ପାଣିପାଗ ବିଭାଗର ସତର୍କ ସୂଚନା,ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀ ଚାଲିଛି ଏହା ମଧ୍ୟରେ ସରକାର ମଧ୍ୟ ଦେଶରେ ଟୀକାକରଣ ଜୋରସୋର କରିଛନ୍ତି। ରାଜ୍ୟରେ ମଧ୍ୟ ଧୀରେ ଧୀରେ ପ୍ରଭାବ କମିବାରେ ଲାଗିଛି। ଏହା ମଧ୍ୟରେ ଓଡିଶା ଛୁଇଁ ସାରିଛି ମୌସୁମି ଓ ଏହାର ପ୍ରଭାବରେ ଗତ କିଛି ଦିନ ହେବ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଅନେକ ଜାଗାରେ ଘଡଘଡି ସହ ବର୍ଷା ମଧ୍ୟ ହେଉଛି। ଏହା ସହ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Google

ଆପଣଙ୍କୁ କହିରଖିବୁ ପାଣିପାଗ ବିଭାଗ କିଛି ଜିଲ୍ଲା ପାଇଁ ୟେଲୋ ୱାନିଙ୍ଗ ଜାରିକରିଛି ସେଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ, ସୁନ୍ଦରଗଡ଼,ପୁରୀ, ମାଲକାନଗିରି,ଗଞ୍ଜାମ, କୋରାପୁଟ,ଖୋର୍ଦ୍ଧା। ସେହିପରି ଆଗାମୀ ୨୪ ଘଣ୍ଟାରେ ଘଡଘଡି ସହ ବଜ୍ରପାତ ମଧ୍ୟ କିଛି ଜିଲ୍ଲାରେ ହେବାକୁ ଥିବାରୁ ସେଠାରେ ମଧ୍ୟ ୟେଲୋ ୱାର୍ଣ୍ଣି ଜାରିହୋଇଛି ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ସମ୍ବଲପୁର, ବାଲେଶ୍ଵର,କୋରାପୁଟ, ଯାଜପୁର,ମାଲକାନଗିରି, ଭଦ୍ରକ,ଗଞ୍ଜାମ, ଖୋର୍ଦ୍ଧା,ବରଗଡ଼,ଗଜପତି, ନୟାଗଡ଼।

ଏହା ଛଡା ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୪ ତାରିଖରୁ ବର୍ଷର ପ୍ରଭାବ ଜାରିରହିବ ଓ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେର ସବୁଠୁ ଅଧିକ ତାପମାତ୍ରା ଥିବା ସହର ୩୭.୦ ଡିଗ୍ରୀ ସହ ନୟାଗଡ଼ ଥିବାବେଳେ ୧୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ତଳେ ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *