ପାକିସ୍ତାନ କ୍ରିକେଟ ଟିମର ପୂର୍ବ ଅଧିନାୟକ ରମିଜ ରାଜା ଚେନ୍ନାଇରେ ଭାରତର ପରାଜୟ ପରେ ବହୁତ ରାଗିଯାଇଛନ୍ତି। ସେ ଭାରତୀୟ ଦଳର ବିଜୟର ସମସ୍ତ ଦୋଷ ଚେପକ ଷ୍ଟାଡିୟମର ପିଚକୁ ଦେଇଛନ୍ତି। ସେ ଭାରତ-ଇଂଲଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ ପରେ ନିଜ ୟୁଟୁବ ଚ୍ୟାନେଲ ରମିଜ ସ୍ପିକ୍ସରେ ଭାରତୀୟ ଦଳର ପରାଜୟର ଆଲୋକପାତ କରିଥିଲେ।

ରମିଜ ରାଜା କହିଲେ,’ତେବେ କାହାଣୀ କିଛି ଏପରି ହୋଇଛି କି ଯଦି ଆପଣ ପିଚ ବଦଳରେ ଆଖେଡା ତିଆରି କରିଦେବେ ଓ ପୁଣି ଟସ ମଧ୍ୟ ହାରିଯିବେ। ଏହାର ଅର୍ଥ ଅଟେ କି ଆପଣ ଆଗରୁ ଯେପରି ଖେଳୁ ଅଛନ୍ତି,କାରଣ ଏହା ଯେଉଁ ପଞ୍ଚମ ଦିନର ପିଚ ଥିଲା, ଏପରି ଲାଗୁଥିଲା କି ଯେପରି ସେଠାରେ ପହଲିମାନଙ୍କର ଜଙ୍ଗଲ ହୋଇଛି। ପିଚ ତ ଦେଖା ହିଁ ଯାଇନଥିଲା। ବହୁତ ଡେଡ଼ ପିଚ ହୋଇଯାଇଥିଲା। ଭାରତ ବହୁତ ବଡ଼ ରିସ୍କ ନେଇଛି।’
ରମିଜ ରାଜାଙ୍କର କହିବା କଥା କି ଭାରତୀୟ ଦଳ ପ୍ରବନ୍ଧନ ଇଂଲଣ୍ଡକୁ କମ ଭାବିଲେ। ସେ କହିଲେ,’ଭାରତ ବୋଧହୁଏ ଇଂଲଣ୍ଡକୁ ହାଲକା ମଧ୍ୟ ଭାବିଦେଲେ। କାରଣ ସେ ଏହା ବୁଝିଲେକି ଆମେ ଟସ ଜିତୁ କି ନ ଜିତୁ ମ୍ୟାଚକୁ କବ୍ଜା କରିନେବୁ କିନ୍ତୁ ଏହା କଷ୍ଟକର ଥିଲା ଇଂଲଣ୍ଡ ପାଇଁ ଟସ ଜିତିବା ଓ ପ୍ରଥମେ ବ୍ୟାଟିଂ କରିବା। ସେମାନେ ବହୁତ ଭଲ ବ୍ୟାଟିଂ କଲେ।’

ରମିଜ ରାଜା କହିଲେ,’ଇଂଲଣ୍ଡ ପ୍ରଥମରୁ ପ୍ରସ୍ତୁତ ମଧ୍ୟ ଥିଲା, ଏଥିପାଇଁ କାରଣ ଶ୍ରୀଲଙ୍କାରେ ବହୁତ ଭଲ ସିରିଜ ଜିତିଥିଲା। ଅଧିନାୟକ ଫର୍ମରେ ଅଛନ୍ତି ଓ ଯେବେ ବ୍ୟାଟ ସହିତ ଅଧିନାୟକ ଫର୍ମରେ ଥାଆନ୍ତି କିମ୍ବା ଅଧିନାୟକ ବୋଲର ଅଟନ୍ତି ଓ ୱିକେଟ ନେଉଥାନ୍ତି ତେବେ ସେ କ୍ୟାପଟେନସି ମଧ୍ୟ ଉଚ୍ଚକୋଟୀର କରନ୍ତି। ଯଦିଓ,ସମସ୍ତେ ସମାଲୋଚନା କରୁଥିଲେ।’
ରମିଜ ରାଜା କହିଲେ,’ଇଂଲଣ୍ଡର ଶୈଳୀ ଉପରେ ଆଙ୍ଗୁଠି ଉଠାଉଥିଲେ। ଲୋକ କହୁଥିଲେ କି ସେମାନେ ବହୁତ ସୁରକ୍ଷିତ ଭାବେ ଖେଳୁଛନ୍ତି। ବୋଧହୁଏ ଫଲୋଅନ ପରେ ଭାରତକୁ ଖେଳାଇବାର ଥିଲା କିନ୍ତୁ ଶେଷରେ ତାଙ୍କର ବହୁତ ଭଲ ଶୈଳୀ ଦେଖାଗଲା,କାରଣ ସେ ପିଚକୁ ବହୁତ ଭଲ ଭାବରେ ବୁଝି ନେଇଥିଲେ।’

ରମିଜ ଆଗକୁ କହିଲେ, ‘ଇଂଲଣ୍ଡ ପ୍ରଥମ ପାଳିରେ ବହୁତ ବଡ଼ ସ୍କୋର ତିଆରି କଲା। ଏହାପରେ ଭାରତକୁ ଜଲ୍ଦି ଆଉଟ କରି ସେ ବଡ଼ ଲିଡ଼ ନେଇଗଲେ। ମ୍ୟାଚ ସେତେବେଳେ ଭାରତର ହାତରୁ ଚାଲିଯାଇଥିଲା। ରମିଜ ରାଜା ମାନନ୍ତି କି ଇଂଲଣ୍ଡର ଯେଉଁ ସ୍ପିନର ଥିଲେ, ସେମାନେ ଅଶ୍ୱିନଙ୍କ ଠାରୁ ଭଲ ନଥିଲେ, କିନ୍ତୁ ପିଚ କାରଣରୁ ସମାନେ ଭଲ ପଦର୍ଶନ କରିଦେଲେ। କହିଦେଉଛୁ କି ଏହି ମ୍ୟାଚରେ ଇଂଲଣ୍ଡର ତରଫରୁ ଜ୍ୟାକ ଲିଚ ୬ ୱିକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ପାଳିରେ ସେ ୪ ୱିକେଟ ନିଜ ନାମରେ କରିଥିଲେ। ସେ ରୋହିତ ଶର୍ମା,ଚେତେଶ୍ୱର ପୂଜାରାଙ୍କ ଭଳି ଦିଗଜ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।