ୍ୟରେ ପୁଣି ବର୍ଷା ଆସିବାର ଖବର ଚିନ୍ତାର ବିଷୟ।

Google

ପାଣିପାଗ ବିଭାଗ କୃଷକ ମାନଙ୍କୁ ସଚେତନ କରାଇଛନ୍ତି କି ଫସଲକୁ ଯଥା ସମ୍ଭବ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହା ସହ ପାଣିପାଗ ବିଭାଗ ଯେଉଁ ସବୁ ଜିଲ୍ଲା ପାଇଁ ୟେଲୋ ୱାରନିଙ୍ଗ ଜାରି କରିଛନ୍ତି ସେହି ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଧାନ ସବୁ ମଣ୍ଡିପାଇଁ ଖୋଲା ଆକାଶ ତଳେ ରହିଥିବାରୁ ତାକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କୁହାଯାଇଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *