ବ୍ୟୁରୋ ରିପୋର୍ଟ: ଆରସିବିର ବ୍ୟାଟ୍ସମ୍ୟାନ ରଜତ ପତିଦାର ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ଲକ୍ଷନୌ ସୁପର ଜାଏଣ୍ଟସ ବିରୁଦ୍ଧରେ ଶତକୀୟ ପାରି ଖେଳିଥିଲେ। ତାଙ୍କର ଏହି ସୁନ୍ଦର ପାରି ଦ୍ଵାରା ଆରସିବି ଏହି ମ୍ୟାଚ ୧୪ ରନରେ ଜିତିଥିଲା। ରଜତ ଏହି ମ୍ୟାଚରେ ୫୪ ବଲରେ ୧୧୨ ରନର ନଟ ଆଉଟ ପାରି ଖେଳିଥିଲେ।

କଲିକତାରେ ଖେଳାଯାଇଥିବା ଏହି ଏଲିମିନେଟର ମ୍ୟାଚରେ ଆରସିବିର ପ୍ରମୁଖ ଖେଳାଳି ଫାଫ ଡୁ ପ୍ଲେସି, ବିରାଟ କୋହଲି ଓ ଗ୍ଲେନ ମାକ୍ସୱେଲ ଭଲ ପାରି ଖେଳିବାରେ ଅସଫଳ ରହିଥିଲେ। କିନ୍ତୁ ତୃତୀୟ ନମ୍ବରରେ ଓହ୍ଲାଇଥିବା ରଜତ ପତିଦାର ଧୂଆଁଧାର ବ୍ୟାଟିଙ୍ଗ କରିଥିଲେ। ତାଙ୍କର ସୁନ୍ଦର ପାରି ଦ୍ଵାରା ହିଁ ଆରସିବି ୨୦୭ ରନ କରିଥିଲା। ଏହା ପରେ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଲକ୍ଷନୌ ୧୯୩ ରନ ହିଁ କରିପାରିଥିଲା। ମ୍ୟାଚ ପରେ ବିରାଟ କୋହଲି ରଜତଙ୍କର ଏହି ଶତକୀୟ ପାରିର ବହୁତ ପ୍ରଶଂସା କରିଛନ୍ତି।
ଆଇପିଏଲରେ କଥା ହୋଇ ବିରାଟ କୋହଲି କହିଛନ୍ତି,” ମୁଁ ମ୍ୟାଚ ପରେ ରଜତଙ୍କୁ କହିଥିଲି ମୁଁ ପ୍ରେସରରେ ଖେଳାଯାଇଥିବା ବହୁତ ପାରି ଦେଖିଛି କିନ୍ତୁ ଏହି ପରି ପାରି କେବେ ଦେଖିନାହିଁ। ପ୍ରେସରରେ ଜଣେ ଅନକ୍ୟାପଡ଼ ଖେଳାଳି ପ୍ରଥମ ଥର ଶତକ ମାରିଛନ୍ତି”। ସେ ଆଗକୁ କହିଛନ୍ତି,”ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ଥିଲା ଓ ବହୁତ ଅଧିକ ପ୍ରେସର ଥିଲା। ମୁଁ ସେହି ପରିସ୍ଥିତିରେ ରହିଥିଲି ଯେଉଁଠି ଆପଣଙ୍କୁ ଏକ ଟିମ ଉପରେ ସୀମା ପାର କରିବାକୁ ପଡିଥାଏ। ପତିଦାର ଯାହା କରିଛନ୍ତି ତାହା ବହୁତ ଖାସ ଥିଲା। ମତେ ଲାଗୁନାହିଁ କି ଏହାକୁ ହାଲ୍କାରେ ନେବା ଉଚିତ”।
ଫାଫ ଡୁ ପ୍ଲେସି ଜଲ୍ଦି ଆଉଟ ହେବା ଦ୍ଵାରା ପତିଦାରଙ୍କୁ ଜଲ୍ଦି ବ୍ୟାଟିଙ୍ଗ କରିବାକୁ ଆସିଥିଲେ। ସେ ବ୍ୟାଟିଙ୍ଗ କରିବାକୁ ଆସିବା କ୍ଷଣି ବଡ ଶର୍ଟ ମାରିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଲକ୍ଷନୌର ଫିଲଡ଼ର ତାଙ୍କର ତିନୋଟି ମ୍ୟାଚ ମଧ୍ୟ ଛାଡିଛନ୍ତି। ଏହାର ଫାଇଦା ପାଟିଦାର ଉଠାଇଥିଲେ ଆଭେଶ ଖାନ ଓ ରବି ବିସ୍ନୋଇଙ୍କ ପରି ବୋଲରଙ୍କ ଓଭରରେ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ୪୯ ବଲରେ ଶତକ ମାରିଥିଲେ ଓ ଆଇପିଏଲ ପ୍ଲେ ଅଫରେ ଶତକ ମାରିଥିବା ପ୍ରଥମ ଅନକ୍ୟାପଡ଼ ଖେଳାଳି ହୋଇଯାଇଥିଲେ। ସେ ଏହି ପାରିରେ ୧୨ଟି ଚୌକା ଓ ୭ ଟି ଛକା ମାରିଥିଲେ।
? ? "Haven't seen many better innings than the one Rajat played."
DO NOT MISS: @imVkohli chats with the man of the moment, Rajat Patidar, after @RCBTweets' win over #LSG in Eliminator. ? ? – By @RajalArora
Full interview ? ? #TATAIPL | #LSGvRCBhttps://t.co/ofEtg6I3Ud pic.twitter.com/TG8weOuZUo
— IndianPremierLeague (@IPL) May 26, 2022
କ୍ୟାଲିଫାୟର-୨ରେ ରାଜସ୍ଥାନ ସହ ମୁହାଁମୁହିଁ:
ଲକ୍ଷନୌ ସହ ଏଲିମିନେଟର ମ୍ୟାଚ ଜିତିବା ପରେ ଆରସିବି କ୍ୟାଲିଫାୟାର-୨ରେ ପହଁଞ୍ଚିଯାଇଛି। ଦ୍ୱିତୀୟ କ୍ୟାଲିଫାୟାରରେ ଆରସିବି ରାଜସ୍ଥାନ ରୟାଲ୍ସ ସହ ଖେଳିବାର ଅଛି। ଦୁଇ ଟିମଙ୍କ ମଧ୍ୟରେ ଏହି ମ୍ୟାଚ ଅହମ୍ମଦାବାଦରେ ୨୭ ମଇକୁ ଖେଳାଯିବାର ଅଛି। ଯଦି ଫାଫ ଡୁ ପ୍ଲେସିଙ୍କ ଟିମ ଏହି ମ୍ୟାଚ ଜିତିଯିବ ତେବେ ଫାଇନାଲ ମ୍ୟାଚ ଗୁଜରାଟ ଟାଇଟନ୍ସ ସହ ଖେଳିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।