IPL ନିଲାମୀ ୨୦୨୧:ରାଜସ୍ଥାନ ରୟାଲର୍ସ ୫ ଖେଳାଳିଙ୍କୁ କିଣିପାରେ ଅକ୍ସନରେ, ନମ୍ୱର ୧ ଅଛନ୍ତି ବିଶ୍ୱର ଶ୍ରେଷ୍ଠ ଟି-୨୦ ବ୍ୟାଟ୍ସମାନ।

ଡ଼ାଭିଡ ମଲାନ: ରାଜସ୍ଥାନ ରୟାଲର୍ସର ଷ୍ଟିଭ ସ୍ମିଥଙ୍କର ବଦଳି ପାଇଁ ମଧ୍ୟକ୍ରମରେ ଏକ ମଜଭୂତ ବ୍ୟାଟ୍ସମ୍ୟାନ୍ ଦରକାର। ଟି୨୦ର ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଡ଼ାଭିଡ ମଲାନ ସଠିକ ବିକଳ୍ପ ହୋଇପାରନ୍ତି। ସେ ପେଶାଗତ ଅଟନ୍ତି ଏବଂ ୨୨୩ ଟି୨୦ ଖେଳି ସାରିଛନ୍ତି। ସେ ଟି୨୦ରେ ୧୧ ମ୍ୟାଚରେ ୫୩.୪୩ର ଔଷତରୁ ୮୫୫ ରନ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ ରେଟ ୧୪୯.୪୭ ଅଟେ। ଏଥିରେ ଏକ ଶତକ ଏବଂ ୯ଟି ଅର୍ଦ୍ଧଶତକ ବି ସାମିଲ ଅଟେ। ଯଦି ଦିନ ତାଙ୍କର ଅଟେ ତେବେ ସେ ବିପକ୍ଷଙ୍କର ଆକ୍ରମଣକୁ ନଷ୍ଟ କରିପାରନ୍ତି।

Google

ଏଡ଼ମ ମିଲନେ: ୩୦ରୁ ୭୫ ଲକ୍ଷର ମୂଲ୍ୟରେ ଏଡ଼ମ ମିଲନେ ରାଜସ୍ଥାନ ରୟାଲର୍ସରେ ଓସନେ ଥମସଙ୍କର ଶସ୍ତା ଚୟସ ହୋଇପାରନ୍ତି। ନ୍ୟୁଜଲ୍ୟାଣ୍ଡର ଏହି ଖେଳାଳିଙ୍କ ପାଖରେ ୧୧୮ଟି ଟି୨୦ର ଅନୁଭବ ଅଛି। ସେ ୧୨୧ଟି ୱିକେଟ ନେଇସାରିଛନ୍ତି। ତାଙ୍କର ଇକୋନୋମୀ ରେଟ ୭.୬୪ଅଟେ। ମିଲନେଙ୍କ ପାଖରେ ଭଲ ଗତି ଅଛି,ଯାହା ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରିବାରେ ସହାୟକ ହେବ।

ଥିସାରା ପରେରା: ଶ୍ରୀଲଙ୍କାର ବୋଲର ଅଲରାଉଣ୍ଡର ଥିସାରା ପରେରା ରାଜସ୍ଥାନ ରୟାଲର୍ସ ଦଳରେ ଟମ କୁରନଙ୍କର ସଠିକ ପ୍ରତିସ୍ଥାପନ ହୋଇପାରନ୍ତି। ପରେରା ୨୮୭ଟି ଟି୨୦ରେ ୨୪୩ ୱିକେଟ ଅକ୍ତିଆର କରିଛନ୍ତି। ନିମ୍ନତମ କ୍ରମରେ ସେ ଖତରନାକ ବ୍ୟାଟିଂ କରିପାରନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ଟି୨୦ରେ ୧୫୦.୩ ,ଯାହାକି ବହୁତ ଭଲ ଅଟେ।

Google

ମୋହିତ ଶର୍ମା: ରାଜସ୍ଥାନ ରୟାଲର୍ସ ପାଇଁ ବରୁଣ ଅରୁଣଙ୍କର ସଠିକ ପ୍ରତିସ୍ଥାପନ ମୋହିତ ଶର୍ମା ହୋଇପାରନ୍ତି।ମୋହିତ ୧୧୮ଟି ଟି୨୦ରେ ୮.୩୮ ଇକୋନୋମିରେ ୧୧୩ଟି ୱିକେଟ ଅକ୍ତିଆର କରିଛନ୍ତି। ମୋହିତ ୨୬ଟି ଦିନିକିଆ ଏବଂ ୮ଟି ଟି୨୦ରେ ଭାରତର ତରଫରୁ ବି ଖେଳିସାରିଛନ୍ତି। ତାଙ୍କ ପାଖରେ ଧିମା ବଲର ବିବିଧତା ଅଛି ଓ ସେ ସଠିକ ଲାଇନ ଓ ଲେନଥରେ ବୋଲିଂ କରନ୍ତି।

ହନୁମା ବିହାରୀ: ରାଜସ୍ଥାନ ରୟାଲର୍ସଙ୍କ ପାଇଁ ହନୁମା ବିହାରୀଙ୍କର କ୍ରୟ ମଜାଦାର ହୋଇପାରେ। ସେ ମଧ୍ୟକ୍ରମରେ ଫିଟ ହୁଅନ୍ତି। ବିଶେଷଜ୍ଞ ବ୍ୟାଟ୍ସମ୍ୟାନଙ୍କର ଅନୁଭବ ହାସଲ କରିଥିବା ବିହାରୀ ଦଳରେ ସ୍ଥାୟୀତ୍ୱ ଆଣିପାରନ୍ତି। ସଞ୍ଜୁ ସାମସନ ବେନ ଷ୍ଟ୍ରୋକଙ୍କ ସହ ସେ ମୁଖ୍ୟ କାର୍ଯ୍ୟ ତୁଲାଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *