ପ୍ଲେ ଅଫରେ ଶତକ ଜଡି ପତିଦର ରଚିଲେ ଇତିହାସ!ହାସଲ କଲେ ବଡ଼ ରେକର୍ଡ

ବ୍ୟୁରୋ ରିପୋର୍ଟ: ରଜତ ପତିଦାର ଆଇପିଏଲ ୨୦୨୨ର ମେଗା ଅକ୍ସନ ପରେ ଏହା ଭାବିନଥିବେ କି ତାଙ୍କୁ ଖେଳିବାକୁ ମୌକା ମିଳିବ। କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଯାଇଥିଲା। ସେ ଆଘାତ ଲବନିଥ ସିସୋଦିଆଙ୍କ ଜାଗାରେ ୨୦ ଲକ୍ଷ୍ୟରେ ଆରସିବି ନିଜ ଟିମରେ ସାମିଲ କରିଥିଲା। ସେ ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ୧୧୨ ରନର ନଟ ଆଉଟ ପାରି ଖେଳିଛନ୍ତି। ଏହା ତାଙ୍କର ଟି-୨୦ କ୍ୟାରିଅରର ପ୍ରଥମ ଶତକ ଅଟେ। ତାଙ୍କର ଆକ୍ରାମକ ପାରି ଦ୍ଵାରା ଆରସିବି ପ୍ରଥମେ ବ୍ୟାଟିଙ୍ଗ କରି ୪ ୱିକେଟ ହରାଇ ୨୦୭ ରନର ବିଶାଳ ସ୍କୋର କରିଥିଲା।

Google

ରଜତ ଆଇପିଏଲ ପ୍ଲେ ଅଫରେ ଆରସିବି ପାଇଁ ଶତକ ଲଗାଇଥିବା ପ୍ରଥମ ଖେଳାଳି ଅଟନ୍ତି। ଏହା ପୂର୍ବରୁ ଗେଲ ୮୯ ରନର ପାରି ଖେଳିଥିଲେ। ଏହା ପୂର୍ବରୁ ମାତ୍ର ୩୭ ଟି-୨୦ ମ୍ୟାଚ ଖେଳିଥିବା ରଜତଙ୍କର ସବୁଠୁ ବଡ଼ ସ୍କୋର ୯୨ ରନ ଥିଲା। ଏହି ମ୍ୟାଚରେ ସେ ୫୪ ବଲରେ ୧୨ ଟି ଚୌକା ଓ ୭ ଟି ଛକା ଦ୍ଵାରା ୧୧୨ ରନ କରିଥିଲେ। ସେ ୪୯ ବଲରେ ନିଜର ଶତକ ପୁରା କରିଥିଲେ। ଆରସିବି ଟିମ ଏବେ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହିଁ। ଆଇପିଏଲର ଏହି ସିଜନରେ ଏହା ସବୁଠୁ କମ ବଲରେ ଶତକ ଅଟେ।

ଶେଷ ୫ ଓଭରରେ ହେଲା ୮୪ ରନ:

ଆରସିବି ପାଇଁ ମୁଖ୍ୟ ଖେଳାଳି ଫାଫ ଡୁ ପ୍ଲେସି ଓ ବିରାଟ କୋହଲି ଏହି ମ୍ୟାଚରେ ଫ୍ଲପ ରହିଥିଲେ।ଡୁ ପ୍ଲେସି ଶୂନ୍ୟ ଓ କୋହଲି ୨୫ ରନ କରିଥିଲେ। ନମ୍ବର ୩ ରେ ଓହ୍ଲାଇ ରଜତ ସୁନ୍ଦର ପାରି ଖେଳି ସ୍କୋର ୨୦୦ପାର କରିଦେଲେ। ଟିମ ଶେଷ ୫ ଓଭରରେ ୮୪ ରନ କରିଥିଲା। ଦିନେସ କାର୍ତ୍ତିକ ୨୩ ବଲରେ ୩୭ ରନ କରି ନଟଆଉଟ ରହିଥିଲେ। କାର୍ତ୍ତିକ ୫ ଟି ଚୌକା ଓ ଗୋଟେ ଛକା ମାରିଥିଲେ।

Google

ଶତକ ମାରିଥିବା ପ୍ରଥମ ଅନ କ୍ୟାପଡ଼ ଖେଳାଳି:

ରଜତ ଆଇପିଏଲ ପ୍ଲେଅଫରେ ଶତକ ମାରିଥିବା ପ୍ରଥମ ଅନକ୍ୟାପଡ଼ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ୨୦୦୮ରେ ସନ ମାର୍ସ , ୨୦୦୯ରେ ମନୀସ ପାଣ୍ଡେ, ୨୦୧୧ରେ ପଲ ବାଲଥାଟି, ଓ ୨୦୨୧ରେ ଦେବଦେବ ପଡିକଲ ଅନକ୍ୟାପଡ଼ ଖେଳାଳି ହିସାବରେ ଶତକ ଲଗାଇଥିଲେ। ଆଇପିଏଲ ଇତିହାସରେ ୪ ଖେଳାଳି ପ୍ଲେ ଅଫରେ ଶତକ ମାରିଛନ୍ତି। ଏଥିରେ ମୁରଲୀ ବିଜୟ , ବିରେନ୍ଦ୍ର ସେହ୍ଵାଗ , ରିଧିମାନ ସାହା, ଓ ସେନ ୱାର୍ଟସନ ଶତକ ମାରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *