CSK VS DC: ଏହି ଦୁଇ ଷ୍ଟାର ଖେଳାଳିଙ୍କ ବରାବରରେ ପହଁଚିଲେ ସୁରେଶ ରାଇନା, ଆଇପିଏଲ କ୍ୟାରିୟରରେ ପ୍ରଥମ ଥର କଲେ ଏପରି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

ଚେନ୍ନାଇ ସୁପର କିଙ୍ଗସର ମହାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଆଇପିଏଲରେ ଫେରି ସୁନ୍ଦର ପ୍ରଦର୍ଶନ କରିଛନ୍ତି। “ମିଷ୍ଟର ଆଇପିଏଲ” ନାମରେ ପ୍ରସିଦ୍ଧ ସୁରେଶ ରାଇନା ଆଇପିଏଲର ଦ୍ୱିତୀୟ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରିଛନ୍ତି। ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ରାଇନା ଶନିବାର ୧୦ ଏପ୍ରିଲକୁ ୩୬ ବଲରେ ସୁନ୍ଦର ୫୪ ରନର ପାରି ଖେଳିଛନ୍ତି। ଏହା ଦ୍ଵାରା ସେ ମୁମ୍ବାଇର କ୍ୟାପଟେନ ରୋହିତ ଶର୍ମା ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲିଙ୍କ ସହ ବରାବର କରିଦେଇଛନ୍ତି।

Google

ରାଇନା ପୂର୍ଵ ବର୍ଷ କୌଣସି କାରଣ ପାଇଁ ଆଇପିଏଲ ଅଂଶ ଗ୍ରହଣ କରିନଥିଲେ। ସେ ଏହି ବର୍ଷ ସୁନ୍ଦର ଆରମ୍ଭ କରିଛନ୍ତି। ତାଙ୍କୁ ତୃତୀୟ ନମ୍ବରରେ ମହେନ୍ଦ୍ର ସିଂହ ଧୋନି ପଠାଇନଥିଲେ। ତାଙ୍କ ସ୍ଥାନରେ ମୋଇନ ଅଲ୍ଲୀଙ୍କୁ ପଠାଯାଇଥିଲା। ଦୁଇଟି ୱିକେଟ ଯିବା ପରେ ରାଇନା ଚତ୍ରୁର୍ଥ ନମ୍ବରରେ ଓହ୍ଲାଇଥିଲେ। ସେ ଆରମ୍ଭରେ ଧିମା ଖେଳିଥିଲେ କିନ୍ତୁ ପରେ କିଛି ବଲ ଖେଳିସାରିବା ପରେ ସେ ଦିଲ୍ଲୀ କ୍ୟାପିଟଲ୍ସର ବୋଲରଙ୍କ ଉପରେ ଶକ୍ତ ପ୍ରହାର କରିଥିଲେ। ଏହି ସମୟରେ ତାଙ୍କ ନଜରରେ ଚେନ୍ନାଇର ତାଙ୍କର ପୂର୍ଵ ସାଥି ରବିଚନ୍ଦ୍ରନ ଅଶ୍ୱିନୀ ଥିଲେ। ରାଇନା ନିଜ ପାରିରେ ମୋଟ ତିନୋଟି ଚୌକା ଓ ଚାରିଟି ଚୌକା ଲଗେଇଥିଲେ। ତାଙ୍କ ଷ୍ଟାଇକ ରେଟ ୧୫୦ ରହିଥିଲା । ରାଇନା ପ୍ରଥମ ଥର ଆଇପିଏଲରେ ଚେନ୍ନାଇର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଛନ୍ତି।

Google

ରାଇନାଙ୍କର ଆଇପିଏଲ ଏହା ୩୯ ତମ ଅର୍ଦ୍ଧଶତକ ଅଟେ।ସେ ଆଇପିଏଲରେ ସବୁଠୁ ଅଧିକ ଅର୍ଦ୍ଧଶତକ ଲଗାଇବା ମାମଲାରେ କୋହଲି ଓ ରୋହିତଙ୍କ ସହ ବରାବର କରିଛନ୍ତି। ବିରାଟ ୧୯୩ ମ୍ୟାଚରେ ୧୮୫ ପାରିରେ ୩୯ ଅର୍ଦ୍ଧଶତକ ମାରିଛନ୍ତି। ରାଇନା ତାଙ୍କଠୁ ଗୋଟେ ମ୍ୟାଚ ଓ ୫ ଟି ପାରି ଅଧିକ ଖେଳିଛନ୍ତି। ସେହିପରି ରୋହିତ ଶର୍ମା ୨୦୧ ମ୍ୟାଚ ଓ ୧୦୬ ପାରିରେ ୩୯ ଅର୍ଦ୍ଧଶତକ ମାରିଛନ୍ତି।ଆଇପିଏଲରେ ସବୁଠୁ ଅଧିକ ଅର୍ଦ୍ଧଶତକ ମାରିବା ମାମଲାରେ ସନ ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାନର ପ୍ରଥମ ସ୍ଥାନରେ ଅଛନ୍ତି। ସେ ୧୯୨ ମ୍ୟାଚରେ ୪୮ ଅର୍ଦ୍ଧଶତକ ଲଗାଇଛନ୍ତି। ଶିଖର ଧୱନ ୧୭୭ ମ୍ୟାଚରେ ୪୨ ଟି ଅର୍ଦ୍ଧ ଶତକ ମାରିଛନ୍ତି।

Google

ରାଇନାକୁ ପାରି ଦ୍ଵାରା ଚେନ୍ନାଇ ଦିଲ୍ଲୀକୁ ବଡ଼ ଲକ୍ଷ୍ୟ ଦେଇପାରିଲା। ଧୋନିଙ୍କ ଟିମ ୨୦ ଓଭରରେ ୭ ୱିକେଟ ହରାଇ ୧୮୮ ରନ ବନେଇଥିଲା। ରାଇନାଙ୍କ ଛଡା ମୋଇନ ଅଲ୍ଲୀ ୩୬ ରନର ଯୋଗଦାନ ଦେଇଛନ୍ତି। ସାମ କରନ ଶେଷ ଓଭର ମାନଙ୍କରେ ମାତ୍ର ୧୫ ବଲରେ ୩୪ ରନ କରିବାର ମୁଖ୍ୟ ଭୂମିଳା ଗ୍ରହଣ କରିଥିଲେ। ସେ ନିଜ ପାରିରେ ଚାରିଟି ଚୌକା ଓ ଦୁଇଟି ଛକା ମାରିଛନ୍ତି। ରବିନ୍ଦ୍ର କାଡେଜା ତିନୋଟି ଚୌକା ସହ ୨୬ ରନ କରିଛନ୍ତି। ଅମ୍ବାତି ରାଇଡୁ ୧୬ ବଲରେ ୨୩ ରନର ପାରି ଖେଳିଛନ୍ତି। ଋତୁରାଜ ଗାଏକବାଡ଼ ୫ ରନ କରିଥିବା ବେଳେ ଧୋନି ଓ ଡୁପ୍ଲେସି ବିନା ସ୍କୋର କରି ଆଉଟ ହୋଇଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *