ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି । ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ କାଲି ଭୂମି ପୂଜନ ହୋଇଗଲା । ଏହି ଭୂମି ପୂଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଆସିଥିଲେ । ସେଥିପାଇଁ ସାରା ଅଯୋଧ୍ୟା ଚଳଚଞ୍ଚଳ ହୋଇଥିଲା ।
ଅଯୋଧ୍ୟାରେ ଥିବା ମନ୍ଦିରର ଭୂମି ପୂଜନ ଶେଷ ହୋଇଯାଇଛି ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଭୂମି ପୂଜନ ଆଗରୁ ମନ୍ଦିର ନିର୍ମାଣ ପାଇଁ ସ୍ଥାପିତ ଟ୍ରଷ୍ଟ ମଧ୍ୟ ଭବ୍ୟ ରାମ ମନ୍ଦିରର ପ୍ରସ୍ତାବିତ ମଡେଲର ଫଟୋକୁ ପ୍ରକାଶ କରିଛି । ମନ୍ଦିରର ଏହି ଡିଜାଇନ୍କୁ ଆର୍କିଟେକ୍ଟ ନିଖିଲ ସୋମପୁରା ପ୍ରସ୍ତୁତ କରିଛନ୍ତି ।
ଏହାପୂର୍ବରୁ ରାମଲାଲା ମନ୍ଦିର ପାଇଁ VHPର ପୁରୁଣା ମଡେଲ୍ ଆମେ ଦେଖିବାକୁ ପାଇଥିଲେ । ଏହାକୁ ନିଖିଲଙ୍କ ପିତା ଚନ୍ଦ୍ରକାନ୍ତ ସୋମପୁରା ପ୍ରସ୍ତୁତ କରିଥିଲେ । ଏବେ ସେହି ପୁରୁଣା ଡିଜାଇନ୍ରେ କିଛି ପରିବର୍ତ୍ତନ କରାଯାଇଛି । ମନ୍ଦିରର ନୂଆ ମଡେଲର ଉଚ୍ଚତା, ଆକାର, କ୍ଷେତ୍ରଫଳ ଓ ମୌଳିକ ଗଠନରେ ଯଥେଷ୍ଟ ପରିବର୍ତ୍ତନ କରାଯାଇଛି ।
ସ୍ଥାପତ୍ୟ ପ୍ରକଳ୍ପ ଅନୁଯାୟୀ ମନ୍ଦିର ପ୍ରସ୍ତୁତ ହେବାକୁ ସାଢ଼େ ତିନି ବର୍ଷ ସମୟ ଲାଗିବ । ଏହି ମନ୍ଦିରଟି ତିନି ମହଲା ବିଶିଷ୍ଟ ହେବ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ ହେବ ।
ମନ୍ଦିରର ଆର୍କିଟେକ୍ଟ ଚନ୍ଦ୍ରକାନ୍ତ ସୋମପୁରାଙ୍କ କହିବା ଅନୁଯାୟୀ, ଏହି ମନ୍ଦିରର ନିର୍ମାଣ ପାଇଁ ଅତି କମ୍ରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରିଛନ୍ତି । ଏହି ଖର୍ଚ୍ଚ ଆଗକୁ ବଢ଼ିପାରେ ବୋଲି ସେ କହିଛନ୍ତି ।
ଉତ୍ତର ଭାରତ ନଗାଡ଼ା ଶୈଳୀରେ ନିର୍ମିତ ହେବ ମନ୍ଦିର । ମନ୍ଦିରରେ କୌଣସି ପ୍ରକାର ଲୁହା ବ୍ୟବହାର ହେବ ନାହିଁ । ମନ୍ଦିରର ଶିଖର ଉଚ୍ଚତା ୧୪୧ ଫୁଟ୍ରୁ ୧୬୧ ଫୁଟ୍କୁ ବୃଦ୍ଧି କରାଯାଇଛି । ଏହା ସହିତ ମନ୍ଦିରର ଗମ୍ବୁଜ ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି କରାଯାଇଛି । ମନ୍ଦିରର ଭୂମିର ଆକାର ମଧ୍ୟ ବୃଦ୍ଧି କରାଯାଇଛି ।
ରାମ ମନ୍ଦିରର ଉଚ୍ଚତା ୩୩ଫୁଟକୁ ବୃଦ୍ଧି କରାଯାଇଛି । ଏହି କାରଣରୁ ଅନ୍ୟ ଏକ ମହଲାକୁ ବୃଦ୍ଧି କରିବାକୁ ପଡିଛି । ମନ୍ଦିରର ପୁରୁଣା ମଡେଲ ଅନୁଯାୟୀ ମନ୍ଦିରର ଲମ୍ବ ୨୬୮ଫୁଟ ୫ ଇଞ୍ଚ ଥିଲା । ଏବେ ଏହାକୁ ୨୮୦-୩୦୦ ଫୁଟକୁ ବୃଦ୍ଧି କରାଯାଇପାରିବ ବୋଲି ସୂଚନା ମିଳିଛି ।
![PHOTOS] Beautiful illustrations that prove Ayodhya's Ram Mandir ...](https://imgk.timesnownews.com/media/7a79a931-41c6-4a0a-b4f4-8997facb7009.jpeg)
ଯେଉଁଠାରେ ରାମଙ୍କର ଗର୍ଭଗୃହ ନିର୍ମାଣ କରାଯିବ, କେବଳ ତା’ରି ଉପର ଅଂଶକୁ ଶିଖର ଭାବେ ନିର୍ମାଣ କରାଯିବ। ଏହି ମନ୍ଦିରରେ ପାଞ୍ଚଟି ଗମ୍ବୁଜ ରହିବ । ଏହା ସହିତ ମନ୍ଦିରର ଗମ୍ବୁଜ ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି କରାଯାଇଛି ।
୩ ମହଲା ବିଶିଷ୍ଟ ଏଇ ମନ୍ଦିରରେ ମୋଟ୍ ୩୧୮ଟି ସ୍ତମ୍ଭ ରହିବ । ପ୍ରତି ସ୍ତମ୍ଭରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଖୋଦିତ ହେବ । ତଳ ମହଲାରେ ଭଗବାନ ରାମଙ୍କ ଆସ୍ଥାନ ରହିବ । ପ୍ରଥମ ମହଲାରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ରହିବ । ଲକ୍ଷ୍ମଣ, ଦେବୀ ମା ସୀତା ଓ ହନୁମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିବ ।

ରାମ ମନ୍ଦିରର ପାଞ୍ଚଟି ଗମ୍ବୁଜର ତଳ ଭାଗରେ ହଁ ଅନ୍ୟ ଚାରୋଟି ଭାଗ ରହିବ । ଏଥିରେ ସିଂହଦ୍ୱାର, ନୃତ୍ୟ ମଣ୍ଡପ ଓ ରଙ୍ଗ ମଣ୍ଡପ ତିଆରି କରାଯିବ । ଭକ୍ତମାନଙ୍କ ବସା ଉଠା କରିବା ପାଇଁ ସ୍ଥାନ ରହିବ । ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମଧ୍ୟ ସ୍ଥାନ ରହିବ ।
ମନ୍ଦିରର ଶୋଭାକୁ ବୃଦ୍ଧି କରିବା ପାଇଁ ଏହାର ଭୂମି କ୍ଷେତ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ମନ୍ଦିରର କର୍ମଶାଳାରେ ରଖାଯାଇଥିବା ପଥରକୁ ହିଁ ମନ୍ଦିର କାର୍ଯ୍ୟରେ ଲଗାଯିବ । ଏହି ପଥର ଗୁଡ଼ିକୁ ସଫା କରି ଚକ୍ମକ୍ କରିବା କାମ ଦିଲ୍ଲୀରେ ଏକ କମ୍ପାନୀ କରୁଛି ।

ମୃତ୍ତିକା ପରୀକ୍ଷା ରିପୋର୍ଟକୁ ଆଧାର କରି ମନ୍ଦିରର ଭିତ୍ତିପ୍ରସ୍ତର ଖନନ କରାଯିବ । ଏହା ୨୦-୨୫ ଫୁଟ୍ ଗଭୀର ହୋଇପାରେ ବୋଲି କୁହା ଯାଇଛି । ପ୍ଲାଟଫର୍ମ କେତେ ଉଚ୍ଚ ହେବ ସେ ନେଇ ରାମ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେବ । ଏବେ ୧୨ ଫୁଟରୁ ୧୪ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚତା ବିଷୟରେ ଆଲୋଚନା ହେଉଛି ।
ରାମ ମନ୍ଦିରର ଡିଜାଇନ୍ ନାଗର ଶୈଳୀରେ ପ୍ରସ୍ତୁତ କରାଯାଉଛି।
ଗତକାଲି ମନ୍ଦିରର ଭିତ୍ତିପ୍ରସ୍ତରର ହୋଇଯାଇଛି ଏବେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସୂଚନା ଅନୁଯାୟୀ, ମନ୍ଦିର କାର୍ଯ୍ୟ ସାଢ଼େ ତିନି ବର୍ଷ ମଧ୍ୟରେ ଶେଷ କରାଯିବ । ଭକ୍ତମାନେ ଚାହୁଁଛନ୍ତି ଯେ ଯଥାଶୀଘ୍ର ମନ୍ଦିରର କାର୍ଯ୍ୟ ସମାପ୍ତ କରାଯାଉ । ପୁଣି ଥରେ ଭଗବାନ ରାମଙ୍କ ଦର୍ଶନ ଜନ୍ମଭୂମିରେ କରିପାରିବେ ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।