ପାଣିପାଗ ବିଭାଗ ଏହି ୭ ଜିଲ୍ଲା ପାଇଁ ଜାରି କଲେ ୟେଲୋ ୱାରନିଙ୍ଗ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଅଛି ସାମିଲ

ବ୍ୟୁରୋ ରିପୋର୍ଟ : କେତେଦିନ ହେବ ଆଉ ଋତୁ ଅନୁସାରେ ଏତେ ବର୍ଷା ହେଉନାହିଁ ଯାହା ଚିନ୍ତାର କାରଣ ପାଲଟିଛି। କାରଣ ଧାନ ରୁଆବେଳେ ବର୍ଷାର ଅଭାବରୁ ପାଣି ବୁହାଯାଇ ଧାନ ରୁଆ ହୋଇଥିଲା। ଏବେ ଆବଶ୍ୟକ ନଥାଇ ବର୍ଷା ହେବା ଦ୍ଵାରା ଚାଷୀ ଭାଇ ମୁଣ୍ଡରେ ଚଡ଼କ ପଡିଛି। ମାସେ ତଳେ ଅଦିନିଆ ବର୍ଷା ଅତ୍ୟଧିକ ହେବା ଦ୍ଵାରା ଅନେକ ପରିମାଣର ଫସଲ ନଷ୍ଟ ହୋଇଥିଲା। ଏବେ ଫସଲର ଅମଳ ସମୟ ଯାହା ଅଳ୍ପ ଫସଲ ଚାଷୀ ଭାଇ ବଞ୍ଚାଇଥିଲା ପୁଣି ବର୍ଷା ଯୋଗୁଁ ତାହା ପୁଣି କିପରି ଅମଳ ହେବ ଏହା ନେଇ ଚାଷୀ ଭାଇ ମୁଣ୍ଡରେ ଚିନ୍ତା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Google

ଆପଣମାନେ ଜାଣିଥିବେ ଏହି ସମୟରେ ଓଡିଶାରେ ପ୍ରାୟତଃ ଧାନ ଅମଳ ହୋଇଥାଏ। ଏହି ଜାନୁଆରୀ ମାସରେ ବର୍ଷା ହୋଇଥାଏ କିନ୍ତୁ ଏବେ ଅଦିନରେ ବର୍ଷା ସବୁ କିଛି ବର୍ବାଦ କରିଦେଉଛି।ଗତ ଦୁଇ ଦିନ ଧରି ରାଜ୍ୟର ଭିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ରେକର୍ଡ ଅନୁସାରେ ଗତ ଦୁଇ ଦିନରେ ବଲାଙ୍ଗୀରରେ ୬୫ ମିଲିମିଟର, କନ୍ଧମାଳରେ ୭୨.୪ ମିଲିମିଟର,ନବରଙ୍ଗପୁରରେ ୬୫ ମିଲିମିଟର,ଝାଡ଼ସୁଗୁଡାରେ ୫୪ ମିଲିମିଟର,ନୂଆପଡାରେ ୫୬.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ଦୁଇ ଦିନ ହେବ ନବରଙ୍ଗପୁର, ନୂଆପଡ଼ା, ଅନୁଗୁଳ, ବରଗଡ଼, ବଲାଙ୍ଗୀର, କଟକ, ଦେବଗଡ଼, ଗଞ୍ଜାମ, ଖୋର୍ଦ୍ଧା,ସମ୍ବଲପୁର, କୋରାପୁଟ,ସୁନ୍ଦରଗଡ, ବଲାଙ୍ଗୀର,କନ୍ଧମାଳ, ଝାଡ଼ସୁଗୁଡା,ଓ କଳାହାଣ୍ଡି ଜିଲ୍ଲାର ପ୍ରବଳ ବର୍ଷା ଲାଗିରହିଛି। ସେହିପରି ନବରଙ୍ଗପୁରର ଜିଲ୍ଲାରେ ବର୍ଷା ସହ ଅତ୍ୟାଧିକ କୁଆପଥର ପଡିବା ଦ୍ଵାରା ଅନେକ ଫସଲ ବହୁତ ପରିମାଣର କ୍ଷତିଗ୍ରସ୍ତ ହୋଇଛି।

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ମଣ୍ଡି ଖୋଲିଥିବାରୁ ହଜାର ହଜାର ବସ୍ତା ଧାନ ବାହାରେ ପଡିଛି। ଅଦିନିଆ ବର୍ଷା ହେବା ଦ୍ଵାରା ଲୋକ ବର୍ଷକର ଆହାରକୁ କିପରି ସୁରକ୍ଷିତ ରଖିବେ ତାହା ନେଇ ବେସ୍ତ ହେଉଛନ୍ତି। ପାଣିପାଗ ବିଭାଗର ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,”ଗୁରୁବାର ଦିନ ମଧ୍ୟ ମଧ୍ୟାହ୍ନରୁ ରାଜ୍ୟରେ ଅନେକ ଅଞ୍ଚଳରେ ବର୍ଷା ହେବ। ଏହା ପରେ ଶୁକ୍ରବାରଦିନ ଖାସ କରି ସମ୍ବଲପୁର, ଦେବଗଡ, ବରଗଡ଼, ସୁନ୍ଦରଗଡ ଓ ଝାଡ଼ସୁଗୁଡାରେ ବର୍ଷାର ପରିମାଣ ଅଧିକ ରହିବ”। ପାଣିପାଗ ବିଭାଗ ଗୁରୁବାରକୁ କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ,ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେୟୋ ୱାରନିଙ୍ଗ ଜାରିକରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *