ଆଇପିଏଲ ୨୦୨୦ ଛାଡିକି ଭାରତ ଫେରିବାକୁ ନେଇ ସୁରେଶ ରାଇନା ଦେଲେ ବଡ଼ ବୟାନ।

ସୁରେଶ ରାଇନା ଆଇପିଏଲର ୧୩ ତମ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗସ ସହ ୟୁଏଇ ପହଁଚିଯାଇଥିଲେ କିନ୍ତୁ ଅଚାନକ ଭାରତ ଫେରି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ।

Google

ଆଇପିଏଲ ଆରମ୍ଭ ହେବାର ଅଳ୍ପ ଦିନ ପୂର୍ବରୁ ସୁରେଶ ରାଇନା ଚେନ୍ନାଇ ଟିମ ଛାଡି ଭାରତ ଫେରିଆସିଥିଲେ।ଆଇପିଏଲର ୧୩ ତମ ସିଜନ ପାଇଁ ୟୁଏଇ ଯିବା ପୂର୍ବରୁ ସୁରେଶ ରାଇନା ଅଗଷ୍ଟ ୧୫ ଦିନ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ। ଏହା ପରେ ସେ ୟୁଏଇକୁ ଯାଇଥିଲେ।କିନ୍ତୁ ପରେ ଟିମରେ କରୋନା ମାମଲା ବାହାରିବା ପରେ ସେ ଭାରତ ଫେରିଆସିଥିଲେ।

ରାଇନାଙ୍କ ଏହି ଫଇସଲା ପାଇଁ ଏନ ଶ୍ରୀନିବାସନ ବହୁତ ନିରାଶ ହୋଇଥିଲେ ଓ ସେ ବହୁତ ବୋଲ୍ଡ ବୟାନ ଦେଇଥିଲେ। ରାଇନାଙ୍କ ଏହି ଫଇସଲା ଉପରେ ଅନେକ ପ୍ରଶ୍ନ ଉଠାଯାଇଥିଲା। ଅନେକ ପ୍ରକାର ଦୋଷ ଲଗାଯାଉଥିଲା। ଏହା ପରେ ଏବେ ପ୍ରଥମ ଥର ରାଇନା ଏହା ଉପରେ ଖୋଲିକି ରାୟ ଦେଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ସହ କଥା ହୋଇ ରାଇନା କହିଛନ୍ତି ଘରକୁ ଫେରିଆସିବା ଫଇସଲା ନେଇ ତାଙ୍କ କୌଣସି ଅନୁତାପ ନାହିଁ।

ରାଇନା ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାରତ ଫେରିବା ପରେ ଏହା କୁହାଯାଉଥିଲାକି ସେ ହୋଟେଲରେ ନିଜ ରୂମ ନେଇ ଖୁସିନଥିଲେ ତାଙ୍କୁ ବାଲକୋନି ଵାଲା ରୂପ ଦରକାର ଥିଲା। ରାଇନା ଚେନ୍ନାଇ ସୁପର କିଙ୍ଗସ ପାଇଁ ୩୩.୨୮ ଔସତରେ ସବୁଠୁ ଅଧିକ ୪ ହଜାର ୫୨୭ ରନ କରିଥିଲେ।କିନ୍ତୁ ଆଇପିଏଲ ୨୦୨୧ ରେ ଚେନ୍ନାଇ ପାଇଁ ଫେରିବା ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଧିକାରୀକ ରାୟ ଆସିନାହିଁ।

Google
ଉଚିତ ଫଇସଲା ଲାଗିଲା:

ପୂର୍ବ ଭାରତୀୟ ଅଲରାଉଣ୍ଡର କହିଛନ୍ତି ଅନୁତାପ କଣ ପାଇଁ ହେବ। ମୁଁ ନିଜ ପିଲା ଓ ପରିବାର ସହିତ ସମୟ କାଟିଲି।ସେ କହିଛନ୍ତି ମୁଁ ପରିବାର ପାଇଁ ଫେରି ଆସିବାକୁ ଚାହୁଁଥିଲି।ପଞ୍ଜାବରେ ମୋର ପରିବାର ସହିତ ଦୁଃଖଦ ଘଟଣା ଘଟିଲା ଓ ତାଙ୍କୁ ମୋର ଆବଶ୍ୟକତା ଥିଲା(ରାଇନାଙ୍କ ଅଙ୍କଲ ଓ ତାଙ୍କ ପୁଅକୁ ହତ୍ୟା କରାଯାଇଥିଲା)। ମହାମାରି ପାଇଁ ମୋର ପତ୍ନୀଙ୍କୁ ମୋର ଆବଶ୍ୟକତା ଅଛି। ଟାଇମ୍ସ ଅଫ ଇଣ୍ଡିଆଙ୍କୁ ରାଇନା କହିଛନ୍ତି କି ମୁଁ ପୂର୍ବ ୨୦ ବର୍ଷରୁ ଖେଳୁଛି।ଏଥିପାଇଁ ମୁଁ ଜାଣିଚି କି ମୁଁ ଫେରିବି କିନ୍ତୁ ଯେବେ ଆପଣ ଆବଶ୍ୟକ ନିଜ ପରିବାରକୁ ଦରକାର ସେବେ ଆପଣ ସେଠାରେ ରହିବା ଜରୁରି। ରାଇନା କହିଛନ୍ତିକି ମତେ ଲାଗିଲା ଏହା ଠିକ ଫଇସଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *