ଷ୍ଟିଭ ସ୍ମିଥ ସମେତ ଏହି ଷ୍ଟାର ଖେଳାଳିଙ୍କୁ ଛାଡିଲା ରାଜସ୍ଥାନ ରାୟଲସ। ଏହି ଯୁବ ଖେଳାଳି ବନିଲେ ଅଧିନାୟକ।

ଆଇପିଏଲ ୧୪ ପାଇଁ ଆଗାମୀ ମାସ ଅକ୍ସନ ପାଇଁ ରାଜସ୍ଥାନ ରାୟାଳସ ନିଜର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ରିଲିଜ କରିଦେଇଛି । ସଂଜୁ ସାମସନ ରାଜସ୍ଥାନର ନୂଆ ଅଧିନାୟକ ଦାୟିତ୍ୱ ତୁଲାଇବେ। କୁମାର ସାଙ୍ଗାକାରାଙ୍କୁ ଟିମର ଡ଼ାଇରେକ୍ଟର ନିଯୁକ୍ତି କରାଯାଇଛି। ଫ୍ରେଞ୍ଚାଇଜି ଟ୍ୱିଟ କରି କିଛି ଭଲ ସ୍ମୃତି ପାଇଁ ଷ୍ଟିଭ ସ୍ମିଥଙ୍କୁ ଅଭିବାଦନ ଜଣାଇଲେ।

Google

ରାଜସ୍ଥାନ ୧୭ ଖେଳାଳିଙ୍କୁ ରିଟେନ କରିଛି ଓ ଷ୍ଟିଭ ସ୍ମିଥ ସମେତ ୭ ଖେଳାଳିଙ୍କୁ ରିଲିଜ କରିଛି। ରିଟେନ ଖେଳାଳିଙ୍କ ମଧ୍ୟରେ ବେନ ଷ୍ଟୋକସ,ଜୋଶ ବଟଲର,ଓ ଜୋଫ୍ରା ଆର୍ଚ୍ଚର ତିନି ବିଦେଶୀ ଖେଳାଳି ଅଛନ୍ତି। ଏହି ତିନି ଇଂଲଣ୍ଡ ଖେଳାଳି ପୂର୍ଵ ସିଜିନରେ ରାଜସ୍ଥାନ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।

ଅଧିନାୟକ ଓ ବ୍ୟାଟିଂ ଉଭୟରେ ଫ୍ଲପ ରହିଲେ ସ୍ମିଥ:

ଏଏନଆଇ ରିପୋର୍ଟ ମୁତାବକ ବହୁତ ଥର ଚର୍ଚ୍ଚା କରିବା ପରେ ଫ୍ରେଞ୍ଚାଇଜି ସ୍ମିଥଙ୍କୁ ବାହାର କରିବାର ନିଷ୍ପତ୍ତି ନେଲେ। ଏଏନଆଇ ସହ କଥା ହୋଇ ସୁତ୍ର କହିଲେ,ବିସିସିଆଇକୁ ଲିଷ୍ଟ ଦେବା ଆଗରୁ ପୂର୍ଵ ଦିନ ଏହାର ନିଷ୍ପତ୍ତି ନିଆଗଲା। ସ୍ମିଥ ୨୦୧୪,୨୦୧୫,୨୦୧୯ ଓ ୨୦୨୦ ରେ ରାଜସ୍ଥାନ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ପୂର୍ଵ ବର୍ଷ ଷ୍ଟିଭ ସ୍ମିଥ ଶେଷରେ ଥିଲା ଓ ଏଥିପାଇଁ ସ୍ମିଥଙ୍କୁ ରିଲିଜ କରିବାର ଫଇସଲା ନେଲେ।

ସ୍ମିଥଙ୍କ ଅଧିନାୟିକତ୍ୱରେ ରାଜସ୍ଥାନର ପୂର୍ଵ ସିଜିନ ନିରାଶଜନକ ପ୍ରଦର୍ଶନ ରହିଥିଲା। ହେଲେ ଇଂଲଣ୍ଡର ଅଲରାଉଣ୍ଡର ଫେରିବା ପରେ କିଛି ଭଲ ପ୍ରଦର୍ଶନ କରିଥିଲେ। ହେଲେ ଏହାପରେ ମଧ୍ୟ ଟିମ ତଳ ଭାଗରେ ରହିଲା।

ସ୍ମିଥଙ୍କୁ ରିଲିଜ କରିବାର ମୁଖ୍ୟ କାରଣ ତାଙ୍କ ଖରାପ ବ୍ୟାଟିଂ ଓ ଅଧିନାୟିକତ୍ୱ ପାଇଁ। ସେ ଆଇପିଏଲ ୧୩ ସିଜିନର ୧୪ ଲିଗ ମ୍ୟାଚ ଖେଳି ୧୩୧ ଷ୍ଟ୍ରାଇକରେଟରେ ୩୧୧ ରନ କରିଥିଲେ ଯେଉଁଥିରେ ୩ ଅର୍ଦ୍ଧଶତକ ସାମିଲ ଥିଲା।

Google

ସଂଜୁ ସାମସନ ବହୁତ ଅନୁଭବ ଭାରତୀୟ ଖେଳାଳି। ସେ ଅଷ୍ଟ୍ରେଲିଆ ସିରିଜରେ ଟିମର ଭାଗ ଥିଲେ ଓ ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ଟିମର ଅଧିନାୟକ ଅଟନ୍ତି।

ରିଟେନ ଖେଳାଳି:-ସଂଜୁ ସାମସନ,ବେନ ଷ୍ଟୋକସ,ଜସ ବଟଲର,ଜୋଫ୍ରା ଆର୍ଚ୍ଚର,ରିଆନ ପରାଗ,ରାହୁଲ ତେବଟିଆ,ଶ୍ରେୟାସ ଗୋପାଳ,ଜୟଦେବ ଉନାଡ଼କଟ,ଆଣ୍ଡ୍ରୟୁ ଟାଇ,ମହିପାଳ ଲୋମରୋର,ମୟଙ୍କ ମାର୍କଣ୍ଡେୟ,ଯଶସ୍ୱୀ ଜୟସୱାଲ,ଅନୁଜ ରାବତ,ଡେଭିଡ ମିଲର,ମନନ ଭୋରା ଓ ରବିନ ଉଥାପା।

ରିଲିଜ ଖେଳାଳି:-ଷ୍ଟିଭ ସ୍ମିଥ,ଅଙ୍କିତ ରାଜପୁତ,ଆକାଶ ସିଂ,ବରୁଣ ଆରୋନ,ଓସାନେ ଥୋମାସ,ଟମ କୁରେନ,ଅନିରୂଢ଼ ଯୋଶୀ,ଶଶାଙ୍କ ସିଂ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *